୧୪ ଦିନ ପରେ ସମ୍ବଲପୁରରୁ ହଟିଲା କର୍ଫ୍ୟୁ କଟକଣା

The Sakala Picture
Published On

ସମ୍ୱଲପୁର: ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ଅବସ୍ଥା ସ୍ୱାଭାବିକ ହୋଇଥିବା ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ପ୍ରଭାସ ଚନ୍ଦ୍ର ଦଣ୍ଡସେବାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ […]

ସମ୍ୱଲପୁର: ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ଅବସ୍ଥା ସ୍ୱାଭାବିକ ହୋଇଥିବା ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ପ୍ରଭାସ ଚନ୍ଦ୍ର ଦଣ୍ଡସେବାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା ।

ଆହୁରି ପଢ଼ନ୍ତୁ: ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲିଙ୍କ୍

ସମ୍ବଲପୁର ସହରର ୬ ଥାନାରେ ଗତ ୧୪ ତାରିଖରୁ କର୍ଫ୍ୟୁ ଲଗାଯାଇଥିଲା। ମାତ୍ର ଏହାକୁ କ୍ରମଶଃ କୋହଳ କରାଯିବା ସହିତ ଗତ ୨୬ ଓ ୨୭ ତାରିଖରେ ଯଥାକ୍ରମେ- ସଦର, ବରାଇପାଲି ଥାନା ଓ ଅଇଁଠାପାଲି, କ୍ଷେତରାଜପୁର ଆଦି ୪ଟି ଥାନାରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା। ତେବେ ଶନିବାର ସନ୍ଧ୍ୟାରେ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରୁ ମଧ୍ୟ କର୍ଫ୍ୟୁ ଉଚ୍ଛେଦ କରାଯାଇଛି। ଫଳରେ ବର୍ତ୍ତମାନ ଜନସାଧାରଣରଙ୍କ ଚଳପ୍ରଚଳ ସ୍ୱାଭିବିକ୍‌‌ ହୋଇପାରିବ। ତେବେ ଗତ ୧୭ ତାରିଖରେ ଜିଲ୍ଲାପାଳ ସମ୍ବଲପୁର ଜିଲ୍ଲା ସୀମା ମଧ୍ୟରେ ବାହାର ଜିଲ୍ଲାରୁ ପ୍ରବେଶ ଉପରେ ଲଗାଇଥିବା କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ବାହାର ଜିଲ୍ଲାରୁ କେହି ସମ୍ବଲପୁର ଜିଲ୍ଲା ମଧ୍ୟରେ ପ୍ରବେଶ, ଚଳପ୍ରଚଳ, କୌଣସି ସାମାଜିକ, ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ବିନା ଅନୁମତିରେ କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଦାବି କଲେ ପୁରୀ ଶଙ୍କରାଚାର୍ଯ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର