ନୀଳକନ୍ଦରକୁ ବିଜେ କରୁଛନ୍ତି ଶ୍ରୀଜିଉ: ପହଣ୍ଡି ଦର୍ଶନ କରୁଛନ୍ତି ଭକ୍ତ
ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି। ସରିଲା ଶ୍ରୀମନ୍ଦିରର ପ୍ରତୀକ୍ଷା। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି। ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ। ରଥ ଉପରୁ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଛି। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଶେଷରେ ଆସିବେ ଦାରୁବ୍ରହ୍ମ- ପରମବ୍ରହ୍ମ – ଜଗତ ଠାକୁର- ଶ୍ରୀଜଗନ୍ନାଥ। ଶୃଙ୍ଖଳିତ ନୀଳାଦ୍ରି ବିଜେ ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାଳିଆ ସାଆନ୍ତଙ୍କ ନୀଳାଦ୍ରି ପହଣ୍ଡି […]
ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି। ସରିଲା ଶ୍ରୀମନ୍ଦିରର ପ୍ରତୀକ୍ଷା। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି। ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ। ରଥ ଉପରୁ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଛି। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଶେଷରେ ଆସିବେ ଦାରୁବ୍ରହ୍ମ- ପରମବ୍ରହ୍ମ – ଜଗତ ଠାକୁର- ଶ୍ରୀଜଗନ୍ନାଥ। ଶୃଙ୍ଖଳିତ ନୀଳାଦ୍ରି ବିଜେ ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାଳିଆ ସାଆନ୍ତଙ୍କ ନୀଳାଦ୍ରି ପହଣ୍ଡି ବେଳେ ଦେଖିବାକୁ ମିଳିବ ଆଉ ଏକ ମାନବୀୟ ଲୀଳା। ମହାପ୍ରଭୁ ଝୁଲିଝୁଲି ଯିବା ବେଳେ ହଠାତ୍ ସିଂହଦ୍ୱାର ବନ୍ଦ କରିଦେବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ। ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ଦେବେ ମହାଲକ୍ଷ୍ମୀ।