କାଲିଠୁ ୩ ଦିନ ଯାଏ ସବୁ ସ୍କୁଲ ଛୁଟି, ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ। https://www.youtube.com/shorts/Zi_62VVilNQ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ସୋମବାର ରାଜ୍ୟର ୧୮ଟି […]
ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ।
https://www.youtube.com/shorts/Zi_62VVilNQ

ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ସୋମବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ତେବେ ଆଜି ପାରଦ ଆହୁରି ବଢିପାରେ କାରଣ ଆଜି ସକାଳୁ ପ୍ରବଳ ତାତି ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତା’ସହିତ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ-ଆଦ୍ର ପାଣିପାଗ ସ୍ଥିତି ରହିବାର ସମ୍ଭାବନା ଥିବାରୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖାସ୍ କରି ୧୮ ଓ ୧୯ ତାରିଖରେ ଖରା ପିକ୍ରେ ରହିବ । କିଛି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି।