ଉଚ୍ଚ ପରିବା ଦରରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ

The Sakala Picture
Published On

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଟମାଟୋଠାରୁ ଆରମ୍ଭ କରି ବିନ୍ସ, ଧନିଆ ପତ୍ର, କଞ୍ଚାଲଙ୍କା, ଝୁଡଙ୍ଗ ଛୁଇଁ, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ। ଉଚ୍ଚ ପନିପରିବା ଦର ଯୋଗୁଁ ଜୁନ୍‌ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ଯଦିବା ପନିପରିବା ଦର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ଆଜି ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପରେ ଏହା ସ୍ଫଷ୍ଟ ହୋଇଯାଇଛି। ଜୁନ୍ ମାସରେ […]

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଟମାଟୋଠାରୁ ଆରମ୍ଭ କରି ବିନ୍ସ, ଧନିଆ ପତ୍ର, କଞ୍ଚାଲଙ୍କା, ଝୁଡଙ୍ଗ ଛୁଇଁ, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ। ଉଚ୍ଚ ପନିପରିବା ଦର ଯୋଗୁଁ ଜୁନ୍‌ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ଯଦିବା ପନିପରିବା ଦର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ଆଜି ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପରେ ଏହା ସ୍ଫଷ୍ଟ ହୋଇଯାଇଛି। ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତରେ ପହଞ୍ଚିଛି। ମେ’ ମାସରେ ଏହା ବିଗତ ୨୫ ମାସର ସର୍ବନିମ୍ନ ସ୍ତର ୪.୨୫ ପ୍ରତିଶତକୁ ଖସିଆସିଥିଲା। ପନିପରିବାର ଅତ୍ୟଧିକ ମୂଲ୍ୟ ହେତୁ ଜୁନ୍ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ତେବେ ପନିପରିବା ବ୍ୟତୀତ ଟମାଟୋ, ଡାଲି ଏବଂ ମସଲା ସାମଗ୍ରୀର ଦରବୃଦ୍ଧି ଜୁନ୍‌ ମାସରେ ଖୁଚୁରା ମୁଦ୍ରାସ୍ଫୀତିକୁ ତ୍ବରାନ୍ବିତ କରିଛି। ଜୁନ୍‌ରେ ମାସରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ବହୁ ଉପରେ ୧୨.୭୧ ପ୍ରତିଶତ ରହିଛି। ଅପରପକ୍ଷେ ମସଲା ସାମଗ୍ରୀ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ୧୯.୧୯ ପ୍ରତିଶତ ରହିଥିବା ଦେଖୀବାକୁ ମିଳିଛି। ଡାଲିଦର କିଲୋ ପିଛା ୧୬୦ ଟଙ୍କା ଛୁଇଁବା ପରେ ଏହା କ୍ଷେତ୍ରରେ ମୁଦ୍ରାସ୍ଫୀତି ମେ’ ମାସର ୬.୫୬ ପ୍ରତିଶତ ତୁଳନାରେ ହଠାତ୍‌ ୧୦.୧୦.୫୩ ପ୍ରତିଶତକୁ ବୃଦ୍ଧି ଘଟିଛି। ଦୁଗ୍‌ଧ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ମୁଦ୍ରାସ୍ଫୀତି ୮.୫୬ ପ୍ରତିଶତରେ ରହିଛି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଗତ ବର୍ଷ ଜୁନ୍‌ରେ ପାଇକାରୀ ବଜାରରେ ଜିରା କିଲୋ ପିଛା ୨୫୦-୩୦୦ ଟଙ୍କା ରହିଥିଲା।

ଆହୁରି ପଢ଼ନ୍ତୁ: ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

ଚଳିତବର୍ଷ ଜୁନ୍‌ରେ ଏହା ୭୦୦-୮୦୦ ଟଙ୍କାରେ ପହଞ୍ଚିଛି। ଏସବୁ ପାଇଁ କର୍ପୋରେଟ୍‌ ସଂସ୍ଥା ହିଁ ଦାୟୀ। ଯେଉଁଭଳି ଭାବେ ଦରଦାମ୍‌ ବଢ଼ିବାରେ ଲାଗିଛି ସରକାର ଏହାକୁ ତରନ୍ତ ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ଏହା ଅର୍ଥନୀତିକୁ ପ୍ରଭାବିତ କରିବ। ଜୁନ୍ ମାସରେ ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ମେ’ ମାସରେ ଏହା ୨.୯୬ ପ୍ରତିଶତ ରହିଥିଲା। ଏପ୍ରିଲରେ ଏହା ୩.୮୪ ପ୍ରତିଶତ ରହିଥିଲା। ଏହି ସୂଚକାଙ୍କ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ହ୍ରାସକୁ ଦର୍ଶାଇଥାଏ। ଏଠାରେ ସୂଚନାଯୋଗ୍ୟ ଯେ, ସିପିଆଇ ବାସ୍କେଟ୍‌ରେ ଖାଦ୍ୟ ସାମଗ୍ରୀର ଅଂଶ ପ୍ରାୟ ଅଧା ରହିଥାଏ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଯଦି ବା ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି ତଥାପି ଏହାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ସହନଶୀଳତା ସୀମାଠାରୁ କମ୍ ରହିଛି। ବର୍ତ୍ତମାନ ଦେଶର ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ୪.୯୬ ପ୍ରତିଶତକୁ ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ୪.୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ମେ’ ମାସରେ ଏହା ୪.୨୫ ପ୍ରତିଶତକୁ ଖସିଆସିଥିଲା। ଏହାପୂର୍ବରୁ ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୪.୭୦ ପ୍ରତିଶତ ରହିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୧ ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୪.୨୩ ପ୍ରତିଶତ ରହିଥିଲା। ଜୁନ୍ ମାସରେ ଅନୁଷ୍ଠିତ ମୁଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ଏବଂ ଅନିଶ୍ଚିତତା ଜାରି ରହିଥିବା ନେଇ କହିଥିଲେ।

13 Jul 2023 By The Sakala

ଉଚ୍ଚ ପରିବା ଦରରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଟମାଟୋଠାରୁ ଆରମ୍ଭ କରି ବିନ୍ସ, ଧନିଆ ପତ୍ର, କଞ୍ଚାଲଙ୍କା, ଝୁଡଙ୍ଗ ଛୁଇଁ, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ। ଉଚ୍ଚ ପନିପରିବା ଦର ଯୋଗୁଁ ଜୁନ୍‌ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ଯଦିବା ପନିପରିବା ଦର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ଆଜି ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପରେ ଏହା ସ୍ଫଷ୍ଟ ହୋଇଯାଇଛି। ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତରେ ପହଞ୍ଚିଛି। ମେ’ ମାସରେ ଏହା ବିଗତ ୨୫ ମାସର ସର୍ବନିମ୍ନ ସ୍ତର ୪.୨୫ ପ୍ରତିଶତକୁ ଖସିଆସିଥିଲା। ପନିପରିବାର ଅତ୍ୟଧିକ ମୂଲ୍ୟ ହେତୁ ଜୁନ୍ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି।

ତେବେ ପନିପରିବା ବ୍ୟତୀତ ଟମାଟୋ, ଡାଲି ଏବଂ ମସଲା ସାମଗ୍ରୀର ଦରବୃଦ୍ଧି ଜୁନ୍‌ ମାସରେ ଖୁଚୁରା ମୁଦ୍ରାସ୍ଫୀତିକୁ ତ୍ବରାନ୍ବିତ କରିଛି। ଜୁନ୍‌ରେ ମାସରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ବହୁ ଉପରେ ୧୨.୭୧ ପ୍ରତିଶତ ରହିଛି। ଅପରପକ୍ଷେ ମସଲା ସାମଗ୍ରୀ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ୧୯.୧୯ ପ୍ରତିଶତ ରହିଥିବା ଦେଖୀବାକୁ ମିଳିଛି। ଡାଲିଦର କିଲୋ ପିଛା ୧୬୦ ଟଙ୍କା ଛୁଇଁବା ପରେ ଏହା କ୍ଷେତ୍ରରେ ମୁଦ୍ରାସ୍ଫୀତି ମେ’ ମାସର ୬.୫୬ ପ୍ରତିଶତ ତୁଳନାରେ ହଠାତ୍‌ ୧୦.୧୦.୫୩ ପ୍ରତିଶତକୁ ବୃଦ୍ଧି ଘଟିଛି। ଦୁଗ୍‌ଧ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ମୁଦ୍ରାସ୍ଫୀତି ୮.୫୬ ପ୍ରତିଶତରେ ରହିଛି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଗତ ବର୍ଷ ଜୁନ୍‌ରେ ପାଇକାରୀ ବଜାରରେ ଜିରା କିଲୋ ପିଛା ୨୫୦-୩୦୦ ଟଙ୍କା ରହିଥିଲା।

ଚଳିତବର୍ଷ ଜୁନ୍‌ରେ ଏହା ୭୦୦-୮୦୦ ଟଙ୍କାରେ ପହଞ୍ଚିଛି। ଏସବୁ ପାଇଁ କର୍ପୋରେଟ୍‌ ସଂସ୍ଥା ହିଁ ଦାୟୀ। ଯେଉଁଭଳି ଭାବେ ଦରଦାମ୍‌ ବଢ଼ିବାରେ ଲାଗିଛି ସରକାର ଏହାକୁ ତରନ୍ତ ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ଏହା ଅର୍ଥନୀତିକୁ ପ୍ରଭାବିତ କରିବ। ଜୁନ୍ ମାସରେ ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ମେ’ ମାସରେ ଏହା ୨.୯୬ ପ୍ରତିଶତ ରହିଥିଲା। ଏପ୍ରିଲରେ ଏହା ୩.୮୪ ପ୍ରତିଶତ ରହିଥିଲା। ଏହି ସୂଚକାଙ୍କ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ହ୍ରାସକୁ ଦର୍ଶାଇଥାଏ। ଏଠାରେ ସୂଚନାଯୋଗ୍ୟ ଯେ, ସିପିଆଇ ବାସ୍କେଟ୍‌ରେ ଖାଦ୍ୟ ସାମଗ୍ରୀର ଅଂଶ ପ୍ରାୟ ଅଧା ରହିଥାଏ।

ଯଦି ବା ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି ତଥାପି ଏହାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ସହନଶୀଳତା ସୀମାଠାରୁ କମ୍ ରହିଛି। ବର୍ତ୍ତମାନ ଦେଶର ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ୪.୯୬ ପ୍ରତିଶତକୁ ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ୪.୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ମେ’ ମାସରେ ଏହା ୪.୨୫ ପ୍ରତିଶତକୁ ଖସିଆସିଥିଲା। ଏହାପୂର୍ବରୁ ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୪.୭୦ ପ୍ରତିଶତ ରହିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୧ ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୪.୨୩ ପ୍ରତିଶତ ରହିଥିଲା। ଜୁନ୍ ମାସରେ ଅନୁଷ୍ଠିତ ମୁଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ଏବଂ ଅନିଶ୍ଚିତତା ଜାରି ରହିଥିବା ନେଇ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର