୨୦ରେ ଖୋଲିବ ସ୍କୁଲ୍‌, ୧୯ରେ ସଫାସୁତୁରା କରାଯିବ ବିଦ୍ୟାଳୟ ପରିସର…

The Sakala Picture
Published On

ଭୁବନେଶ୍ୱର: ପ୍ରାୟ ଦୁଇ ମାସର ଛୁଟି ପରେ ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ୍‌। ଏଥିପାଇଁ ୧୯ ତାରିଖରେ ବିଦ୍ୟାଳୟ ପରିସର ସଫାସୁତୁରା କରାଯିବ। ସ୍କୁଲର ବୈଦ୍ୟୁତିକ ସରଞ୍ଜାମ ଓ ବିଦ୍ୟୁତ୍‌ ସଂଯୋଗ ଯାଞ୍ଚ କରାଯିବ। ପାଣି ଟାଙ୍କି ସଫା କରାଯିବ ଓ ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ପରିସ୍କାର କରାଯିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଚାଉଳ, ଡ଼ାଲି ଓ ଅନ୍ୟ ଖାଦ୍ୟ ପଦାର୍ଥର ଯାଞ୍ଚ ହେବ ଓ ୨୦ ତାରିଖଠାରୁ ପାଠପଢ଼ା ଚାଲିବ। […]

ଭୁବନେଶ୍ୱର: ପ୍ରାୟ ଦୁଇ ମାସର ଛୁଟି ପରେ ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ୍‌। ଏଥିପାଇଁ ୧୯ ତାରିଖରେ ବିଦ୍ୟାଳୟ ପରିସର ସଫାସୁତୁରା କରାଯିବ। ସ୍କୁଲର ବୈଦ୍ୟୁତିକ ସରଞ୍ଜାମ ଓ ବିଦ୍ୟୁତ୍‌ ସଂଯୋଗ ଯାଞ୍ଚ କରାଯିବ। ପାଣି ଟାଙ୍କି ସଫା କରାଯିବ ଓ ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ପରିସ୍କାର କରାଯିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଚାଉଳ, ଡ଼ାଲି ଓ ଅନ୍ୟ ଖାଦ୍ୟ ପଦାର୍ଥର ଯାଞ୍ଚ ହେବ ଓ ୨୦ ତାରିଖଠାରୁ ପାଠପଢ଼ା ଚାଲିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବହୁ ପୂର୍ବରୁ ଖରାଛୁଟି ହୋଇଥିଲା। ମେ ୬ରୁ ଛୁଟି କରିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଖରା ପାଇଁ ଏପ୍ରିଲ୍‌ ୨୩ ତାରିଖରୁ ଖରାଛୁଟି ଘୋଷଣା କରିଥିଲେ ସରକାର। ଫଳରେ ପ୍ରାୟ ୧୩ ଦିନ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

16 Jun 2025 By The Sakala

୨୦ରେ ଖୋଲିବ ସ୍କୁଲ୍‌, ୧୯ରେ ସଫାସୁତୁରା କରାଯିବ ବିଦ୍ୟାଳୟ ପରିସର…

ଭୁବନେଶ୍ୱର: ପ୍ରାୟ ଦୁଇ ମାସର ଛୁଟି ପରେ ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ୍‌। ଏଥିପାଇଁ ୧୯ ତାରିଖରେ ବିଦ୍ୟାଳୟ ପରିସର ସଫାସୁତୁରା କରାଯିବ। ସ୍କୁଲର ବୈଦ୍ୟୁତିକ ସରଞ୍ଜାମ ଓ ବିଦ୍ୟୁତ୍‌ ସଂଯୋଗ ଯାଞ୍ଚ କରାଯିବ। ପାଣି ଟାଙ୍କି ସଫା କରାଯିବ ଓ ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ପରିସ୍କାର କରାଯିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଚାଉଳ, ଡ଼ାଲି ଓ ଅନ୍ୟ ଖାଦ୍ୟ ପଦାର୍ଥର ଯାଞ୍ଚ ହେବ ଓ ୨୦ ତାରିଖଠାରୁ ପାଠପଢ଼ା ଚାଲିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବହୁ ପୂର୍ବରୁ ଖରାଛୁଟି ହୋଇଥିଲା। ମେ ୬ରୁ ଛୁଟି କରିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଖରା ପାଇଁ ଏପ୍ରିଲ୍‌ ୨୩ ତାରିଖରୁ ଖରାଛୁଟି ଘୋଷଣା କରିଥିଲେ ସରକାର। ଫଳରେ ପ୍ରାୟ ୧୩ ଦିନ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା।

https://www.thesakala.in/latest-odisha-news/school-will-open-on-the-20th-june/article-41195
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର