ଆଉ କିଛି ଘଣ୍ଟା ପରେ ନୂଆ ବର୍ଷ: ହେଲେ ଆଉ ନାହିଁ ଗ୍ରୀଟିଙ୍ଗ୍‌‌ସ କାର୍ଡର ଆତ୍ମୀୟତା, ଶୁଭେଚ୍ଛା ଜଣାଇବାର ମାଧ୍ୟମ ପଲଟିଛି ସାମାଜିକ ଗଣମାଧ୍ୟମ

The Sakala Picture
Published On

ଭୁବନେଶ୍ୱର: ‘ଉଡ଼ିଗଲା ଏରୋପ୍ଲେନ୍‌‌ ତଳେ ପଡ଼ିଗଲା ଛାଇ, ବଡ଼ଲୋକିଆ ଝିଅ ହୋଇ ପଚାରିଲୁ ନାହିଁ’। ଆକାଶର ରଙ୍ଗ ସ୍କାଏ, ସାଙ୍ଗକୁ ମୋର ବାଏ ବାଏ, ଏଭଳି ଅନେକ ପଂକ୍ତି କଥା ନୂଆବର୍ଷ ଆସିଲେ ମନେପଡ଼େ। କାରଣ ୮୦ରୁ ୯୦ ଦଶକରେ ନୂଆବର୍ଷର ଗ୍ରୀଟିଙ୍ଗ୍‌‌ସ କାର୍ଡରେ ଲେଖାଯାଉଥିବା ଏହି ପଂକ୍ତିଗୁଡ଼ିକ ଆଜି ମୋବାଇଲ୍‌‌ ଭିଡ଼ରେ କେବଳ ସ୍ମୃତି ହୋଇ ରହିଯାଇଛି। ଦିନେ ଗ୍ରୀଟିଙ୍ଗ୍‌‌ସ କାର୍ଡରେ ଥିଲା ସମ୍ପର୍କର ଭାବାବେଗ। ଦୂରରେ ରହୁଥିବା ସମ୍ପର୍କୀୟଙ୍କ ଭାବାବେଗକୁ ମଜଭୁତ କରିବାରେ ଚିଠି […]

ଭୁବନେଶ୍ୱର: ‘ଉଡ଼ିଗଲା ଏରୋପ୍ଲେନ୍‌‌ ତଳେ ପଡ଼ିଗଲା ଛାଇ, ବଡ଼ଲୋକିଆ ଝିଅ ହୋଇ ପଚାରିଲୁ ନାହିଁ’। ଆକାଶର ରଙ୍ଗ ସ୍କାଏ, ସାଙ୍ଗକୁ ମୋର ବାଏ ବାଏ, ଏଭଳି ଅନେକ ପଂକ୍ତି କଥା ନୂଆବର୍ଷ ଆସିଲେ ମନେପଡ଼େ। କାରଣ ୮୦ରୁ ୯୦ ଦଶକରେ ନୂଆବର୍ଷର ଗ୍ରୀଟିଙ୍ଗ୍‌‌ସ କାର୍ଡରେ ଲେଖାଯାଉଥିବା ଏହି ପଂକ୍ତିଗୁଡ଼ିକ ଆଜି ମୋବାଇଲ୍‌‌ ଭିଡ଼ରେ କେବଳ ସ୍ମୃତି ହୋଇ ରହିଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଦିନେ ଗ୍ରୀଟିଙ୍ଗ୍‌‌ସ କାର୍ଡରେ ଥିଲା ସମ୍ପର୍କର ଭାବାବେଗ। ଦୂରରେ ରହୁଥିବା ସମ୍ପର୍କୀୟଙ୍କ ଭାବାବେଗକୁ ମଜଭୁତ କରିବାରେ ଚିଠି ଭଳି ଗ୍ରୀଟିଙ୍ଗ୍‌‌ସ କାର୍ଡର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା। ଗାଁ ଗହଳିରେ ମୋବାଇଲ୍‌‌ର ବ୍ୟବହାର ନଥିଲା, ଯଦିଓ ଟେଲିଗ୍ରାମ୍‌‌ର ବ୍ୟବହାର ବହୁଳଭାବେ ଚାଲିଥିଲା ତଥାପି ଗ୍ରୀଟିଙ୍ଗ୍‌‌ କାର୍ଡରେ ନିଜର ମନକଥା ପ୍ରକାଶ କରିବାକୁ ସମସ୍ତେ ପସନ୍ଦ କରୁଥିଲେ। ନୂଆବର୍ଷର ୧୫ ଦିନ ଆଗରୁ ଗାଁ ଛକ ଠାରୁ ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଥିଲା ଗ୍ରୀଟିଙ୍ଗ୍‌‌ କାର୍ଡ ଦୋକାନ। ସ୍କୁଲ ଛୁଟି ହେଲାମାତ୍ରେ ଏଠାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଲାଇନ୍‌‌ ଲାଗୁଥିଲା। କାର୍ଡରେ ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କ ଫଟୋ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିଲା। ଯାହାର ଦାମ୍‌‌ ୫୦ ପଇସା ରହିଥିଲା। କାର୍ଡ ପଛପଟେ କିଏ ହାସ୍ୟାତ୍ମକ ପଂକ୍ତି ଲେଖୁଥିଲା ତ ଆଉ କେହି ଦୂରରେ ଥାଇ ନିଜ ବନ୍ଧୁଙ୍କୁ ମନେପକାଉଥିବାର ଭାବାବେଗ ପ୍ରକାଶ କରୁଥିଲା। ସିନେରୀ, ସୁନ୍ଦର ଘର, ପ୍ରାକୃତିକ ପରିବେଶ ମଧ୍ୟ ବେଶ୍‌‌ ଆକର୍ଷଣୀୟ ଥିଲା। ଏହି ଅନୁଭୂତି କେବଳ ୯୦ ଦଶକର ଲୋକଙ୍କ ମନରେ ଛବି ହୋଇ ରହିଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବର୍ଷ ପରେ ବର୍ଷ ବିତିଚାଲିଛି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଘଟିଛି। ହେଲେ ଦିନକୁ ଦିନ ହଜିଯାଉଛି ଅତୀତର ଅଭୁଲା ଅନୁଭୂତି। ନୂଆବର୍ଷ ଆସିଲେ ଗ୍ରୀଟିଙ୍ଗ୍‌‌ସ କାର୍ଡ ଅନୁଭୂତି ପୁଣି ସେତଜ ହୋଇପଡ଼େ। ଧୀରେ ଧୀରେ ଯୁବପିଢ଼ିମାନେ ଆଧୁନିକତାର ଟ୍ରେଣ୍ଡ୍‌‌ ଆପଣେଇଥିବାବେଳେ ଅବସରିଗଲା ପୁରୁଣା ଜମାନା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

କାରଣ ଆଜିକାଲି ବୟସ୍କଙ୍କଠାରୁ ଆରମ୍ଭ କରି ଧନୀ, ଗରିବ ସମସ୍ତଙ୍କ ହାତରେ ମୋବାଇଲ୍‌‌। ମୋବାଇଲ୍‌‌ ବ୍ୟବହାର କେବଳ କଥାବାର୍ତ୍ତା କିମ୍ବା ପର୍ବପର୍ବାଣୀରେ ଶୁଭେଚ୍ଛା ଜଣାଇବାର ମାଧ୍ୟମ ସାଜିନି ବରଂ ସମ୍ପର୍କର ଭାବାବେଗକୁ ମନରୁ ପୋଛିଦେଇଛି। ନୂଆବର୍ଷରେ ଗ୍ରୀଟିଙ୍ଗ୍‌‌ସ କାର୍ଡ ପଠାଇବାର କ୍ରେଜ୍‌‌ କେବଳ ଯୁବପିଢ଼ିଙ୍କ ମଧ୍ୟରେ ସୀମିତ ନ ଥିଲା ବରଂ ସବୁ ବର୍ଗର ଲୋକମାନେ ଏହି ଦିନରେ ନିଜ ବନ୍ଧୁଙ୍କୁ ଗ୍ରୀଟିଙ୍ଗ୍‌‌ସ କାର୍ଡ ଜରିଆରେ ଶୁଭେଚ୍ଛା ଜଣାଉଥିଲେ। ଯାହାର ସ୍ଥାନ ଏବେ ମାଡ଼ିବସିଛି ସାମାଜିକ ଗଣମାଧ୍ୟମ। କାରଣ ବର୍ତ୍ତମାନ ଶେଷ ହେବାକୁ ଲାଗିଲାଣି ଗ୍ରୀଟିଙ୍ଗ୍‌‌ସ କାର୍ଡର ଯୁଗ। ଶୁଭେଚ୍ଛା ଜଣାଇବାର ପ୍ରଥମ ମାଧ୍ୟମ ପାଲଟିଲା ଇଣ୍ଟରନେଟ୍‌‌। ଫେସ୍‌‌ବୁକ୍‌‌, ହ୍ୱାଟ୍ସଆପ୍‌‌, ଟ୍ୱିଟର୍‌‌ (ଏକ୍ସ), ଇନ୍‌‌ଷ୍ଟାଗ୍ରାମ୍‌‌ ଆପ୍‌‌ ଜରିଆରେ ନିଜ ନିଜର ଶୁଭେଚ୍ଛା ବାର୍ତ୍ତା ଜଣାଇବା ଏକ ଟ୍ରେଣ୍ଡ ହୋଇଗଲାଣି। ତେଣୁ ବ୍ୟବସାୟୀମାନେ ମଧ୍ୟ ଅନେକ କ୍ଷତି ସହିବା ପରେ ଏହି ବ୍ୟବସାୟରୁ ମୁହଁ ଫେରାଇ ନେଇଥିବା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର