ପରିକ୍ରମା ପରିକଳ୍ପନାର ‘ନବୀନ’ ପରିଭାଷା: ଶ୍ରୀସେତୁ ରୁ ଶ୍ରୀଦାଣ୍ଡ
ଭକ୍ତି ଓ ଭାବର ଠାକୁର ସିଏ; ବିଶ୍ୱ ବ୍ରହ୍ମାଣ୍ଡର ଠାକୁର। ଜଗତରନାଥ ଶ୍ରୀଜଗନ୍ନାଥ। ଯାହାଙ୍କ ସମ୍ମୁଖରେ ଠିଆ ହୋଇଗଲେ ବିମୋହିତ ହୁଏ ଭକ୍ତ। ଲୋତକାପ୍ଲୁତ ହୁଏ ଆଖି, ବାୟୁଠାରୁ ହାଲୁକା ହୋଇଯାଏ ତନୁମନ। ପ୍ରଭୁଙ୍କୁ କୋଳାଗ୍ରତ କରିବାକୁ ପ୍ରଲମ୍ବିତ ବାହୁରେ ନିଜକୁ ହଜାଇ ଦିଏ ଭକ୍ତ, ବଡ଼ବଡ଼ ଚକା ଆଖିର ସାଗରରେ ହଜିଯାଏ ଶ୍ରଦ୍ଧାଳୁ। ଗୋଲ ଗୋଲ ଆଖି ପରି ତାଙ୍କର ସବୁକିଛି ବଡ଼। ମନ୍ଦିର ହେଉଛି ଶ୍ରୀମନ୍ଦିର, ଚକ୍ର ହେଉଛି ଶ୍ରୀ ଚକ୍ର। ସେହି କଳା […]
ଭକ୍ତି ଓ ଭାବର ଠାକୁର ସିଏ; ବିଶ୍ୱ ବ୍ରହ୍ମାଣ୍ଡର ଠାକୁର। ଜଗତରନାଥ ଶ୍ରୀଜଗନ୍ନାଥ। ଯାହାଙ୍କ ସମ୍ମୁଖରେ ଠିଆ ହୋଇଗଲେ ବିମୋହିତ ହୁଏ ଭକ୍ତ। ଲୋତକାପ୍ଲୁତ ହୁଏ ଆଖି, ବାୟୁଠାରୁ ହାଲୁକା ହୋଇଯାଏ ତନୁମନ। ପ୍ରଭୁଙ୍କୁ କୋଳାଗ୍ରତ କରିବାକୁ ପ୍ରଲମ୍ବିତ ବାହୁରେ ନିଜକୁ ହଜାଇ ଦିଏ ଭକ୍ତ, ବଡ଼ବଡ଼ ଚକା ଆଖିର ସାଗରରେ ହଜିଯାଏ ଶ୍ରଦ୍ଧାଳୁ। ଗୋଲ ଗୋଲ ଆଖି ପରି ତାଙ୍କର ସବୁକିଛି ବଡ଼। ମନ୍ଦିର ହେଉଛି ଶ୍ରୀମନ୍ଦିର, ଚକ୍ର ହେଉଛି ଶ୍ରୀ ଚକ୍ର। ସେହି କଳା ଶ୍ରୀମୁଖଙ୍କ ସୁଖଦ ଦର୍ଶନ ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଛନ୍ତି ଆକାଂକ୍ଷୀ ପରିକ୍ରମା ପ୍ରକଳ୍ପ। ଏହି ପ୍ରକଳ୍ପର ଦୁଇ ଅଭିନ୍ନ ଅଂଶ ‘ଶ୍ରୀଦାଣ୍ଡ’ ଓ ‘ଶ୍ରୀସେତୁ’ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀଦାଣ୍ଡ ।
କୋଟି ବ୍ରହ୍ମାଣ୍ଡ ନାଥ, ପତିତପାବନ, କରୁଣାସାଗର ଶ୍ରୀଜଗନ୍ନାଥ ସର୍ବବ୍ୟାପୀ, ସନାତନୀ। ତାଙ୍କ ଗୁଣ କୀର୍ତ୍ତନ, ଭଜନ, ଜଣାଣ, ସମର୍ପଣ, ଭକ୍ତିନୈବେଦ୍ୟ ଯେତେ ବଖାଣିଲେ ବି ଭକ୍ତଙ୍କୁ ନିଅଣ୍ଟ ପଡେ଼। ବହୁ ଜନ୍ମର ପୁଣ୍ୟଫଳ ଥିଲେ, ତାଙ୍କ ସାନ୍ନିଧ୍ୟ ଲଭିବାର, ସେବା କରିବାର ସୁଯୋଗ ମିଳେ। ଭାବଗ୍ରାହୀ, ଭାବବିନୋଦିଆ କଳାଠାକୁର କିନ୍ତୁ ଭକ୍ତର ଦୁଃଖରେ ଦୁଃଖୀ, ଭକ୍ତର ସୁଖରେ ସୁଖୀ ହୋଇଥାନ୍ତି। ଯିଏ ତା’ର ଭକ୍ତକୁ ପୀଡ଼ା ଦିଏ, ସେ ସହି ପାରନ୍ତନି। ଭକ୍ତର ଆକୁଳ ଡାକରେ ସେ ତକ୍ରାଳ ଉଭା ହୋଇ ଦୁଷ୍ଟକୁ ଶାସ୍ତି ଦେଇ ଭକ୍ତର ଆନନ୍ଦରେ ଆନନ୍ଦିତ ହୁଅନ୍ତି। ପ୍ରଭୁଙ୍କ ଏହି ଭକ୍ତବତ୍ସଳ ଭାବକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଟିକିଏ ସୁଖ ଓ ନିର୍ବିଘ୍ନ ଜଗାଦର୍ଶନର ସୁଯୋଗ ଦେବା ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏ କଳିଯୁଗରେ ଦାରୁଦେବତା ରୂପରେ ଭାଇଭଉଣୀଙ୍କ ସହ ଲୌକିକ ଲୀଳାଖେଳା କରୁଥିବା ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ବିଜେସ୍ଥଳୀକୁ ନିଜ ନାମ ପରିବର୍ତ୍ତେ ମହାଲକ୍ଷ୍ମୀଙ୍କ ନାମରେ ଶ୍ରୀମନ୍ଦିର ରଖି ନାରୀକୁ ଉପଯୁକ୍ତ ସମ୍ମାନ ଦେବାପାଇଁ ମାନବ ସମାଜକୁ ବାର୍ତ୍ତା ଦେଇଛନ୍ତି। ଏହି ଦୀକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ପରିକ୍ରମା ପ୍ରକଳ୍ପର ପରିଭାଷା। ଏହି ପ୍ରକଳ୍ପରେ ବଡ଼ ଠାକୁରଙ୍କ ବଡ଼ଦାଣ୍ଡର ସମାନ୍ତରାଳରେ ଭକ୍ତଙ୍କ ପାଇଁ ଆଉ ଏକ ଯାତ୍ରାପଥ ନିର୍ମାଣ କରାଯାଇଛି, ଯାହାର ନାମ ରଖାଯାଇଛି ଶ୍ରୀଦାଣ୍ଡ। ସେହିପରି ଶ୍ରୀମନ୍ଦିର ଯାତ୍ରାପଥକୁ ବାଧାମୁକ୍ତ କରିବା ପାଇଁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ରାଜପଥ ଉପରେ ଅଭିନବ ଢଙ୍ଗରେ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ଶ୍ରୀସେତୁ। ଏହି ଶ୍ରୀସେତୁରୁ ଶ୍ରୀଦାଣ୍ଡ ପରିକ୍ରମା ପ୍ରକଳ୍ପ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଜଗନ୍ନାଥବଲ୍ଲଭରୁ ଦୋଳବେଦୀ ‘ଶ୍ରୀଦାଣ୍ଡ’
ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ବିକଶିତ ହେଉଛି ଶ୍ରୀକ୍ଷେତ୍ର ପୁରୀ। ବଦଳିବାରେ ଲାଗିଛି ଏହାର ରୂପରେଖ। ଭକ୍ତ, ପର୍ଯ୍ୟଟକ ତଥା ପୁରୀବାସୀଙ୍କୁ ଅତ୍ୟାଧୁନିକ ସେବା ସୁବିଧାକୁ ଦିଆଯାଉଛି ଅଗ୍ରାଧିକାର । ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦି ବିକଶିତ କରାଯାଇଛି। ଫଳରେ ଦିନକୁଦିନ ପୁରୀକୁ ଭକ୍ତ, ପର୍ଯ୍ୟଟକଙ୍କ ସଂଖ୍ୟାବୃଦ୍ଧି ପାଉଛି। ପୂର୍ବରୁ ସାଧାରଣ ଦିନରେ ପୁରୀକୁ ଯେତିକି ଭକ୍ତ, ପର୍ଯ୍ୟଟକ ଆସୁଥିଲେ ଏବେ ପ୍ରାୟ ତା’ର ଦୁଇଗୁଣ ବଢ଼ିଯାଉଛି। ଏହାଦ୍ୱାରା ବଡ଼ଦାଣ୍ଡ ଉପରେ ଅଧିକ ଚାପ ରହୁଛି। ତେଣୁ ବଡ଼ଦାଣ୍ଡ ଉପରୁ ଯାତାୟାତ ଭାର ହ୍ରାସ କରିବା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥବଲ୍ଲଭରୁ ଦୋଳବେଦୀକୁ ସଂଯୋଗ ହେଉଛି ଏକ ନୂଆରାସ୍ତା। ଜଗନ୍ନାଥବଲ୍ଲଭ ପିଲିଗ୍ରୀମ ସେଣ୍ଟର(ଜେବିପିସି)ରୁ ଦୋଳବେଦୀ ପର୍ଯ୍ୟନ୍ତ ଏହା ଲମ୍ବିବ। ଗ୍ରୀନ୍ କରିଡର୍ ଭଳି କାମ କରିବାକୁ ଥିବା ଏହି ରାସ୍ତାର ନାଁ ରହିବ ‘ଶ୍ରୀଦାଣ୍ଡ’ । ଏବେ ଦ୍ରୁତଗତିରେ ଚାଲିଛି ଶ୍ରୀଦାଣ୍ଡ କାମ, ଯାହାକି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପୂର୍ଣ୍ଣାଙ୍ଗ ରୂପନେଇ ଶ୍ରଦ୍ଧାଳୁଙ୍କ ସେବାରେ ଲାଗିବ।
ଦୈର୍ଘ୍ୟ ୮୦୦ ମିଟର, ୧୨ ମିଟର ପ୍ରସ୍ଥ
ଶ୍ରୀଦାଣ୍ଡ ଜଗନ୍ନାଥ ବଲ୍ଲଭ ପାର୍କିଂଠାରୁ ଆରମ୍ଭ ହୋଇ ଦାଣ୍ଡିମାଳ ସାହି ଓ ଚୁଡ଼ଙ୍ଗ ସାହି ମଧ୍ୟ ଦେଇ ଦୋଳବେଦୀ ପର୍ଯ୍ୟନ୍ତ ପ୍ରଲମ୍ବିତ। ରାସ୍ତାର ଲମ୍ବ ୮୦୦ ମିଟର, ପ୍ରସ୍ଥ ୧୨ ମିଟର ଓ ମଧ୍ୟରେ ଦୁଇଟି ଛକ ରହିଛି। ପ୍ରକଳ୍ପ ପାଇଁ ଚୁଡ଼ଙ୍ଗ ସାହିରୁ ୦.୮୭୯୮ ଏକର ଓ ଦାଣ୍ଡିମାଳ ସାହିରୁ ୦,୨୬୫ ଏକର ସମୁଦାୟ ୧.୧୪୪୮ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି। ରାସ୍ତା ପାଇଁ ଆବଶ୍ୟକ ଜାଗା ମଧ୍ୟରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଜାଗା ଏବଂ ୩୨ ପ୍ରତିଶତ ଘରୋଇ ଜମି ରହିଛି। ଆଲୋକୀକରଣ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ସମ୍ପୂର୍ଣ୍ଣହେବା ଉପରେ। ଏହି ରାସ୍ତାର ଦୁଇ ପାର୍ଶ୍ବରେ ଫୁଟ୍ପାଥ୍, ଛୋଟ ଶେଡ୍ ଏବଂ ବ୍ୟାଟେରୀ ଅଟୋ ଚଳାଚଳ ସୁବିଧା ବ୍ୟବସ୍ଥା ମଧ୍ୟ କରାଯାଉଛି। ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଏହି ନୂଆ ରାସ୍ତା ପାଇଁ ଚୁଡ଼ଙ୍ଗସାହିର ୬୬ ପରିବାର ଓ ଦାଣ୍ଡିମାଳସାହିର ୧୮ ପରିବାର ଏହିପରି ମୋଟ୍ ୮୪ ପରିବାର ପ୍ରଭାବିତ ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ କାମ ପାଇଁ ସାହିବାସୀ ସେମାନଙ୍କ ଭିଟାମାଟିକୁ ସମର୍ପି ଦେଇଛନ୍ତି। ସରକାରଙ୍କ କଥାରେ ହଁ ଭରି ସେମାନଙ୍କ ସମର୍ପଣ ଭାବର ପ୍ରମାଣ ଦେଇଛନ୍ତି। ଫଳରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏହି କାମ କରାଯାଉଛି। ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ଏହା ପୂର୍ବରୁ ଏହି ରାସ୍ତାକାମ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇ କାମ ଚାଲିଛି।
ସହଜ ହେବ ଯାତାୟାତ
ଏହି ରାସ୍ତା ଶ୍ରୀମନ୍ଦିରକୁ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ସାଜିବ। ବର୍ତ୍ତମାନ ଶ୍ରୀମନ୍ଦିରକୁ ତୀର୍ଥଯାତ୍ରୀମାନେ ବଡ଼ଦାଣ୍ଡରେ ଯାତାୟାତ କରୁଛନ୍ତି, ଯାହାଦ୍ୱାରା ପ୍ରବଳ ଗହଳି ହେଉଛି। ଯେଉଁଥିପାଇଁ ଯିବାଆସିବା କରିବାରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ବିଶେଷକରି ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣି ସମୟରେ ଜନଗହଳିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ତେଣୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଶ୍ରୀଦାଣ୍ଡ ତିଆରି ହେଉଛି। ଏହା ନରେନ୍ଦ୍ର ପୁଷ୍କରିଣୀ ପାର୍ଶ୍ୱ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରୁ ଦୋଳବେଦୀକୋଣ ପର୍ଯ୍ୟନ୍ତ ବଡ଼ଦାଣ୍ଡର ସମାନ୍ତରାଳରେ ନିର୍ମାଣ କରାଯାଉଛି। ଏହା ବଡ଼ଦାଣ୍ଡର ବିକଳ୍ପ ହେବ। ଶ୍ରଦ୍ଧାଳୁମାନେ ମନ୍ଦିରରେ ସଅଳ ପହଞ୍ଚି ପାରିବେ ଏବଂ ବଡ଼ଦାଣ୍ଡ ଗହଳିମୁକ୍ତ ହୋଇପାରିବ। ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣିରେ ଠାକୁରଙ୍କ ଦର୍ଶନ ସଅଳ ଓ ସହଜସାପେକ୍ଷ ହୋଇପାରିବ। ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ ଶ୍ରୀସେତୁ ନେଇ ଜେବିପିସି ପାର୍କିଂସ୍ଥଳରେ ପହଞ୍ଚିବ। ସେଠାରୁ ସମସ୍ତ ଯାତ୍ରୀ ପାଦରେ ଚାଲି ଚାଲି ଓ ବ୍ୟାଟେରୀଚାଳିତ ଗାଡ଼ିରେ ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କୁ ଦର୍ଶନ କରି ପୁନଶ୍ଚ ଜଗନ୍ନାଥବଲ୍ଲଭ ପରିସରରେ ପହଞ୍ଚି ଶୀଘ୍ର ଫେରିପାରିବେ। ଜରୁରିକାଳୀନ ସେବାଗୁଡ଼ିକ ମଧ୍ୟ ଏହି ରାସ୍ତା ଦେଇ ସହଜରେ ଯୋଗାଇ ଦିଆଯାଇ ପାରିବ। ଏହିସବୁ ଦୃଷ୍ଟିରୁ ପ୍ରକଳ୍ପର ସକାରାତ୍ମକ ପ୍ରଭାବ ଅଧିକ ବୋଲି କୁହାଯାଉଛି।
ଓଡ଼ିଆଙ୍କ ମୁରବି ଶ୍ରୀଜଗନ୍ନାଥ
ପ୍ରତିଟି ଓଡ଼ିଆ ଘରର ମୁରବି, ଜଗତବନ୍ଧୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ କେବଳ ଠାକୁର ବୋଲି ବିବେଚନା କରାଯାଇ ପାରେନା ପ୍ରତିଟି ଓଡ଼ିଆଙ୍କ ପିଣ୍ଡର ପ୍ରାଣ ସେ; ଅନ୍ତରଙ୍ଗ, ଆତ୍ମୀୟଙ୍କଠାରୁ ବଳି। ଆଉ ତାଙ୍କ ଧାମ ନୀଳକନ୍ଦର ଶ୍ରୀକ୍ଷେତ୍ର ପ୍ରତିଟି ଓଡ଼ିଆଙ୍କ ପାଇଁ ମୁକ୍ତି ଆଉ ମୋକ୍ଷର ସ୍ଥାନ। ଶ୍ରୀକ୍ଷେତ୍ରରେ ପାଦ ଦେବା ମାତ୍ରେ ନିଜକୁ ହଜେଇଦିଏ ଭକ୍ତ, ଅଜାଣତରେ ଆନନ୍ଦାଶ୍ରୁ ଗଡ଼ାଏ, ବିଭୋର ହୁଏ। ଠିକ୍ ଏମିତି ନିଜର ପ୍ରତିଟି ପୁରୀ ଗସ୍ତ ସମୟରେ ବିଭୋର ହୋଇ ଉଠୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ ଏଠାରୁ କିପରି ଚତୁର୍ଦ୍ଧାମୂରତିଙ୍କୁ ଆନନ୍ଦରେ ଦର୍ଶନ କରି ଦିବ୍ୟ ଅନୁଭବ ନେଇ ଘରକୁ ଫେରିବେ, ମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ସୁନିଶ୍ଚିତ ସହ କିପରି ସମସ୍ତ ସୁବିଧା ଉପଲବ୍ଧ କରାଯାଇପାରିବ ସେନେଇ ସବୁବେଳେ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିଲେ। ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତଙ୍କ ସୁବିଧା ଏବଂ ନିରାପତ୍ତା ସହ ଆଗନ୍ତୁକ ଭକ୍ତଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁନିଶ୍ଚିତ କରିବା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା। ଏହି ପ୍ରାଥମିକତାକୁ ସାକାର ରୂପ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ
୨୦୨୧ ମସିହା ଫେବୃଆରୀ ୨୭ ତାରିଖ। ସେଦିନକୁ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ନିଃସନ୍ଦେହରେ କୁହାଯାଇପାରେ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ସମେତ ସାରା ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁଙ୍କ ବିଶ୍ୱାସର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆଗତ କରିଥିଲେ ‘ଶ୍ରୀକ୍ଷେତ୍ର ପରିକ୍ରମା’ ସଂକଳ୍ପ। ଯାହାକୁ ଦଳମତ ନିର୍ବିଶେଷରେ ବିଧାନସଭାରେ ଅକୁଣ୍ଠ ସମର୍ଥନ ମିଳିଥିଲା। ଶ୍ରୀକ୍ଷେତ୍ର ପରିକ୍ରମା ସଂକଳ୍ପ ପ୍ରସ୍ତାବ ବେଳେ ସେଦିନ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁକିଛି ମହାପ୍ରଭୁଙ୍କୁ କେନ୍ଦ୍ରକରି ଗଢ଼ିଉଠିଛି।
ସେହିପରି ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ, ଓଡ଼ିଆ ସ୍ୱାଭିମାନର ପ୍ରତିଫଳନ। ସାମ୍ପ୍ରତିକ ସମୟରେ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି ତାହା ଆମର ସୌଭାଗ୍ୟ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ ତଥା ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ, ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର କାମନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ଜଷ୍ଟିସ ବି.ପି ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର୍ ପାଇଁ ସୁପାରିଶ କଲେ, ସେତେବେଳେ ୩ଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା। ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଏବଂ ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଥିଲା ଏହାର ପ୍ରମୁଖ ଲକ୍ଷ୍ୟ।
ସର୍ବୋପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରର ସମସ୍ତ ସେବାୟତ ବନ୍ଧୁ ତଥା ପୁରୀର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଯାହାଙ୍କ ଅକୁଣ୍ଠ ସହଯୋଗରେ ଆଜି ଏହି ଐତିହାସିକ ଯୋଜନା ଫଳବତୀ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ। ଏ ଯୋଜନା ହେଉଛି ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କର ନିଜ ଯୋଜନା। ଗଣତନ୍ତ୍ରର ପବିତ୍ର ମନ୍ଦିର ତଥା ବିଧାନସଭା ସାଢ଼େ ଚାରିକୋଟି ଓଡ଼ିଆଙ୍କର ପ୍ରତିନିଧିତ୍ୱ କରୁଛି ଏବଂ ଏହି ଯୋଜନା ଆଗତ କରି ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି
ବିଶ୍ୱନିୟନ୍ତାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆଉ ଟ୍ରାଫିକ୍ ଭିତରେ ଫସିବାକୁ ପଡ଼ିବନି। ଘଣ୍ଟାଘଣ୍ଟା ଧରି ସେମାନଙ୍କ ସମୟ ଅପଚୟ ହେବନି। ଏଣିକି ପୁରୀକୁ ଆରାମଦାୟକ ଯାତ୍ରା କରି ସହଜରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିପାରିବେ ଭକ୍ତ। ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ସାଉଣ୍ଟିବେ ସୁଖଦ ଅନୁଭୂତି। ଏଥିପାଇଁ ରାଜ୍ୟ ସରକାର ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର (ଜେବିପିସି) ତିଆରି କରିଛନ୍ତି। ଏହା ଏବେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ। ଖୁବ୍ ଶୀଘ୍ର ଏହା ପୂର୍ଣ୍ଣାଙ୍ଗ ରୂପ ନେଇ ଭକ୍ତ, ପର୍ଯ୍ୟଟକଙ୍କୁ ସେବା ଯୋଗାଇଦେବ। ଏଥିପାଇଁ ରାଜ୍ୟ ସରକାର ‘ଅବଢ଼ା’ ଯୋଜନାରେ ୨୩୦କୋଟି ୬୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଏହାର ନିର୍ମାଣ ଦାୟିତ୍ୱ ଦେଇଛି। ଭକ୍ତ, ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଏହା ଅନ୍ୟତମ ବୃହତ୍ ପ୍ରକଳ୍ପ ବୋଲି କୁହାଯାଉଛି।
ବହୁମୁଖୀ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର
ପୁରୀକୁ ଆସୁଥିବା ଭକ୍ତମାନେ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇବା ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ ସହର ପୁରୀରେ ଅନେକ ମେଗା ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ଜେବିପିସି ଅନ୍ୟତମ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ିରେ ଆସୁଥିବା ଭକ୍ତ, ପର୍ଯ୍ୟଟକମାନେ ଯେପରି ଟ୍ରାଫିକ୍ ସମସ୍ୟାରେ ନ ପଡ଼ନ୍ତି, ସେଥିଲାଗି ଜଗନ୍ନାଥ ବଲ୍ଲଭ ପରିସରରେ ତିଆରି ହୋଇଛି। ବହୁମୁଖୀ ତୀର୍ଥଯାତ୍ରୀ କେନ୍ଦ୍ର। ଏଠାରେ ପାର୍କିଂ ସୁବିଧା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା କରାଯାଉଛି। ୭୭,୫୬୮ ବର୍ଗ ମିଟର ଜାଗାରେ ବେସ୍ମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର୍ ସହ ୫ମହଲା କୋଠା ନିର୍ମାଣ ହୋଇଛି। ଏଠାରେ ବହୁତଳ ପାର୍କିଂ ସୁବିଧା ସାଙ୍ଗକୁ ୧୮୯ଟି ଦୋକାନ ଘର, ସବୁ ମହଲାରେ ଲବି, ୧,୮୪୦ ବର୍ଗମିଟର ଅଞ୍ଚଳରେ ଫୁଡ୍କୋର୍ଟ ଏବଂ ଏଣ୍ଟରଟେନମେଣ୍ଟ ଜୋନ୍, ଉପର ମହଲାରେ ୬,୯୩୬ ବର୍ଗ ମିଟର ଅଞ୍ଚଳରେ ଧ୍ୟାନକେନ୍ଦ୍ର ଆଦି ନିର୍ମାଣ ହୋଇଛି।
୧,୪୨୦ କାର୍, ୩୦୮ ଦୁଇଚକିଆ ଯାନ ପାର୍କିଂ ସୁବିଧା
ପାର୍କିଂ ଦୃଷ୍ଟିରୁ ଦେଖିଲେ ଏଠାରେ ଏକକାଳୀନ ୧,୪୨୦ କାର୍ ଏବଂ ୩୦୮ ଦୁଇଚକିଆ ଯାନ ପାର୍କିଂ କରାଯାଇପାରିବ। ବେସ୍ମେଣ୍ଟ ୩୫୦ କାର୍, ତଳ ମହଲାରେ ୨୬୦ କାର୍, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାରେ ୨୭୦ଟି ଲେଖାଏଁ କାର୍ ରହିପାରିବ। ସେହିପରି ବେସ୍ମେଣ୍ଟରେ ୭୪ଟି ବାଇକ୍, ତଳ ମହଲାରେ ୭୨ଟି, ପ୍ରଥମ ମହଲା, ତୃତୀୟ ମହଲା ଏବଂ ଚତୁର୍ଥ ମହଲାରେ ୫୪ଟି ଲେଖାଏଁ ଅର୍ଥାତ୍ ମୋଟ ୩୦୮ଟି ବାଇକ୍ ପାର୍କିଂ କରିହେବ।
ଶ୍ରୀସେତୁରୁ ଶ୍ରୀମାର୍ଗ
ଯାତ୍ରୀମାନେ ଶ୍ରୀସେତୁ ଦେଇ ସିଧାସଳଖ ଏହି ତୀର୍ଥଯାତ୍ରୀ କେନ୍ଦ୍ରରେ ପହଞ୍ଚିବେ। ଏହିଠାରେ ଗାଡ଼ି ପାର୍କିଂ କରିବା ପରେ ବ୍ୟାଟେରୀ ଚାଳିତ ଅଟୋରେ ଶ୍ରୀ ମାର୍ଗ ଦେଇ ଶ୍ରୀମନ୍ଦିର ନିକଟକୁ ଯିବେ। ମହାପ୍ରଭୁଙ୍କୁ ଦର୍ଶନ କରି ପୁନଶ୍ଚ ଏଠାରେ ପହଞ୍ଚି ଗାଡ଼ି ଧରି ଫେରିପାରିବେ। ଫଳରେ ସେମାନଙ୍କୁ ସହର ଭିତରେ କୌଣସି ଜାଗାରେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେହିପରି ଏଠାରେ ବିଭିନ୍ନ ପ୍ରକାର ଦୋକାନ ଖୋଲିବାକୁ ଯାଉଥିବାରୁ ସେମାନଙ୍କ ମନପସନ୍ଦ ଜିନିଷ ମଧ୍ୟ କିଣିପାରିବେ। ଫୁଡ୍କୋର୍ଟରୁ ସେମାନଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ମଧ୍ୟ ଖାଇପାରିବେ। ଏଠାରେ ଉନ୍ନତମାନର କାର୍ ପାର୍କିଂ ମ୍ୟାନେଜମେଣ୍ଟ ସିଷ୍ଟମ୍ ରହିଛି। ଫଳରେ ଶ୍ରୀସେତୁରେ ଚଢ଼ିବା ମାତ୍ରେ କିଏ କେଉଁଠି ପାର୍କିଂ କରିବେ, ତାହା ଜାଣିପାରିବେ।