ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି। ସେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥାକୁ ସ୍ୱୀକାର କରିବା ସହ କହିଛନ୍ତି, ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି, ତେଣୁ ଆଜି ହେବାକୁ ଥିବା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି।ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ […]

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି। ସେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥାକୁ ସ୍ୱୀକାର କରିବା ସହ କହିଛନ୍ତି, ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି, ତେଣୁ ଆଜି ହେବାକୁ ଥିବା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି।ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କେବେ ପୁଣି ଏହି ପରୀକ୍ଷା କରାଯିବ ସେନେଇ ପରେ ସୂଚନା ଦିଆଯିବ ବୋଲି କୁଳପତି କହିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ୍ ପରୀକ୍ଷା ଥିଲା।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ତେବେ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇ ସାରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଉକ୍ତ ପ୍ରଶ୍ନ ଗୁଡ଼ିକ ଟାଇପ୍‌ ହୋଇଥିବା ଏକ ପିଡିଏଫ୍‌ ଫାଇଲ୍‌ ଭାଇରାଲ୍ ହୋଇଥିଲା। ଅବଶ୍ୟ ଟାଇପ୍‌ ହୋଇଥିବା ଉକ୍ତ ସଫ୍‌ଟ କପିଟିରେ ଅନେକ ତ୍ରୁଟି ରହିଥିଲା। ପ୍ରଶ୍ନପତ୍ରର ଢାଞ୍ଚାଠାରୁ ମଧ୍ୟ ଏହା ଭିନ୍ନ ଥିଲା। ତେବେ ଏହା ଗତ ୧୧ ତାରିଖ ମଧ୍ୟରାତ୍ରି ପ୍ରାୟ ୧ଟା ବେଳେ ହ୍ବାଟ୍‌ସଆପ୍‌ରେ ପଠା ଯାଇଥିବା ଏକ ସ୍କ୍ରିନ୍ ସଟ୍ ମଧ୍ୟ ଏହା ସହିତ ଭାଇରାଲ୍ ହୋଇଥିଲା। ତେଣୁ ପ୍ରଶ୍ନପତ୍ରଟି ପରୀକ୍ଷାର ୩ ଦିନ ପୂର୍ବରୁ ପ୍ରଘଟ ହୋଇ ସାରିଥିବା ଅଭିଯୋଗରେ ଦର୍ଶା ଯାଇଥିଲା। ତେବେ ଏହାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂପୂର୍ଣ୍ଣ ଖଣ୍ଡନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏହା ଏକ ଗୁଜବ। ଅଭିଯୋଗ ମିଳିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ଅନୁସଂଧାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର