ଆସୁଛି ଲଘୁଚାପ, ଦିନକ ପରେ ରାଜ୍ୟକୁ ପୁଣି ଫେରିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଦିନକ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ବର୍ଷା ଆଣିବାକୁ ଥିବାବେଳେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଚଳିତ ବର୍ଷ ମୌସୁମୀ ଋତୁର ଏହା ଶେଷ ମାସ ହୋଇଥିବା ବେଳେ ଶେଷ ମାସର ଏହା ପ୍ରଥମ ଲଘୁଚାପ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଏହି ଲଘୁଚାପ ବର୍ଷାର ପରିମାଣକୁ ଆହୁରି ବଢ଼଼ାଇବ। ପାଣିପାଗ କେନ୍ଦ୍ରର […]

ଭୁବନେଶ୍ୱର: ଦିନକ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ବର୍ଷା ଆଣିବାକୁ ଥିବାବେଳେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଚଳିତ ବର୍ଷ ମୌସୁମୀ ଋତୁର ଏହା ଶେଷ ମାସ ହୋଇଥିବା ବେଳେ ଶେଷ ମାସର ଏହା ପ୍ରଥମ ଲଘୁଚାପ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଏହି ଲଘୁଚାପ ବର୍ଷାର ପରିମାଣକୁ ଆହୁରି ବଢ଼଼ାଇବ।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୮ସେପ୍ଟେମ୍ୱର ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ସେହି ଅଞ୍ଚଳରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ। ଏହାଦ୍ୱାରା ୧୮ ଏବଂ ୧୯ରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ଓ ୨୦ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ ରୁ ୨୦ ସେମି) ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ୧୮ ତାରିଖଠାରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋଆ ଜଳବାୟୁ କେନ୍ଦ୍ର ମଧ୍ୟ ଲଘୁଚାପ ସୃଷ୍ଟିକୁ ନେଇ ସମାନ ପୂର୍ବାନୁମାନ କରିଛି।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର