ଗଛରେ ପିଟି ହୋଇ ଜଳିଗଲା ବୋଲେରୋ; ଜଣେ ଜୀବନ୍ତ ଦଗ୍ଧ, ୩ ଗୁରୁତର

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟରେ ସୋମବାର ରାତି ୧୧ଟାରେ ଏକ ବୋଲେରୋ ଗଛରେ ପିଟି ହୋଇଯିବାରୁ ଜଳିଯାଇଛି। ଫଳରେ ଏଥିରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଝାରଖଣ୍ଡ ରାଞ୍ଚି ସିମ୍‌‌ଡେଗାରୁ ରିଙ୍ଗ୍‌‌ ସେରିମନି ସାରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗଡ଼ପୋଷ ପରମାଣପୁରକୁ ଫେରୁଥିବା ଏହି ବୋଲେରୋଟି କର୍ଲାଖମନ ନିକଟ ବୁଲାଣିରେ ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ଚାଳକ ଭାରସାମ୍ୟ […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟରେ ସୋମବାର ରାତି ୧୧ଟାରେ ଏକ ବୋଲେରୋ ଗଛରେ ପିଟି ହୋଇଯିବାରୁ ଜଳିଯାଇଛି। ଫଳରେ ଏଥିରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଝାରଖଣ୍ଡ ରାଞ୍ଚି ସିମ୍‌‌ଡେଗାରୁ ରିଙ୍ଗ୍‌‌ ସେରିମନି ସାରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗଡ଼ପୋଷ ପରମାଣପୁରକୁ ଫେରୁଥିବା ଏହି ବୋଲେରୋଟି କର୍ଲାଖମନ ନିକଟ ବୁଲାଣିରେ ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ଚାଳକ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେବାରୁ ବୋଲେରୋଟି ଜଳିଯାଇଥିଲା। ଫଳରେ ଏଥିରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ୍‌‌କୁ ପଠାଯାଇଛି। ଏହି ବୋଲେରୋ (ଓଡି୧୪ ଜେଡ୍‌‌ ୧୦୬୨)ରେ ୩ ଜଣ ଥିବା ବେଳେ ଗାଡିଚାଳକ ଫେରାର ହୋଇଯାଇଥିବା ପୁଲିସ୍‌‌ କହିଛି। ମୃତକ ଜଣକ ହେଲେ ପରମାଣପୁର ଗାଁର ସୁରେଶ ଲୁଗୁନ୍‌‌। ଅନ୍ୟ ଗୁରତର ହେଲେ ସେହି ଗାଁର ସୁଲେ ଲୁଗୁନ୍‌‌, ନବୀନ ଲୁଗୁନ୍‌‌, ପ୍ରମୋଦ ଏକ୍କା।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନାଯୋଗ୍ୟ, ପରମାଣପୁର ଗାଁର ଜନୈକା ବ୍ୟକ୍ତିଙ୍କ ପୁଅ ବାହାଘର ପାଇଁ ଏମାନେ ରାଞ୍ଚି ସିମଡେଗାକୁ ଏକ ରିଙ୍ଗ୍‌‌ ସେରିମନି କାର୍ଯ୍ୟରେ ଯାଇଥିଲେ। ସେଠାରେ ଝିଅକୁ ମୁଦି ପିନ୍ଧାଇ ପରିବାର ସଦସ୍ୟସହ ୪ଟି ଗାଡ଼ିରେ ଫେରୁଥିଲେ। ପୁଅ ସହିତ ପରିବାରର ଅନ୍ୟ ସଦସ୍ୟମାନେ ଥିବା ୨ଟି ଗାଡି ପୂର୍ବରୁ ଅତିକ୍ରମ କରିଯାଇଥିବା ବେଳେ ୩ୟ ଗାଡ଼ିରେ ଚାଳକ ସମେତ ୫ ଜଣ ସଦସ୍ୟ ଥିଲେ। ସେହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ପୁଲିସ୍‌‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର