ଆଜିଠୁ ସ୍ୱତନ୍ତ୍ର ଓଜେଇଇ; ୩୮ କେନ୍ଦ୍ରରେ ପରୀକ୍ଷା ଦେବେ ୨୮ ହଜାର ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଆରମ୍ଭ ହେବାକୁ ଥିବାବେଳେ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କୋଲକାତା, ରାଞ୍ଚି ଓ ପାଟନା ଆଦି ୩ ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପାଇଁ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଆଜି, ଆସନ୍ତାକାଲି ଓ ୭ ତାରିଖରେ […]

ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଆରମ୍ଭ ହେବାକୁ ଥିବାବେଳେ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କୋଲକାତା, ରାଞ୍ଚି ଓ ପାଟନା ଆଦି ୩ ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପାଇଁ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଆଜି, ଆସନ୍ତାକାଲି ଓ ୭ ତାରିଖରେ ପରୀକ୍ଷା ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ । ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ୩ ତାରିଖରେ ଛାତ୍ରଛାତ୍ରୀ ୪ଟି ସିଫ୍ଟରେ ଏମବିଏ ଏବଂ ଲାଟେରାଲ୍‍ ଡିପ୍ଲୋମା ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୪ ତାରିଖରେ ବିଟେକ୍‍, ୭ ତାରିଖରେ ତିନୋଟି ସିଫ୍ଟରେ ବି-ଫାର୍ମ ଓ ଏମସିଏ ଛାତ୍ରଛାତ୍ରୀ ପ୍ରବେଶିକା ଦେବେ। ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି କି, କରୋନା ପାଇଁ ବିଗତ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେବେ। ଜେଇଇ ମେନ୍‍ ଏବଂ ଓଜେଇଇରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ପ୍ରବେଶିକା ଦେଇ ନାମଲେଖାର ସୁଯୋଗ ପାଇବେ। ସେହିପରି ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ଓଜେଇଇ ୱେବ ସାଇଟରୁ ସେମାନଙ୍କ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦ୍ୱାରା ଆଡ଼ମିଟ କାର୍ଡ଼ ପାଇ ପାରିବେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର