ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

The Sakala Picture
Published On

ଭୁବନେଶ୍ୱର : ନୂଆଁଖାଇ ପରଦିନ ଅର୍ଥାତ୍‍ ଶୁକ୍ରବାର ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି (ସ୍ପେଶାଲ ହଲିଡେ) ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ୱଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସମ୍ବଲପୁର ସ୍ଥିତ ଆରଡିସିଙ୍କ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସୂଚନା ଥାଉକି ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ୱର ୧ ତାରିଖରେ ନୂଆଖାଇ ପାଇଁ […]

ଭୁବନେଶ୍ୱର : ନୂଆଁଖାଇ ପରଦିନ ଅର୍ଥାତ୍‍ ଶୁକ୍ରବାର ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି (ସ୍ପେଶାଲ ହଲିଡେ) ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ୱଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସମ୍ବଲପୁର ସ୍ଥିତ ଆରଡିସିଙ୍କ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସୂଚନା ଥାଉକି ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ୱର ୧ ତାରିଖରେ ନୂଆଖାଇ ପାଇଁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ। ସେହିପରି ଏହି ଦିନକ ରାଜ୍ୟରେ ସମସ୍ତ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ନୂଆଁଖାଇ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବା ବେଳେ ବର୍ତ୍ତମାନ ଆରଡିସିଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ପରଦିନକୁ ବି ଆରଡିସିଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନୂଆଁଖାଇ ପରଦିନକୁ ମଧ୍ୟ ଆଞ୍ଚଳିକ ଛୁଟି ଘୋଷଣା କରିଛନ୍ତି। ଆରଡିସିଙ୍କ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ୨ ତାରିଖକୁ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ବି ଆଉ ଏକ ନିର୍ଦ୍ଦେଶନାମାରେ ୨ ତାରିଖ ଛୁଟି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ସଂଶୋଧିତ ଖଣି ଆଇନରେ ରାଜ୍ୟର କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନବୀନଙ୍କ ଚିଠି: ବିଧାନସଭାରେ ଆଣନ୍ତୁ ପ୍ରତ୍ୟାହାର ପ୍ରସ୍ତାବ

ଫଳରେ ଏହି ତିନି ଜିଲ୍ଲାବାସୀ ଦୁଇଦିନ ନୂଆଁଖାଇ ଛୁଟି ପାଇବେ। ନୂଆଁଖାଇରେ ସାମିଲ ହେବାକୁ ଆସୁଥିବା ପରିବାର ସଦସ୍ୟଙ୍କ ସୁବିଧା ଦୃଷ୍ଟିରୁ ଦୁଇଦିନ ନୂଆଁଖାଇ ଛୁଟି କରିବାକୁ ସବୁ ମହଲରୁ ଦାବି ହୋଇଆସୁଥିଲା। ଫଳରେ ଗତକାଲି ରାଜ୍ୟ ସରକାର ନେଗୋସିଏବୁଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ବଳରେ ନୂଆଁଖାଇକୁ ଛୁଟି ଘୋଷଣା କରିଥିଲେ। ଏବେ ଆରଡିସିଙ୍କ ସୁପାରିଶରେ ଝାରସୁଗୁଡ଼ା ସମେତ ସମ୍ବଲପୁର ଓ ବରଗଡ ଜିଲ୍ଲାକୁ ନୂଆଁଖାଇ ପରଦିନ ୨ ତାରିଖକୁ ବି ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର