କୋହଳ ର ୧୦ ଦିନରେ ଗଡ଼ିଲା ୭ ମୁଣ୍ଡ

The Sakala Picture
Published On

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଶିଂକ କଟକଣା ଖୋଲିଛି। କଟକଣା ଖୋଲିବାରୁ ଗାଡ଼ି ଚଳାଚଳ ବୃଦ୍ଧି ହୋଇଛି। ଗାଡ଼ି ଚଳାଚଳ ବୃଦ୍ଧି ହେବାରୁ ଦୁର୍ଘଟଣା ବଢ଼଼ିଛି। ରାଜଧାନୀରେ ସଡ଼କ ଦୁର୍ଘଟଣା ଉଦ୍‍ବେଗଜନକ ସ୍ଥିତିକୁ ଆସିଯାଇଛି। ଅଂଶିକ କଟକଣା ଖୋଲିବାର ପ୍ରଥମ ୧୦ଦିନରେ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ପୁଲିସ ଠାରୁ ଆରମ୍ଭ କରି ନବବିବାହିତା ଯୁବକଙ୍କ ଜୀବନ ମଧ୍ୟ ଯାଇଛି। ରବିବାର ଆଚାର୍ଯ୍ୟବିହାର ଛକରେ […]

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଶିଂକ କଟକଣା ଖୋଲିଛି। କଟକଣା ଖୋଲିବାରୁ ଗାଡ଼ି ଚଳାଚଳ ବୃଦ୍ଧି ହୋଇଛି। ଗାଡ଼ି ଚଳାଚଳ ବୃଦ୍ଧି ହେବାରୁ ଦୁର୍ଘଟଣା ବଢ଼଼ିଛି। ରାଜଧାନୀରେ ସଡ଼କ ଦୁର୍ଘଟଣା ଉଦ୍‍ବେଗଜନକ ସ୍ଥିତିକୁ ଆସିଯାଇଛି। ଅଂଶିକ କଟକଣା ଖୋଲିବାର ପ୍ରଥମ ୧୦ଦିନରେ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ପୁଲିସ ଠାରୁ ଆରମ୍ଭ କରି ନବବିବାହିତା ଯୁବକଙ୍କ ଜୀବନ ମଧ୍ୟ ଯାଇଛି। ରବିବାର ଆଚାର୍ଯ୍ୟବିହାର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ବାଲିପାଟଣାର ସୁନୀଲ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ଖଣ୍ଡଗିରି ଓଭରବ୍ରିଜ ଉପରେ ଅଳିଆ ବୋଝେଇ ଗାଡ଼ି ଧକ୍‍କାରେ ଜଟଣୀର ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଗୁରୁବାର ଭରତପୁର ଥାନା ପାତ୍ରପଡ଼ା ଛକରେ ସମାନ୍‍ ଢଙ୍ଗରେ ଏକ ଅଜଣା ଗାଡ଼ି ଧକ୍କାରେ ପୁରୀର ସରୋଜ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ସେଭଳି କଳ୍ପନା ଛକରେ ଅଟୋ ଧକ୍କାରେ ଏସ୍‍ଏସ୍‍ବି କନଷ୍ଟେବଳ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ଏକ ଟ୍ରକ ଧକ୍କରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଗତ ୯ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଟ୍ରକ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଥିଲେ। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଇନ୍‍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମଧ୍ୟ ସଡ଼କ ଦୁର୍ଘଟଣାରେ ଜଣେ ଲେଖାଏଁ ଯୁବକଙ୍କ ମୃତ୍ୟୁ ହୋଇଛି। ସେପଟେ ଗତ ୬ମାସରେ ସହରରେ ସଡ଼କ ଦୁର୍ଘଟଣାରେ ୭୭ଜଣଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ପରିସଂଖ୍ୟାନ ଦେଖିଲେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ରାଜଧାନୀରେ ୨୫୦ରୁ ଅଧିକ ମୃତ୍ୟୁ ହୋଉଥିଲା। ତେବେ କରୋନା ମହାମାରୀ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କିନ୍ତୁ କିଛି କ୍ଷେତ୍ରରେ ମାନବସମାଜ ପାଇଁ ବରଦାନ ପାଲଟିଛି। ତେଣୁ ଦେଢ଼ବର୍ଷ ହେବ ସହରରେ ୧୦୦ରୁ କମ୍‍ ମୃତ୍ୟୁ ସଂଖ୍ୟା ରହୁଛି। ସେହିପରି ଜାତୀୟ ରାଜପଥରେ ଏକାଧିକ ଦୁର୍ଘଟଣା ଘଟୁଛି। ଖଣ୍ଡଗିରି ଓଭରବ୍ରିଜ ହେଉ କିମ୍ବା ବାଣୀବିହାର ଜାତୀୟ ରାଜପଥ ହେଉ। ସବୁଠି ଦୁର୍ଘଟଣା ହେଉଛି। ଦୁର୍ଘଟଣା ହେବାର ମୁଖ୍ୟ କାରଣ ଦ୍ରୁତଗତି ଏବଂ ବେପରୁଆ ଗାଡ଼ି ଚାଳନା। ଜାତୀୟ ରାଜପଥ ଉପରେ କଟକଣା ରହୁ ନ ଥିବାରୁ ଗାଡ଼ି ଚାଳକ ବିନା ପ୍ରତିବନ୍ଧକରେ ଗାଡ଼ି ଚଳାଉଛନ୍ତି। ଏଥିପାଇଁ ଦୁର୍ଘଟଣା ହେବାର ମୁଖ୍ୟ କାରଣ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମିଳିଥିବା ଏକ ତଥ୍ୟ ଅନୁସାରେ ଗତ ୩ବର୍ଷରେ ଜାତୀୟ ରାଜପଥରେ ଗଡ଼଼଼ିଛି ୧୮୬ଟି ମୁଣ୍ଡ। ୨୦୧୯ରେ ୧୦୧ଜଣ ମରିଥିବା ବେଳେ ୨୦୨୦ରେ ୬୦ ଏବଂ ଏବର୍ଷ ୬ମାସ ଭିତରେ ଜାତୀୟ ରାଜପଥ ଦୁର୍ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଅଧିକାଂଶ ଦୁର୍ଘଟଣା ଭାରିଯାନ ଯୋଗୁଁ ଘଟିଛି। ରାତି ହେଉ କି ଦିନ ଭାରୀଯାନଗୁଡିକ ବେପରୁଆ ଗାଡ଼ି ଚଳାଇ୍‍ ଦୁର୍ଘଟଣା ଘଟାଉଛନ୍ତି।

20 Jul 2021 By The Sakala

କୋହଳ ର ୧୦ ଦିନରେ ଗଡ଼ିଲା ୭ ମୁଣ୍ଡ

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଶିଂକ କଟକଣା ଖୋଲିଛି। କଟକଣା ଖୋଲିବାରୁ ଗାଡ଼ି ଚଳାଚଳ ବୃଦ୍ଧି ହୋଇଛି। ଗାଡ଼ି ଚଳାଚଳ ବୃଦ୍ଧି ହେବାରୁ ଦୁର୍ଘଟଣା ବଢ଼଼ିଛି। ରାଜଧାନୀରେ ସଡ଼କ ଦୁର୍ଘଟଣା ଉଦ୍‍ବେଗଜନକ ସ୍ଥିତିକୁ ଆସିଯାଇଛି। ଅଂଶିକ କଟକଣା ଖୋଲିବାର ପ୍ରଥମ ୧୦ଦିନରେ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ପୁଲିସ ଠାରୁ ଆରମ୍ଭ କରି ନବବିବାହିତା ଯୁବକଙ୍କ ଜୀବନ ମଧ୍ୟ ଯାଇଛି। ରବିବାର ଆଚାର୍ଯ୍ୟବିହାର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ବାଲିପାଟଣାର ସୁନୀଲ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ଖଣ୍ଡଗିରି ଓଭରବ୍ରିଜ ଉପରେ ଅଳିଆ ବୋଝେଇ ଗାଡ଼ି ଧକ୍‍କାରେ ଜଟଣୀର ଅଜୟ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା।

ଗୁରୁବାର ଭରତପୁର ଥାନା ପାତ୍ରପଡ଼ା ଛକରେ ସମାନ୍‍ ଢଙ୍ଗରେ ଏକ ଅଜଣା ଗାଡ଼ି ଧକ୍କାରେ ପୁରୀର ସରୋଜ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ସେଭଳି କଳ୍ପନା ଛକରେ ଅଟୋ ଧକ୍କାରେ ଏସ୍‍ଏସ୍‍ବି କନଷ୍ଟେବଳ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ଏକ ଟ୍ରକ ଧକ୍କରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଗତ ୯ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଟ୍ରକ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଥିଲେ। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଇନ୍‍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମଧ୍ୟ ସଡ଼କ ଦୁର୍ଘଟଣାରେ ଜଣେ ଲେଖାଏଁ ଯୁବକଙ୍କ ମୃତ୍ୟୁ ହୋଇଛି। ସେପଟେ ଗତ ୬ମାସରେ ସହରରେ ସଡ଼କ ଦୁର୍ଘଟଣାରେ ୭୭ଜଣଙ୍କ ମୃତ୍ୟୁ ହୋଇଥିଲା।

ପରିସଂଖ୍ୟାନ ଦେଖିଲେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ରାଜଧାନୀରେ ୨୫୦ରୁ ଅଧିକ ମୃତ୍ୟୁ ହୋଉଥିଲା। ତେବେ କରୋନା ମହାମାରୀ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କିନ୍ତୁ କିଛି କ୍ଷେତ୍ରରେ ମାନବସମାଜ ପାଇଁ ବରଦାନ ପାଲଟିଛି। ତେଣୁ ଦେଢ଼ବର୍ଷ ହେବ ସହରରେ ୧୦୦ରୁ କମ୍‍ ମୃତ୍ୟୁ ସଂଖ୍ୟା ରହୁଛି। ସେହିପରି ଜାତୀୟ ରାଜପଥରେ ଏକାଧିକ ଦୁର୍ଘଟଣା ଘଟୁଛି। ଖଣ୍ଡଗିରି ଓଭରବ୍ରିଜ ହେଉ କିମ୍ବା ବାଣୀବିହାର ଜାତୀୟ ରାଜପଥ ହେଉ। ସବୁଠି ଦୁର୍ଘଟଣା ହେଉଛି। ଦୁର୍ଘଟଣା ହେବାର ମୁଖ୍ୟ କାରଣ ଦ୍ରୁତଗତି ଏବଂ ବେପରୁଆ ଗାଡ଼ି ଚାଳନା। ଜାତୀୟ ରାଜପଥ ଉପରେ କଟକଣା ରହୁ ନ ଥିବାରୁ ଗାଡ଼ି ଚାଳକ ବିନା ପ୍ରତିବନ୍ଧକରେ ଗାଡ଼ି ଚଳାଉଛନ୍ତି। ଏଥିପାଇଁ ଦୁର୍ଘଟଣା ହେବାର ମୁଖ୍ୟ କାରଣ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।

ମିଳିଥିବା ଏକ ତଥ୍ୟ ଅନୁସାରେ ଗତ ୩ବର୍ଷରେ ଜାତୀୟ ରାଜପଥରେ ଗଡ଼଼଼ିଛି ୧୮୬ଟି ମୁଣ୍ଡ। ୨୦୧୯ରେ ୧୦୧ଜଣ ମରିଥିବା ବେଳେ ୨୦୨୦ରେ ୬୦ ଏବଂ ଏବର୍ଷ ୬ମାସ ଭିତରେ ଜାତୀୟ ରାଜପଥ ଦୁର୍ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଅଧିକାଂଶ ଦୁର୍ଘଟଣା ଭାରିଯାନ ଯୋଗୁଁ ଘଟିଛି। ରାତି ହେଉ କି ଦିନ ଭାରୀଯାନଗୁଡିକ ବେପରୁଆ ଗାଡ଼ି ଚଳାଇ୍‍ ଦୁର୍ଘଟଣା ଘଟାଉଛନ୍ତି।

https://www.thesakala.in/latest-odisha-news/six-heads-rolled-in-10-days/article-3928
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର