ମନୋରଞ୍ଜନ
ଓଡ଼ିଶା
ସ୍ତ୍ରୀଙ୍କ ରୋଜଗାରକୁ ନେଇ ଦାମ୍ପତ୍ୟ ଜୀବନରେ ହୋଇଥିଲା ଫାଟ, ‘ମାଧ୍ୟମ’ ଯୋଡ଼ିଲା ସାତଜନ୍ମର ସମ୍ପର୍କ
ଭୁବନେଶ୍ୱର: ରୋଜଗାର ଭରିଥିଲା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା। ବିରାଟ ସେତୁ ଭଳି ଠିଆ ହୋଇଥିଲା ସମସ୍ୟା। ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଉଭୟ ଅନ୍ୟତ୍ର ରହିବାର ନିଷ୍ପତ୍ତି ନେଇଥିଲେ। ହେଲେ ସାତ ଜନମର ଏହି ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରିଛି ‘ମାଧ୍ୟମ’। ୨୦୨୨ ଡିସେମ୍ବର ୪ରେ ଉଭୟ ପରିବାରଙ୍କ ସହମତିରେ ଆକାଶ ଓ ଲୀନା ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଲୀନା ପେସାର ଜଣେ ଓକିଲ ହୋଇଥିବାବେଳେ ଆକାଶ ଏକ ଘରୋଇ ସଂସ୍ଥାର […]
ଭୁବନେଶ୍ୱର: ରୋଜଗାର ଭରିଥିଲା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା। ବିରାଟ ସେତୁ ଭଳି ଠିଆ ହୋଇଥିଲା ସମସ୍ୟା। ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଉଭୟ ଅନ୍ୟତ୍ର ରହିବାର ନିଷ୍ପତ୍ତି ନେଇଥିଲେ। ହେଲେ ସାତ ଜନମର ଏହି ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରିଛି ‘ମାଧ୍ୟମ’। ୨୦୨୨ ଡିସେମ୍ବର ୪ରେ ଉଭୟ ପରିବାରଙ୍କ ସହମତିରେ ଆକାଶ ଓ ଲୀନା ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଲୀନା ପେସାର ଜଣେ ଓକିଲ ହୋଇଥିବାବେଳେ ଆକାଶ ଏକ ଘରୋଇ ସଂସ୍ଥାର କର୍ମଚାରୀ। ବିବାହର ଏକ ମାସ ପରେ ଆକାଶ ବାରମ୍ୱାର ଲୀନାଙ୍କୁ ଟଙ୍କା ମାଗୁଥିଲେ। ଏଣୁ ଲୀନା ନିଜର ରୋଜଗାରରୁ କିଛି ଟଙ୍କା ନିଜ ପାଇଁ ରଖି ଆକାଶଙ୍କୁ ଦେଇଦେଉଥିଲେ।
ଇତିମଧ୍ୟରେ ଲୀନାଙ୍କର ଦେହ ଅସୁସ୍ଥ ହେବାରୁ ସେ କାମକୁ ଯାଇପାରିଲେ ନାହିଁ। ବାଧ୍ୟହୋଇ ଲୀନା ଘରେ ରହିଥିଲେ। ଆକାଶ ବହୁତ ଋଣ କରିଥିବାରୁ ଟଙ୍କା ଆବଶ୍ୟକ ହେତୁ ସେ ବାରମ୍ୱାର ଲୀନାଙ୍କୁ ଘରେ ନରହି କାମକୁ ଯିବାକୁ ବାଧ୍ୟ କରୁଥିଲେ। ଏଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଆକାଶ ବହୁତ ଜୋରରେ ଲୀନାଙ୍କୁ ମାର୍ପିଟ୍ କରିଥିଲେ। ଛୋଟ ସମୟରୁ ହସ ଖୁସିରେ ବଢ଼଼ି ଆସିଥିବା ଲୀନା ତାଙ୍କର ଜୀବନରେ ହଠାତ ଏସବୁ କଣ ହେଲା ଭାବି ନିଜ ବାପାଙ୍କୁ ଫୋନ୍ କରି ଘରକୁ ନେଇ ଯିବାକୁ କହିଥିଲେ। ଲୀନା ନିଜ ବାପ ଘରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଏନେଇ ମାଧ୍ୟମରେ ଅଭିଯୋଗ କରିଥିଲେ।
ତାଙ୍କର ଅସୁବିଧା ବିଷୟରେ ଆଲୋଚନା ପାଇଁ ଉଭୟ ପରିବାର ଲୋକଙ୍କୁ ମାଧ୍ୟମ କାର୍ଯ୍ୟାଳୟକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ସମୟରେ ଲୀନାଙ୍କୁ ରୋଜଗାର କରିବା ପାଇଁ ବାଧ୍ୟ କରିବେ ନାହିଁ। ଏହାସହିତ ଆକାଶ ବାହାରେ ସାଙ୍ଗଙ୍କ ସହ ସମୟ ଅତିବାହିତ ନକରି ନିଜ ସ୍ତ୍ରୀ ଏବଂ ପରିବାରଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ନିଜ ସ୍ତ୍ରୀଙ୍କର ରୋଜଗାର ଟଙ୍କା ଉପରେ ଅଧିକାର ସାବ୍ୟସ୍ତ ନକରି ତାଙ୍କୁ କୌଣସି ପ୍ରକାର ନିର୍ଯାତନା ନଦେଇ ତାଙ୍କର ସମସ୍ତ ଦାୟିତ୍ୱ ବହନ କରି ସୂଚାରୁ ରୂପେ ସଂସାର ଚଳାଇବାକୁ କୁହାଯାଇଥିଲା।