ତୋ ପାଇଁ ବର୍ବାଦ୍ ହୋଇଛି; ତୁ ଖାଲି ମୋର

The Sakala Picture
Published On

ଭୁବନେଶ୍ବର : ତୋ ପାଇଁ ଟଙ୍କା ଖର୍ଚ୍ଚ କରି ବରବାଦ ହୋଇଛି , ତେଣୁ ଯଦି ତୁ ମୋର ନୁହେଁ ତ ଆଉ କାହାର ନୁହେଁ ପରକୀୟାପ୍ରୀତିକୁ ନେଇ ରାଜଧାନୀରୁ ଆସୁଛି ଏଭଳି ଏକ ଚଳଚ୍ଚିତ୍ର ଶୈଳୀର ପ୍ରେମ କାହାଣୀ। ଶେଷରେ ନିରାଶ ହୋଇ ପ୍ରେମିକ ନସିଂହୋମ୍‌ରେ ପଶି ଗଣ୍ଡଗୋଳ କରିବା ସହ ଯୁବତୀଙ୍କୁ ଉଠେଇ ନେବାକୁ ଉଦ୍ୟମ କରିଥିଲା। ଏଭଳି ହାଇଡ୍ରାମା ଦୃଶ୍ୟ ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ପଳାଶୁଣିର ଏକ ନସିଂହୋମ୍‌ରେ। ତେବେ ଘଟଣାସ୍ଥଳରେ […]

ଭୁବନେଶ୍ବର : ତୋ ପାଇଁ ଟଙ୍କା ଖର୍ଚ୍ଚ କରି ବରବାଦ ହୋଇଛି , ତେଣୁ ଯଦି ତୁ ମୋର ନୁହେଁ ତ ଆଉ କାହାର ନୁହେଁ ପରକୀୟାପ୍ରୀତିକୁ ନେଇ ରାଜଧାନୀରୁ ଆସୁଛି ଏଭଳି ଏକ ଚଳଚ୍ଚିତ୍ର ଶୈଳୀର ପ୍ରେମ କାହାଣୀ। ଶେଷରେ ନିରାଶ ହୋଇ ପ୍ରେମିକ ନସିଂହୋମ୍‌ରେ ପଶି ଗଣ୍ଡଗୋଳ କରିବା ସହ ଯୁବତୀଙ୍କୁ ଉଠେଇ ନେବାକୁ ଉଦ୍ୟମ କରିଥିଲା। ଏଭଳି ହାଇଡ୍ରାମା ଦୃଶ୍ୟ ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ପଳାଶୁଣିର ଏକ ନସିଂହୋମ୍‌ରେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରେମିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ମାନସ କୁମାର ସାହୁ ୩୬ ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ପରା ଘଟଣା ଏମିତି ମାନସର ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ସାଇ ସଞ୍ଜୀବନୀ ନାମକ ଏକ ହସ୍ପିଟାଲ ଥିଲା। ଉକ୍ତ ହସ୍ପିଟାଲରେ ପୁରୀର ଜଣେ ଯୁବତୀ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟ ଯୁବତୀଙ୍କୁ ସହ ମାନସର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ କୌଣସି କାରଣକୁ ନେଇ ମାନସଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା। ଏହାପରେ ଯୁବତୀ ପଳାଶୁଣିସ୍ଥିତ ଏକ କ୍ଲିନିକରେ କାମ କରୁଥିଲ ମଙ୍ଗଳବାର ପୂର୍ବାହ୍ନରେ ମାନସ ଉକ୍ତ ନସିଂହୋମରେ ପଶି ଗଣ୍ଡଗୋଳ କରିବା ସହ ଯୁବତୀଙ୍କୁ ମାଡ଼ ମାରିଥିଲେ। ବିଧା ଗୋଇଠା ମାରିବା ସହ ନସିଂହୋମ୍‌ରେ ପଶି ଆତଙ୍କ ଖେଳାଇଥିଲେ ମାନସ।

ଆହୁରି ପଢ଼ନ୍ତୁ: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଏପିରିକି ଯୁବତୀଙ୍କୁ ସାଥ୍‌ରେ ନେବାକୁ ଯୋଜନା କରିଥିଲା। ଏଭଳି ଦୃଶ୍ୟ ନସିଂହୋମ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା। ଖବରପାଇ ମଞ୍ଚେଶ୍ଵର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ଉପସ୍ଥିତିରେ ମଧ୍ୟ ମାନସ ଉକ୍ତ ଯୁବତୀଙ୍କୁ ମାଡ଼ । ମାରିଥିବା ସେ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ ସାମ୍ନାରେ ମାଡ଼ ମାରିବା ଘଟଣାକୁ ଥାନା ଅଧିକାରୀ । ସୁଧୀର କୁମାର ସାହୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ମାନସ ବିବାହିତ। ତାଙ୍କର ଦୁଇଟି ପିଲା ଅଛି । କିନ୍ତୁ ଯୁବତୀଙ୍କ ପ୍ରେମରେ ପଡ଼ି ଏଭଳି ହଟହଟା ହୋଇଛନ୍ତି । ଯୁବତୀଙ୍କ ପାଇଁ ସେ ବାରବାଦ ହୋଇଥିବା ସେ ଗଣମାଧ୍ୟମ ଆଗରେ ସାକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର