ଏସସିବି ମେଡିକାଲର ICU ରେ ବାଜିବ ଭଜନ, ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ

The Sakala Picture
Published On

କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭିତରେ ବାଜିବ ଭଜନ । ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦେବା ପାଇଁ ବାଜିବ ଭଜନ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ଏହାଦ୍ବାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଆଇସିୟୁ ଭିତରେ […]

କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭିତରେ ବାଜିବ ଭଜନ । ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦେବା ପାଇଁ ବାଜିବ ଭଜନ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ଏହାଦ୍ବାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଆଇସିୟୁ ଭିତରେ ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି ହେବ । ଆସନ୍ତା ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ଆଗକୁ ସବୁ ବିଭାଗରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଯେଉଁମାନେ ମସ୍ତିଷ୍କ ଆଘାତପ୍ରାପ୍ତ କିମ୍ବା ରୋଗ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କର ମସ୍ତିଷ୍କକୁ ଉଜ୍ଜିବୀତ କରିବାକୁ ହେଲେ ଷ୍ଟିମୁଲେଟ କରିବାକୁ ପଡ଼େ । କାନ ଭିତର ଦେଇ ଯେତେବେଳେ ମ୍ୟୁଜିକ ମସ୍ତିଷ୍କକୁ ଯାଇଥାଏ, ସେଠାରେ ସମ୍ବେଦନ ସୃଷ୍ଟି ହୋଇଥାଏ । ଆଉ ଏହି ସମ୍ବେଦନର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡେ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ହାଲକା ସାଉଣ୍ଡରେ ମ୍ୟୁଜିକ ସିଷ୍ଟମ ବାଜିବା ଦ୍ବାରା ଆଇସିୟୁରେ ରୋଗୀଙ୍କ ସହ ଏଠାରେ କାମ କରୁଥିବା ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ଚାପ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ବର୍ତ୍ତମାନ ଏସସିବିରେ ମେଡ଼ିସିନ, ଟ୍ରମା, ସେଣ୍ଟ୍ରାଲ ଆଇସିୟୁ ଭଳି ୧୦ଟି ବିଭାଗରେ ୨୦୦ରୁ ଅଧିକ ଆଇସିୟୁ ବେଡ଼ ରହିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର