ପିସିଆରକୁ ଡକାଇ ନିଜକୁ ନିଜେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

The Sakala Picture
Published On

ଭୁବନେଶ୍ବର: ନିଜକୁ ନିଜେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗରରେ। ଜଣେ ସିକ୍ୟୁରିଟି ଗାର୍ଡ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ସିକ୍ୟୁରିଟି ଗାର୍ଡ ହେଲେ କୃଷ୍ଣଚନ୍ଦ୍ର ଦାସ। ସେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, କୃଷ୍ଣଚନ୍ଦ୍ର ପିସିଆର ଭ୍ୟାନକୁ ଡକାଇ ପୋଲିସ […]

ଭୁବନେଶ୍ବର: ନିଜକୁ ନିଜେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗରରେ। ଜଣେ ସିକ୍ୟୁରିଟି ଗାର୍ଡ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ସିକ୍ୟୁରିଟି ଗାର୍ଡ ହେଲେ କୃଷ୍ଣଚନ୍ଦ୍ର ଦାସ। ସେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ପରିବାର ଲୋକଙ୍କ କହିବା ଅନୁଯାୟୀ, କୃଷ୍ଣଚନ୍ଦ୍ର ପିସିଆର ଭ୍ୟାନକୁ ଡକାଇ ପୋଲିସ ଉପସ୍ଥିତିରେ ନିଜ ବନ୍ଧୁକରୁ ପେଟକୁ ଗୁଳି ଚଳାଇଥିଲେ । ଏନେଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି । ତେବେ କୃଷ୍ଣଚନ୍ଦ୍ର କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ତେବେ ପ୍ରାଥମିକ ଖବରୁ ଜଣାପଡ଼ିଛି ଯେ, କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପ୍ରତିପକ୍ଷଙ୍କୁ ସମର୍ଥନ କରୁଥିବାରୁ ସେ ପ୍ରବଳ ମାନସିକ ଚାପରେ ଥିଲେ । ତାଙ୍କ କଥା ପୁଲିସ ଶୁଣିନଥିଲେ ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

03 Aug 2021 By The Sakala

ପିସିଆରକୁ ଡକାଇ ନିଜକୁ ନିଜେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ବର: ନିଜକୁ ନିଜେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗରରେ। ଜଣେ ସିକ୍ୟୁରିଟି ଗାର୍ଡ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ସିକ୍ୟୁରିଟି ଗାର୍ଡ ହେଲେ କୃଷ୍ଣଚନ୍ଦ୍ର ଦାସ। ସେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, କୃଷ୍ଣଚନ୍ଦ୍ର ପିସିଆର ଭ୍ୟାନକୁ ଡକାଇ ପୋଲିସ ଉପସ୍ଥିତିରେ ନିଜ ବନ୍ଧୁକରୁ ପେଟକୁ ଗୁଳି ଚଳାଇଥିଲେ । ଏନେଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି । ତେବେ କୃଷ୍ଣଚନ୍ଦ୍ର କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ତେବେ ପ୍ରାଥମିକ ଖବରୁ ଜଣାପଡ଼ିଛି ଯେ, କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପ୍ରତିପକ୍ଷଙ୍କୁ ସମର୍ଥନ କରୁଥିବାରୁ ସେ ପ୍ରବଳ ମାନସିକ ଚାପରେ ଥିଲେ । ତାଙ୍କ କଥା ପୁଲିସ ଶୁଣିନଥିଲେ ବୋଲି ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର