ପବିତ୍ର ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଆଜି ପବିତ୍ର ଘୋଷଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ୨ ବର୍ଷ ପରେ ଭକ୍ତଙ୍କ ଗହଣ ମଧ୍ୟକୁ ଓହ୍ଲାଇଛନ୍ତି ଭଗବାନ । ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ ଆଜିର ଏହି ଶୁଭ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ଭୁବନେଶ୍ବର : ଆଜି ପବିତ୍ର ଘୋଷଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ୨ ବର୍ଷ ପରେ ଭକ୍ତଙ୍କ ଗହଣ ମଧ୍ୟକୁ ଓହ୍ଲାଇଛନ୍ତି ଭଗବାନ । ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ତେବେ ଆଜିର ଏହି ଶୁଭ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ କି ବାତରେ ରଥଯାତ୍ରାର ମହତ୍ତ୍ବ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।


ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମହାମହିମ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ କହିଛନ୍ତି ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ । ଏହାହିଁ ମୋର ବିଶ୍ୱନିୟନ୍ତାଙ୍କ ନିକଟରେ କାମନା ।


ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ ଏହାହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ।ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।


ପବିତ୍ର ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ଏହି ଘୋଷଯାତ୍ରାର ଶୁଭ ଅବସରରେ ବଡ଼ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ । ଶ୍ରୀଜୀଉଙ୍କର ଶୁଭ ଦୃଷ୍ଟି ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ ଏହା ହିଁ କାମନା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଆସ୍ଥା ଓ ଭକ୍ତିର ସ୍ୱତନ୍ତ୍ର ସଙ୍ଗମ ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସମସ୍ତଙ୍କ ସୁଖ, ଆରୋଗ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର