ଅଙ୍ଗନବାଡ଼ିରୁ ତୃତୀୟ ଯାଏଁ ସ୍ୱତନ୍ତ୍ର ପାଠ୍ୟସାରଣୀ, ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ପାଇଁ ସଚିବଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର : ଆଦ୍ୟ ଶୈଶବରୁ ପ୍ରାଥମିକ ଶିକ୍ଷା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ନେଇ ମାର୍ଗଦର୍ଶିକା ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କାନ୍ଥରେ ଲାଗିବ। ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କୁ କେଉଁ ଶ୍ରେଣୀରେ କ’ଣ ପଢ଼଼ାଇବେ ସେ ନେଇ ଅବଗତ ହେବେ। ଖୋର୍ଦ୍ଧା ଜିଲ୍ଲା ଡିଆଇଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଶିକ୍ଷାଦାନ କରିକୁଲମ୍‍କୁ ସମସ୍ତ ବିଦ୍ୟାଳୟସ୍ତରରେ ଲାଗୁ ପାଇଁ ସ୍କୁଲ ଓ ଗଣଶିକ୍ଷା ସଚିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

ଭୁବନେଶ୍ୱର : ଆଦ୍ୟ ଶୈଶବରୁ ପ୍ରାଥମିକ ଶିକ୍ଷା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ନେଇ ମାର୍ଗଦର୍ଶିକା ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କାନ୍ଥରେ ଲାଗିବ। ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କୁ କେଉଁ ଶ୍ରେଣୀରେ କ’ଣ ପଢ଼଼ାଇବେ ସେ ନେଇ ଅବଗତ ହେବେ। ଖୋର୍ଦ୍ଧା ଜିଲ୍ଲା ଡିଆଇଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଶିକ୍ଷାଦାନ କରିକୁଲମ୍‍କୁ ସମସ୍ତ ବିଦ୍ୟାଳୟସ୍ତରରେ ଲାଗୁ ପାଇଁ ସ୍କୁଲ ଓ ଗଣଶିକ୍ଷା ସଚିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଅଙ୍ଗନବାଡ଼ିରୁ ତୃତୀୟ ଶ୍ରେଣୀ ଯାଏଁ କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀ କେଉଁ ବିଷୟର ପାଠ ପଢ଼଼ିବେ ସେ ନେଇ ମଧ୍ୟ ବିଶଦ୍‍ ମାର୍ଗଦର୍ଶିକା ପ୍ରକାଶ ପାଇଛି। ବାଲ୍‍ ବାଟିକା(ଅଙ୍ଗନବାଡ଼ି)ରେ ପିଲାମାନେ ଦୁଇ/ତିନି ଅକ୍ଷର ବିଶିଷ୍ଟ ସରଳ ଶବ୍ଦ ପଢ଼଼ିବେ। ୧୦ ପର୍ଯ୍ୟନ୍ତ ସଂଖ୍ୟା ଲେଖା ଓ ପଢ଼଼ା ଶିଖିବେ। ଚିତ୍ରାଙ୍କନ, ସଂଖ୍ୟା, ବସ୍ତୁ ଓ ଆକୃତିଗୁଡ଼ିକୁ ଠିକ୍‍ କ୍ରମରେ ସଜାଇବେ। ସେହିପରି ପ୍ରଥମ ଶ୍ରେଣୀରେ ମାତ୍ରା ଯୁକ୍ତ ଶବ୍ଦ, ସରଳ ଫେଢ଼ାଣା (ବିଯୁକ୍ତ), ଦ୍ୱିତୀୟରେ ବାକ୍ୟ, ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗ ବିୟୋଗ ଓ ତୃତୀୟ ଶ୍ରେଣୀରେ ଅନୁଚ୍ଛେଦ ଓ ଗପ ଲିଖନ, ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ମିଶାଣ ଫେଢ଼ାଣ ଆଦି ପାଠ ପଢ଼଼ାଇବା ପାଇଁ ବିଶଦ୍‍ ମାର୍ଗଦର୍ଶିକା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ମୌଳିକ ସାକ୍ଷରତାରେ ଯୋଜନାରେ ପିଲାଙ୍କ ମୌଖିକ ଭାଷାର ବିକାଶ, ଅକ୍ଷର ଚିହ୍ନି ଚିହ୍ନି ପଢ଼଼ିବା, ସୁଗମ ପଠନ, ପଢ଼଼ିବା ସହ ବୁଝିବା, ଲିଖନ ପ୍ରତି ଗୁରୁତ୍ୱ ଦିଆଯିବ। ମୌଳିକ ସଂଖ୍ୟାଜ୍ଞାନରେ ପିଲାଙ୍କ ପ୍ରାକ୍‍ ସଂଖ୍ୟା ଧାରଣା, ସଂଖ୍ୟା ଓ ଗାଣିତିକ ପ୍ରକ୍ରିୟାର ସମ୍ପାଦନ, ଆକୃତି ଓ ଜ୍ୟାମିତିକ ଧାରଣାକୁ ବୁଝିବା, ଦୈର୍ଘ୍ୟ, ଓଜନ ଓ ଧାରକତ୍ୱର ମାପ କରିବା ତଥ୍ୟ ପରିଚାଳନା ଓ ସଂରଚନା ଆଦିକୁ ଶିକ୍ଷା ଦିଆଯିବ। ଏହାଦ୍ୱାରା ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତା ବଜାର ରଖିବେ। ସେମାନେ ଫଳପ୍ରଦ ଭାବବିନିମୟକାରୀ ହେବ। ସଂଯୁକ୍ତ ଶିକ୍ଷାର୍ଥି ହେବେ ଓ ଶୈକ୍ଷିକ ପରିବେଶ ସହ ନିଜକୁ ଜଡ଼ିତ କରିବେ। ଏଥିରେ ଛାତ୍ରଛାତ୍ରୀଙ୍କ ସାମାଜିକ ଆଚରଣର ବିକାଶ, ଆତ୍ମ ସଚେତନତା, ସ୍ୱଚ୍ଛତା ଓ ପରିମଳ ଏବଂ ସୁସ୍ଥ ଅଭ୍ୟାସ, ଭାଷାର ଅର୍ଥପୂର୍ଣ୍ଣ ବ୍ୟବହାର, ନିଜକୁ ପରିପ୍ରକାଶ ପାଇଁ ଲିଖନ, ଇନ୍ଦ୍ରିୟର ବିକାଶ, ବୌଦ୍ଧିକ ବିକାଶ, ପରିବେଶ ସମ୍ପର୍କିତ ଧାରଣା, ସଂଖ୍ୟା ଧାରଣା, ମାପ, ଆକୃତି ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିବେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଅଧୀନରେ ଏହା ଆରମ୍ଭ ହୋଇଥିବାବେଳେ ପ୍ରାଥମିକ ଭାବେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଲାଗୁ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ପିଲାଙ୍କୁ ପାଠ ପଢ଼଼ାଯିବା ସହ ସେମାନଙ୍କ ସମନ୍ୱିତ ଓ ସାମଗ୍ରିକ ବିକାଶ ଲାଗି ବିଶେଷ ଗୁରୁତ୍ୱ ଦିଆଯିବ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

20 Jul 2022 By The Sakala

ଅଙ୍ଗନବାଡ଼ିରୁ ତୃତୀୟ ଯାଏଁ ସ୍ୱତନ୍ତ୍ର ପାଠ୍ୟସାରଣୀ, ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ପାଇଁ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଦ୍ୟ ଶୈଶବରୁ ପ୍ରାଥମିକ ଶିକ୍ଷା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ନେଇ ମାର୍ଗଦର୍ଶିକା ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କାନ୍ଥରେ ଲାଗିବ। ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କୁ କେଉଁ ଶ୍ରେଣୀରେ କ’ଣ ପଢ଼଼ାଇବେ ସେ ନେଇ ଅବଗତ ହେବେ। ଖୋର୍ଦ୍ଧା ଜିଲ୍ଲା ଡିଆଇଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଶିକ୍ଷାଦାନ କରିକୁଲମ୍‍କୁ ସମସ୍ତ ବିଦ୍ୟାଳୟସ୍ତରରେ ଲାଗୁ ପାଇଁ ସ୍କୁଲ ଓ ଗଣଶିକ୍ଷା ସଚିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଙ୍ଗନବାଡ଼ିରୁ ତୃତୀୟ ଶ୍ରେଣୀ ଯାଏଁ କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀ କେଉଁ ବିଷୟର ପାଠ ପଢ଼଼ିବେ ସେ ନେଇ ମଧ୍ୟ ବିଶଦ୍‍ ମାର୍ଗଦର୍ଶିକା ପ୍ରକାଶ ପାଇଛି। ବାଲ୍‍ ବାଟିକା(ଅଙ୍ଗନବାଡ଼ି)ରେ ପିଲାମାନେ ଦୁଇ/ତିନି ଅକ୍ଷର ବିଶିଷ୍ଟ ସରଳ ଶବ୍ଦ ପଢ଼଼ିବେ। ୧୦ ପର୍ଯ୍ୟନ୍ତ ସଂଖ୍ୟା ଲେଖା ଓ ପଢ଼଼ା ଶିଖିବେ। ଚିତ୍ରାଙ୍କନ, ସଂଖ୍ୟା, ବସ୍ତୁ ଓ ଆକୃତିଗୁଡ଼ିକୁ ଠିକ୍‍ କ୍ରମରେ ସଜାଇବେ। ସେହିପରି ପ୍ରଥମ ଶ୍ରେଣୀରେ ମାତ୍ରା ଯୁକ୍ତ ଶବ୍ଦ, ସରଳ ଫେଢ଼ାଣା (ବିଯୁକ୍ତ), ଦ୍ୱିତୀୟରେ ବାକ୍ୟ, ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗ ବିୟୋଗ ଓ ତୃତୀୟ ଶ୍ରେଣୀରେ ଅନୁଚ୍ଛେଦ ଓ ଗପ ଲିଖନ, ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ମିଶାଣ ଫେଢ଼ାଣ ଆଦି ପାଠ ପଢ଼଼ାଇବା ପାଇଁ ବିଶଦ୍‍ ମାର୍ଗଦର୍ଶିକା ପ୍ରକାଶ ପାଇଛି।

ମୌଳିକ ସାକ୍ଷରତାରେ ଯୋଜନାରେ ପିଲାଙ୍କ ମୌଖିକ ଭାଷାର ବିକାଶ, ଅକ୍ଷର ଚିହ୍ନି ଚିହ୍ନି ପଢ଼଼ିବା, ସୁଗମ ପଠନ, ପଢ଼଼ିବା ସହ ବୁଝିବା, ଲିଖନ ପ୍ରତି ଗୁରୁତ୍ୱ ଦିଆଯିବ। ମୌଳିକ ସଂଖ୍ୟାଜ୍ଞାନରେ ପିଲାଙ୍କ ପ୍ରାକ୍‍ ସଂଖ୍ୟା ଧାରଣା, ସଂଖ୍ୟା ଓ ଗାଣିତିକ ପ୍ରକ୍ରିୟାର ସମ୍ପାଦନ, ଆକୃତି ଓ ଜ୍ୟାମିତିକ ଧାରଣାକୁ ବୁଝିବା, ଦୈର୍ଘ୍ୟ, ଓଜନ ଓ ଧାରକତ୍ୱର ମାପ କରିବା ତଥ୍ୟ ପରିଚାଳନା ଓ ସଂରଚନା ଆଦିକୁ ଶିକ୍ଷା ଦିଆଯିବ। ଏହାଦ୍ୱାରା ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତା ବଜାର ରଖିବେ। ସେମାନେ ଫଳପ୍ରଦ ଭାବବିନିମୟକାରୀ ହେବ। ସଂଯୁକ୍ତ ଶିକ୍ଷାର୍ଥି ହେବେ ଓ ଶୈକ୍ଷିକ ପରିବେଶ ସହ ନିଜକୁ ଜଡ଼ିତ କରିବେ। ଏଥିରେ ଛାତ୍ରଛାତ୍ରୀଙ୍କ ସାମାଜିକ ଆଚରଣର ବିକାଶ, ଆତ୍ମ ସଚେତନତା, ସ୍ୱଚ୍ଛତା ଓ ପରିମଳ ଏବଂ ସୁସ୍ଥ ଅଭ୍ୟାସ, ଭାଷାର ଅର୍ଥପୂର୍ଣ୍ଣ ବ୍ୟବହାର, ନିଜକୁ ପରିପ୍ରକାଶ ପାଇଁ ଲିଖନ, ଇନ୍ଦ୍ରିୟର ବିକାଶ, ବୌଦ୍ଧିକ ବିକାଶ, ପରିବେଶ ସମ୍ପର୍କିତ ଧାରଣା, ସଂଖ୍ୟା ଧାରଣା, ମାପ, ଆକୃତି ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିବେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଅଧୀନରେ ଏହା ଆରମ୍ଭ ହୋଇଥିବାବେଳେ ପ୍ରାଥମିକ ଭାବେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଲାଗୁ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ପିଲାଙ୍କୁ ପାଠ ପଢ଼଼ାଯିବା ସହ ସେମାନଙ୍କ ସମନ୍ୱିତ ଓ ସାମଗ୍ରିକ ବିକାଶ ଲାଗି ବିଶେଷ ଗୁରୁତ୍ୱ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର