ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ମହାନ୍‌‌ କ୍ଷଣର ସାକ୍ଷୀ ରହିବ ସାରା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ। ପୂରା ଓଡ଼ିଶା ଯେପରି ଏହି ମହାନ୍‌‌ କ୍ଷଣର ସାକ୍ଷୀ ରହିବ, ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରୁ ଶ୍ରଦ୍ଧାଳୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ଚଳିତ ମାସ ୨୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ଯୋଜନା ଅନୁସାରେ ୪୦୫୭ ବସ୍‌‌ରେ […]

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ। ପୂରା ଓଡ଼ିଶା ଯେପରି ଏହି ମହାନ୍‌‌ କ୍ଷଣର ସାକ୍ଷୀ ରହିବ, ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରୁ ଶ୍ରଦ୍ଧାଳୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ଚଳିତ ମାସ ୨୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ଯୋଜନା ଅନୁସାରେ ୪୦୫୭ ବସ୍‌‌ରେ ସମୁଦାୟ ୧, ୮.୨୫୦ ଜଣ ଶ୍ରଦ୍ଧାଳୁଙ୍କୁ ପୁରୀ ଆସିବେ। ସହରାଞ୍ଚଳ ଓ ପୌରାଞ୍ଚଳର ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ଭିନ୍ନ ତାରିଖ ଧାର୍ଯ୍ୟ କରାଯାଇଛି। କିଛି ଜିଲ୍ଲାର ଲୋକ ପୁରୀ ବୁଲିବା ପରେ ସେହି ଦିନ ନିଜ ଜିଲ୍ଲାକୁ ଫେରିଯିବେ। ସେହିପରି ଦୂରାନ୍ତ ଜିଲ୍ଲାର ଲୋକଙ୍କ ପାଇଁ ଦର୍ଶନ ପରେ ରାତି ରହଣି ବ୍ୟବସ୍ଥା କରାଯାଇଛି। କେଉଁ ଜିଲ୍ଲାରୁ କେଉଁ ଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ କେତେ ସଂଖ୍ୟକ ବସ୍‌‌ରେ ଆସିବେ, କେଉଁଠି ରହିବେ, ଭୋଜନ କରିବେ ତାହାର ବିବରଣୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଶ୍ରଦ୍ଧାଳୁଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ପ୍ରଥମ ଦିନ ଅର୍ଥାତ୍‌‌ ଜାନୁଆରୀ ୨୧ ତାରିଖ‌ରେ କେନ୍ଦୁଝରରୁ ଶ୍ରଦ୍ଧାଳୁମାନେ ପୁରୀ ଆସିବେ। ଏହା ପରେ ଗଞ୍ଜାମ, ବଲାଙ୍ଗିର, ଭଦ୍ରକ, ନୟାଗଡ଼, ଅନୁଗୁଳ, ଝାରସୁଗୁଡ଼ା, କଟକ, ଢ଼େଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲାରୁ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚିବେ। ରାତିରେ ଯେଉଁ ଶ୍ରଦ୍ଧାଳୁମାନେ ରହିବେ, ସେମାନଙ୍କ ପାଇଁ ଖୋର୍ଦ୍ଧା ଓ ପୁରୀରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜଟଣୀ ନିକଟସ୍ଥ କାରମେଲ୍‌‌ ସ୍କୁଲ ଓ ପୁରୀ ସିଉଳାଠାରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ପୁରୀ ଆସି ନିଜ ଘରକୁ ଫେରିବେ, ସେନେଇ ଗତ ୧୨ତାରିଖରେ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ପରିବହନ ପାଇଁ ଜିଲ୍ଲାସ୍ତରରେ ୪୦/୫୦ଟି ବସ୍‌‌ ବୁକ୍‌‌ ରହିବ। ପୂରା ପ୍ରକ୍ରିୟାର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ସେହିପରି ସବୁ ବସ୍‌‌ରେ ଜଣେ ଲେଖାଏଁ ସରକାରୀ ଅଧିକାରୀ ଉପସ୍ଥିତ ରହିବେ। ଏଥିସହ ଜିଲ୍ଲାସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

16 Jan 2024 By The Sakala

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ମହାନ୍‌‌ କ୍ଷଣର ସାକ୍ଷୀ ରହିବ ସାରା ଓଡ଼ିଶା

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ। ପୂରା ଓଡ଼ିଶା ଯେପରି ଏହି ମହାନ୍‌‌ କ୍ଷଣର ସାକ୍ଷୀ ରହିବ, ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରୁ ଶ୍ରଦ୍ଧାଳୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ଚଳିତ ମାସ ୨୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ଯୋଜନା ଅନୁସାରେ ୪୦୫୭ ବସ୍‌‌ରେ ସମୁଦାୟ ୧, ୮.୨୫୦ ଜଣ ଶ୍ରଦ୍ଧାଳୁଙ୍କୁ ପୁରୀ ଆସିବେ। ସହରାଞ୍ଚଳ ଓ ପୌରାଞ୍ଚଳର ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ଭିନ୍ନ ତାରିଖ ଧାର୍ଯ୍ୟ କରାଯାଇଛି। କିଛି ଜିଲ୍ଲାର ଲୋକ ପୁରୀ ବୁଲିବା ପରେ ସେହି ଦିନ ନିଜ ଜିଲ୍ଲାକୁ ଫେରିଯିବେ। ସେହିପରି ଦୂରାନ୍ତ ଜିଲ୍ଲାର ଲୋକଙ୍କ ପାଇଁ ଦର୍ଶନ ପରେ ରାତି ରହଣି ବ୍ୟବସ୍ଥା କରାଯାଇଛି। କେଉଁ ଜିଲ୍ଲାରୁ କେଉଁ ଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ କେତେ ସଂଖ୍ୟକ ବସ୍‌‌ରେ ଆସିବେ, କେଉଁଠି ରହିବେ, ଭୋଜନ କରିବେ ତାହାର ବିବରଣୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଶ୍ରଦ୍ଧାଳୁଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଛନ୍ତି।

ପ୍ରଥମ ଦିନ ଅର୍ଥାତ୍‌‌ ଜାନୁଆରୀ ୨୧ ତାରିଖ‌ରେ କେନ୍ଦୁଝରରୁ ଶ୍ରଦ୍ଧାଳୁମାନେ ପୁରୀ ଆସିବେ। ଏହା ପରେ ଗଞ୍ଜାମ, ବଲାଙ୍ଗିର, ଭଦ୍ରକ, ନୟାଗଡ଼, ଅନୁଗୁଳ, ଝାରସୁଗୁଡ଼ା, କଟକ, ଢ଼େଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲାରୁ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚିବେ। ରାତିରେ ଯେଉଁ ଶ୍ରଦ୍ଧାଳୁମାନେ ରହିବେ, ସେମାନଙ୍କ ପାଇଁ ଖୋର୍ଦ୍ଧା ଓ ପୁରୀରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜଟଣୀ ନିକଟସ୍ଥ କାରମେଲ୍‌‌ ସ୍କୁଲ ଓ ପୁରୀ ସିଉଳାଠାରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ପୁରୀ ଆସି ନିଜ ଘରକୁ ଫେରିବେ, ସେନେଇ ଗତ ୧୨ତାରିଖରେ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ପରିବହନ ପାଇଁ ଜିଲ୍ଲାସ୍ତରରେ ୪୦/୫୦ଟି ବସ୍‌‌ ବୁକ୍‌‌ ରହିବ। ପୂରା ପ୍ରକ୍ରିୟାର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ସେହିପରି ସବୁ ବସ୍‌‌ରେ ଜଣେ ଲେଖାଏଁ ସରକାରୀ ଅଧିକାରୀ ଉପସ୍ଥିତ ରହିବେ। ଏଥିସହ ଜିଲ୍ଲାସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର