ରାଜ୍ୟରେ ବର୍ଷକୁ ବାହାରୁଛି ୧୬୪୨ ଟନ୍‌ ଡାକ୍ତରଖାନା ବର୍ଜ୍ୟ

The Sakala Picture
Published On

ଭୁବନେଶ୍ୱର: ବାର୍ଷିକ ହଜାର ହଜାର ଟନ୍‍ ବାୟୋ ମେଡିକାଲ ୱେଷ୍ଟ ଅବା ଡାକ୍ତରଖାନା ଆବର୍ଜନା ବାହାରୁଛି। ତେବେ ସବୁ ଜିଲ୍ଲାରେ ଗାଇଡ୍‍ଲାଇନ୍‍ ଅନୁସାରେ ଏହାର ପରିଚାଳନା ହେଉନଥିବା ଅଭିଯୋଗ ହୋଇଛି। ତେବେ ଏହି ସମସ୍ୟାକୁ ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଣିକି ଡାକ୍ତରଖାନାରୁ ବାହାରୁ ଥିବା ଆବର୍ଜନାର ବାର୍‍ କୋଡିଂ କରାଯିବ। ଫଳରେ ଆବର୍ଜନା ଠିକ୍‍ ଭାବେ ପରିଚାଳନା ହେଉଛି କି ନାହିଁ ଜାଣିବା ସମ୍ଭବ ହେବ। ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର୍‍ […]

ଭୁବନେଶ୍ୱର: ବାର୍ଷିକ ହଜାର ହଜାର ଟନ୍‍ ବାୟୋ ମେଡିକାଲ ୱେଷ୍ଟ ଅବା ଡାକ୍ତରଖାନା ଆବର୍ଜନା ବାହାରୁଛି। ତେବେ ସବୁ ଜିଲ୍ଲାରେ ଗାଇଡ୍‍ଲାଇନ୍‍ ଅନୁସାରେ ଏହାର ପରିଚାଳନା ହେଉନଥିବା ଅଭିଯୋଗ ହୋଇଛି। ତେବେ ଏହି ସମସ୍ୟାକୁ ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଣିକି ଡାକ୍ତରଖାନାରୁ ବାହାରୁ ଥିବା ଆବର୍ଜନାର ବାର୍‍ କୋଡିଂ କରାଯିବ। ଫଳରେ ଆବର୍ଜନା ଠିକ୍‍ ଭାବେ ପରିଚାଳନା ହେଉଛି କି ନାହିଁ ଜାଣିବା ସମ୍ଭବ ହେବ। ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର୍‍ ଆପ୍ଲିକେସନ୍‍ ସେଣ୍ଟର (ଓକାକ୍‍) ଏକ ସଫ୍ଟୱେର ପ୍ରସ୍ତୁତ କରୁଛି। ପ୍ରଥମେ ରାଜ୍ୟର ମେଡିକାଲ କଲେଜ ଗୁଡ଼ିକରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସଂସଦରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦେଇଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୨୦ ଜୁନ୍‍ ମାସରୁ ୨୦୨୧ ଜୁନ୍‍ ମଧ୍ୟରେ ସମୁଦାୟ ୧୬୪୨.୯ ଟନ୍‍ ବାୟୋ ମେଡିକାଲ ୱେଷ୍ଟ ଉତ୍ପର୍ଣ୍ଣ ହୋଇଛି। ତେବେ କରୋନା ସମୟରେ ଏହି ପରିମାଣ ବୃଦ୍ଧି ପାଇଛି। ପିପିଇ କିଟ୍‍, ଗ୍ଲୋବ୍ସ, ଫେସ୍‍ ସିଲ୍ଡ, ମାସ୍କ ସହିତ ରୋଗୀଙ୍କ ବ୍ୟବହୃତ ସାମଗ୍ରୀ, ଚିକିତ୍ସା ସାମଗ୍ରୀ ଆଦି ଆବର୍ଜନା ସହିତ ମିଶୁଛି। ତେବେ ଜିଲ୍ଲାମାନଙ୍କରେ ଭିତ୍ତିଭୂମି ଥାଉ ଅବା ନଥାଉ ଅଧିକାଂଶ ଜାଗାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଅନୁସାରେ ଏହି ଆର୍ବଜନାର ପରିଚାଳନା ହେଉ ନ ଥିବା ଅଭିଯୋଗ ହେଉଛି। ନଦୀ କୂଳରେ, ଜାତୀୟ ରାଜପଥ କଡ଼ରେ କିମ୍ବା ସାଧାରଣ ଆବର୍ଜନା ଜମା ହେଉଥିବା ଡମ୍ପିଂ ୟାର୍ଡରେ ଏହାକୁ ଜମା କରାଯାଉଥିବା ଅଭିଯୋଗ ହେଉଛି। ତେବେ ଏହି ସମସ୍ୟାର ନିରାକରଣ ପାଇଁ ବାୟୋ ମେଡିକାଲ ୱେଷ୍ଟ ପରିବହନ କରୁଥିବା ଗାଡ଼ିରେ ଜିପିଏସ୍‍ ଟ୍ରାକର୍‍ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସଫ୍ଟୱେର ବ୍ୟବହାର କରାଯିବ। ଆବର୍ଜନାର ଓଜନ ଓ ଡମ୍ପିଂ ସ୍ଥଳର କୋଡିଂ କରାଯିବ। ଏହା ବ୍ୟତୀତ ଏହି ଆଇଟି ବ୍ୟବସ୍ଥା ଆରମ୍ଭ ପାଇଁ ଡ଼ାକ୍ତରଖାନା ଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସମ୍ପ୍ରତି ତିନିଟି ପ୍ରମୁଖ ମେଡିକାଲ କଲେଜ ସମେତ ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼଼ରେ ଗୋଟିଏ ଲେଖାଏଁ ବାୟୋମେଡିକାଲ ୱେଷ୍ଟ ଟ୍ରିଟ୍‍ମେଣ୍ଟ ବ୍ୟବସ୍ଥା ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ୧୭୩୯ ବାୟୋମେଡିକାଲ ୱେଷ୍ଟ ଅଟୋକ୍ଲେଭ୍‍ ଜିଲ୍ଲାଗୁଡ଼ିକୁ ଦିଆଯାଇ ଥିବା ବେଳେ ୧୦୨୯ ବ୍ଳକ୍‍ ଓ ସବ୍‍ଡିଭିଜନ୍‍ସ୍ତରୀୟ ଡାକ୍ତରଖାନାକୁ ଦିଆଯାଇଛି। ଡାକ୍ତରଖାନା ଗୁଡ଼ିକୁ ୱେଷ୍ଟ ସେଡରର୍ସ ଯୋଗାଇବା ପାଇଁ ରାଜ୍ୟ ମେଡିକାଲ ନିଗମକୁ ଦାୟିତ୍ୱ ଦିଆଯାଇଛି। ମେଡିକାଲ ଆବର୍ଜନାର ସୁପରିଚାଳନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ରହିଛି। ଏଥିରେ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଏନ୍‍ଏଚ୍‍ଏମ୍‍ର ଅଧିକାରୀ ସଦସ୍ୟ ଅଛନ୍ତି। ସ୍ଥାନୀୟ ପୌର ସଂସ୍ଥା ସହ ମିଳିତ ଭାବେ ଆର୍ବଜନା ପରିଚାଳନା ପାଇଁ ଏସ୍‍ଓପି ଜାରି କରାଯାଇଛି। ଡାକ୍ତରଖାନାରେ ପରିମଳ କାର୍ଯ୍ୟ ନିମନ୍ତେ ରୋଗୀ କଲ୍ୟାଣ ସମିତି (ଆରକେଏସ୍‍) ପାଣ୍ଠି ଯୋଗାଇ ଦିଆଯାଉଛି। ବାୟୋ ମେଡିକାଲ ୱେଷ୍ଟ ପରିଚାଳନା ପାଇଁ ରାଜ୍ୟ ସ୍ତରରେ ଡାକ୍ତରଖାନା ମ୍ୟାନେଜର ଏବଂ ଏଡିଏମ୍‍ଓ ମାନଙ୍କୁ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ହୋଇଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର