ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରଶଂସା
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବ୍ ପ୍ରଶଂସା କରିଛନ୍ତି। ସଚିନଙ୍କ ଜଣେ ବଡ ଫ୍ୟାନ୍ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ। ୨୦୧୫ରେ ଅନୁଷ୍ଠିତ ୟୁପିଏସି ପରୀକ୍ଷାରେ ଅବୋଲି ନରୱଣେ ମହାରାଷ୍ଟ୍ର ଟପର୍ ହୋଇଥିଲେ। ସେତେବେଳେ ସମସ୍ତ ଗଣମାଧ୍ୟମରେ ସଚିନଙ୍କ ଫ୍ୟାନ୍ ୟୁପିଏସି ଟପର୍ ବୋଲି ଖବର ପ୍ରକାଶ ପାଇଥିଲା। ସେହି ସମୟର କଥାକୁ ସ୍ମରଣ କରି ନିଲ୍ ନାମକ ବ୍ୟକ୍ତି ଟ୍ୱିଟ୍ କରି ଏବେବି […]
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବ୍ ପ୍ରଶଂସା କରିଛନ୍ତି। ସଚିନଙ୍କ ଜଣେ ବଡ ଫ୍ୟାନ୍ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ। ୨୦୧୫ରେ ଅନୁଷ୍ଠିତ ୟୁପିଏସି ପରୀକ୍ଷାରେ ଅବୋଲି ନରୱଣେ ମହାରାଷ୍ଟ୍ର ଟପର୍ ହୋଇଥିଲେ। ସେତେବେଳେ ସମସ୍ତ ଗଣମାଧ୍ୟମରେ ସଚିନଙ୍କ ଫ୍ୟାନ୍ ୟୁପିଏସି ଟପର୍ ବୋଲି ଖବର ପ୍ରକାଶ ପାଇଥିଲା। ସେହି ସମୟର କଥାକୁ ସ୍ମରଣ କରି ନିଲ୍ ନାମକ ବ୍ୟକ୍ତି ଟ୍ୱିଟ୍ କରି ଏବେବି ମନେ ରହିଛି, ପ୍ରେରଣା ପାଇଁ ଧନ୍ୟବାଦ ବୋଲି ଲେଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ରିଟ୍ୱିଟ୍ କରି ପ୍ରେରଣା ପାଇଁ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଚିନ ଜିଲ୍ଲାପାଳଙ୍କୁ ରିଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
To be able to serve the public and take our country forward must be very satisfying. Best wishes to you, hope you are able to inspire others through your actions. https://t.co/h4iLRK22Gv
ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ— Sachin Tendulkar (@sachin_rt) July 6, 2022
ଜନସାଧାରଣଙ୍କ ସେବା କରିବାରେ ଏବଂ ଆମ ଦେଶକୁ ଆଗକୁ ନେବାରେ ଆପଣଙ୍କ ଉଦ୍ୟମ ସନ୍ତୋଷଜନକ। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଶାକରେ ନିଜର କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ଆପଣ ସକ୍ଷମ ଅଟନ୍ତି। ସଚିନଙ୍କୁ କୃତଜ୍ଞତା ପ୍ରକାଶ କରି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଲେଖିଛନ୍ତି ଆପଣଙ୍କୁ ଅଶେଷ ଧନ୍ୟବାଦ, ପ୍ରେରଣା ପାଇଁ ଆପଣଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଏଥିରୁ ଲଟିଲ୍ ମାଷ୍ଟରଙ୍କ ପ୍ରତି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କେତେ ସମ୍ମାନ ଓ ଭଲ ପାଇବା ରହିଛି ସ୍ପଷ୍ଟ ବାରି ହୋଇ ପଡୁଛି।
Seven years to this.. Thank you for inspiration @sachin_rt https://t.co/Ddz0ML0EmJ
— Aboli Naravane (@Abolinaravane) July 6, 2022
ସୂଚନାଯୋଗ୍ୟ ସଚିନଙ୍କ ବଡ ଫ୍ୟାନଙ୍କ ମଧ୍ୟରେ ଅବୋଲି ଅନ୍ୟତମ। ସେ ଜଣେ ତାଲିମପ୍ରାପ୍ତ କଥକ ନୃତ୍ୟ ଶିଳ୍ପୀ। ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଯୋଗ ଦେବାର ବର୍ଷେ ପୂର୍ତ୍ତି ହୋଇ ଥିବାରୁ ବିଭିନ୍ନ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିବା ଅବସରରେ ସେ ହିନ୍ଦି ଫିଲ୍ମର ଏକ ଗୀତ ଗାଇ ଅନ୍ୟତମ ଦକ୍ଷତାର ପରିଚୟ ଦେଇଥିଲେ।






