ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦେବଦୁତ ସାଜିଲେ ଆରପିଏଫ୍‌ କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ

Madhusudan Das Picture
Published On

ରାୟଗଡ଼ା: ଦେବଦୁତ ସାଜି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍‌ କନେଷ୍ଟବଳ । ଚଳନ୍ତା ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ଜଣେ ଯାତ୍ରୀ ଅସାବଧାନତାବଶତଃ ଟ୍ରେନ୍‌ରୁ ଖସି ପଡୁଥିବା ବେଳେ ସେଠାରେ ଉପସ୍ଥିତ ଆରପିଏଫ୍‌ର କନେଷ୍ଟବଳ ତୁରନ୍ତ ତତ୍ପରତା ଦେଖାଇ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀଙ୍କୁ ଧରି ସୁରକ୍ଷିତ ଭାବେ ଟ୍ରେନ୍‌ ବାହାରକୁ ଟାଣି ଆଣିଥିଲେ। ଫଳରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ଜଣକ । ଘଟଣା ସମୟରେ ଷ୍ଟେସନରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ କନେଷ୍ଟବଳଙ୍କୁ ସାହାସିକତାକୁ ପ୍ରଶଂସା କରିଥିଲେ।  

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ସୂଚନା ପ୍ରକାରେ ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଜଣେ ଯାତ୍ରୀ ରାୟଗଡ଼ା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍‌ରେ  ଚଢିବା ବେଳେ ଅସାବଧାନତା ଯୋଗୁଁ ହଠାତ୍‌ ଟ୍ରେନ୍‌ରୁ ଖସି ପଡୁଥିଲେ। ତେବେ ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହା ଦେଖି ଯାତ୍ରୀଙ୍କୁ ଧରି ନେଇଥିଲେ। ଯାହାଫଳରେ ଟ୍ରାକ୍‌ରେ ପଡ଼ିବା ଭଳି ଅଘଟଣରୁ ବର୍ତିି ଯାଇଥିଲେ ଯାତ୍ରୀ ଜଣକ। କନେଷ୍ଟବଳ ଚୌଧୁରୀ ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇବାର ନଜିର ରହିଛି। ତାଙ୍କର ଦାୟିତ୍ୱ ଓ କର୍ତବ୍ୟପରାୟଣ  ପାଇଁ ସେ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏବଂ ଚଳନ୍ତା ଟ୍ରେନରେ ଚଢ଼ିବା ବା ଓହ୍ଲାଇବା ସମୟରେ ସଦା ସାବଧାନ ରହିବା ଆବଶ୍ୟକ ବୋଲି ରେଳବାଇ ପୁଲିସ ସବୁବେଳେ ଯାତ୍ରୀ ମାନଙ୍କୁ ସଚେତନ କରୁଛନ୍ତି । ଆରପିଏଫ୍‌ କର୍ମଚାରୀମାନଙ୍କ ତତ୍ପରତା ଓ ସାହସ ନିଶ୍ଚୟ ଭାବେ ପ୍ରଶଂସାର ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

23 Mar 2026 By Madhusudan Das

ଦେବଦୁତ ସାଜିଲେ ଆରପିଏଫ୍‌ କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ

ରାୟଗଡ଼ା: ଦେବଦୁତ ସାଜି ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍‌ କନେଷ୍ଟବଳ । ଚଳନ୍ତା ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ଜଣେ ଯାତ୍ରୀ ଅସାବଧାନତାବଶତଃ ଟ୍ରେନ୍‌ରୁ ଖସି ପଡୁଥିବା ବେଳେ ସେଠାରେ ଉପସ୍ଥିତ ଆରପିଏଫ୍‌ର କନେଷ୍ଟବଳ ତୁରନ୍ତ ତତ୍ପରତା ଦେଖାଇ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀଙ୍କୁ ଧରି ସୁରକ୍ଷିତ ଭାବେ ଟ୍ରେନ୍‌ ବାହାରକୁ ଟାଣି ଆଣିଥିଲେ। ଫଳରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ଜଣକ । ଘଟଣା ସମୟରେ ଷ୍ଟେସନରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ କନେଷ୍ଟବଳଙ୍କୁ ସାହାସିକତାକୁ ପ୍ରଶଂସା କରିଥିଲେ।  

ସୂଚନା ପ୍ରକାରେ ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଜଣେ ଯାତ୍ରୀ ରାୟଗଡ଼ା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍‌ରେ  ଚଢିବା ବେଳେ ଅସାବଧାନତା ଯୋଗୁଁ ହଠାତ୍‌ ଟ୍ରେନ୍‌ରୁ ଖସି ପଡୁଥିଲେ। ତେବେ ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହା ଦେଖି ଯାତ୍ରୀଙ୍କୁ ଧରି ନେଇଥିଲେ। ଯାହାଫଳରେ ଟ୍ରାକ୍‌ରେ ପଡ଼ିବା ଭଳି ଅଘଟଣରୁ ବର୍ତିି ଯାଇଥିଲେ ଯାତ୍ରୀ ଜଣକ। କନେଷ୍ଟବଳ ଚୌଧୁରୀ ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇବାର ନଜିର ରହିଛି। ତାଙ୍କର ଦାୟିତ୍ୱ ଓ କର୍ତବ୍ୟପରାୟଣ  ପାଇଁ ସେ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏବଂ ଚଳନ୍ତା ଟ୍ରେନରେ ଚଢ଼ିବା ବା ଓହ୍ଲାଇବା ସମୟରେ ସଦା ସାବଧାନ ରହିବା ଆବଶ୍ୟକ ବୋଲି ରେଳବାଇ ପୁଲିସ ସବୁବେଳେ ଯାତ୍ରୀ ମାନଙ୍କୁ ସଚେତନ କରୁଛନ୍ତି । ଆରପିଏଫ୍‌ କର୍ମଚାରୀମାନଙ୍କ ତତ୍ପରତା ଓ ସାହସ ନିଶ୍ଚୟ ଭାବେ ପ୍ରଶଂସାର ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର