ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଜନଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବାକୁ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଚେତାବନୀ
ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ଗ୍ରାମାଞ୍ଚଳରୁ ରାଜଧାନୀ ଯାଏ ଅଘୋଷିତ ବିଦ୍ୟୁତ୍ କାଟ ନେଇ ପୁଳାପୁଳା ଅଭିଯୋଗ ଆସୁଥିବା ବେଳେ ବିତରକ କମ୍ପାନୀ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ବିତରକ କମ୍ପାନୀର ଏପରି ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଲୋକେ କଡ଼ା ଆପତ୍ତି ପ୍ରକାଶ କରୁଥିବା ବେଳେ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ତ୍ବରିତ ସମାଧାନ ପାଇଁ ମୁଖ୍ୟ ସଚିବ […]
ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ଗ୍ରାମାଞ୍ଚଳରୁ ରାଜଧାନୀ ଯାଏ ଅଘୋଷିତ ବିଦ୍ୟୁତ୍ କାଟ ନେଇ ପୁଳାପୁଳା ଅଭିଯୋଗ ଆସୁଥିବା ବେଳେ ବିତରକ କମ୍ପାନୀ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ବିତରକ କମ୍ପାନୀର ଏପରି ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଲୋକେ କଡ଼ା ଆପତ୍ତି ପ୍ରକାଶ କରୁଥିବା ବେଳେ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ତ୍ବରିତ ସମାଧାନ ପାଇଁ ମୁଖ୍ୟ ସଚିବ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାରର ୪ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗ ଦେବା ପାଇଁ ଡକାଯାଇଛି। ବାରମ୍ୱାର ବିଜୁଳି କାଟ ଜନିତ ସମସ୍ୟା ଦୂର ନେଇ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଗତକାଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏନେଇ ପ୍ରତିକ୍ରିୟା ରଖି ଭିତ୍ତିଭୂମି ଅଭାବ ଏବଂ କାଳବୈଶାଖୀକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପାୱାର କଟ୍ ହେଉନାହିଁ। ମାତ୍ର ପବନ ହେଲେ ଆମେ ବିଜୁଳି କାଟିବାକୁ ବାଧ୍ୟ ହେଉଛୁ। କାଳବୈଶାଖୀ ଯେଉଁଭଳି ଭାବେ ହେଉଛି; ଅନେକ ସ୍ଥାନରେ ଖୁଣ୍ଟ ଉପୁଡ଼ିଯାଇଛି। ଏହାକୁ ମରାମତି କରିବା ସମୟ ସାପେକ୍ଷ ଅଟେ। ଆଖି ପିଛୁଳାକେ ତାହା ହୋଇଯିବ ନାହିଁ। ସେହିପରି ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ସେହିହାରରେ ଆମର ଭିତ୍ତିଭୂମି ହେବାର ଆବଶ୍ୟକତା ରହିଛି। ଅନେକ ସ୍ଥାନରେ କ୍ଷମତା ବାହାରେ ଲୋଡ୍ ରହୁଥିବାରୁ ତାର ଏବଂ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଦେଖାଦେଉଛି। ଯାହାର ତୁରନ୍ତ ସମାଧାନ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭିତ୍ତିଭୂମି ଅଭାବରୁ ଏଭଳି ସମସ୍ୟା ଉପୁଜୁଛି। ରାଜ୍ୟରେ ଶକ୍ତି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ ବହୁତ ମାତ୍ରାରେ ହେଉଥିବା ବେଳେ ସରକାର ବାରମ୍ବାର ତାଗିଦା କରୁଛନ୍ତି। ତଥାପି ବିତରକ କମ୍ପାନୀଗୁଡ଼ିକ ସମସ୍ୟାର ଉପଯୁକ୍ତ ସମାଧାନ କରିବାରେ ଆପାତତଃ ବିଫଳ ହୋଇଛନ୍ତି। ରାଜନୈତିକ ଦଳଠାରୁ ଆରମ୍ଭ କରି ସାମାଜିକ ସଂଗଠନ ଏପରିକି ରାଜ୍ୟ ମୁଖ୍ୟ ସଚିବ ଏନେଇ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଟୁଇଟ କରି ଏନେଇ ଅସନ୍ତୋଷ ଜାହିର୍ କରିଥିଲେ। ଏହାପରେ ଆଜି ସେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇବା ପରୋକ୍ଷରେ ଉପରୋକ୍ତ ସମସ୍ୟାକୁ ନେଇ ସରକାର କେତେମାତ୍ରାରେ ଗମ୍ଭୀର ଅଛନ୍ତି ତାହା ସୂଚାଇ ଦେଉଛି।
ଅପରପକ୍ଷେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ମଧ୍ୟ ଏନେଇ ଆନ୍ଦୋଳନ ଡକରା ଦିଆଯାଇଛି। ଅଘୋଷିତ ବିଜୁଳି କାଟ୍ ବନ୍ଦ ନ ହେଲେ ରାଜ୍ୟରେ ଦେଖା ଦେଇଥିବା ଜନଅସନ୍ତୋଷକୁ ନେଇ ରାଜରାସ୍ତାକୁ ଓହ୍ଲେଇବ ବୋଲି ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ବିରୋଧୀ କଂଗ୍ରେସ ମଧ୍ୟ କଡ଼ା ଆପତ୍ତି ପ୍ରକାଶ କରିଛି। ଆସନ୍ତା ୨ ଦିନ ମଧ୍ୟରେ ଅଘୋଷିତ ବିଜୁଳି କାଟ ବନ୍ଦ ନହେଲେ ଦଳ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରଉ କରାଯିବ ବୋଲି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି। ସେହିପରି ବିଜେପି ସହ ଅନ୍ୟ ଦଳମାନଙ୍କ ପକ୍ଷରୁ ଏନେଇ କଡ଼ା ଅସନ୍ତୋଷ ପ୍ରକାଶ ସହ ଆବଶ୍ୟକ ପଡ଼ିଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।