ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ପ୍ରଥମାଷ୍ଟମୀ; ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର, ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଭାର...

Deviprasad Mohanty Picture
Published On

ପୁରୀ: ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୁଧବାର ଭୋଗମଣ୍ଡପ ବଢ଼ିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯିବ। ପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯିବ। ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳି ମାଧବଙ୍କ ପୀଠରୁ ଗତ ପାଞ୍ଚବର୍ଷ ହେବ ପୋଢୁଆଁ ଭାର ଆସୁଛି। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି। ଏବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି। ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦାନ ଆକାରରେ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଗତକାଲି ଅପରାହ୍‌ଣରେ ମାଧବ ମନ୍ଦିରରୁ ଭାର ଆଣି ଆସିଥିବା ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ ଚନ୍ଦନକାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ଆସିଛି। ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଶୋଭାଯାତ୍ରା କରି ଏହି ଭାର ଶ୍ରୀମନ୍ଦିରକୁ ନେଇଥିଲେ। ଆଗରେ ଭୋଇ ସେବକମାନେ ପତାକା ଧରି ଚାଲିଥିଲେ। ଢୋଲିଆ ଓ ମହୁରିଆ ମଙ୍ଗଳ ବାଦ୍ୟରେ କମ୍ପିଥିଲା ପରିବେଶ। ପଛକୁ ପଛ ସଂକୀର୍ତ୍ତନ, ଲଉଡ଼ି ଖେଳ, ନୃତ୍ୟ ଆଦି ପରିବେଷଣ କରାଯାଉଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଡୋନେସନ୍‌ ସେଲ୍‌ରେ ଏହି ଭାର ରଖାଯାଇଛି ଶ୍ରୀଶ୍ରୀମାଧବାନନ୍ଦଜୀଉ ବିକାଶ ପରିଷଦ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

12 Nov 2025 By Deviprasad Mohanty

ଆଜି ପ୍ରଥମାଷ୍ଟମୀ; ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର, ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଭାର...

ପୁରୀ: ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୁଧବାର ଭୋଗମଣ୍ଡପ ବଢ଼ିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯିବ। ପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯିବ। ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳି ମାଧବଙ୍କ ପୀଠରୁ ଗତ ପାଞ୍ଚବର୍ଷ ହେବ ପୋଢୁଆଁ ଭାର ଆସୁଛି। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି। ଏବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି। ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦାନ ଆକାରରେ ଗ୍ରହଣ କରିଛି।

ଗତକାଲି ଅପରାହ୍‌ଣରେ ମାଧବ ମନ୍ଦିରରୁ ଭାର ଆଣି ଆସିଥିବା ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ ଚନ୍ଦନକାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ଆସିଛି। ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଶୋଭାଯାତ୍ରା କରି ଏହି ଭାର ଶ୍ରୀମନ୍ଦିରକୁ ନେଇଥିଲେ। ଆଗରେ ଭୋଇ ସେବକମାନେ ପତାକା ଧରି ଚାଲିଥିଲେ। ଢୋଲିଆ ଓ ମହୁରିଆ ମଙ୍ଗଳ ବାଦ୍ୟରେ କମ୍ପିଥିଲା ପରିବେଶ। ପଛକୁ ପଛ ସଂକୀର୍ତ୍ତନ, ଲଉଡ଼ି ଖେଳ, ନୃତ୍ୟ ଆଦି ପରିବେଷଣ କରାଯାଉଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଡୋନେସନ୍‌ ସେଲ୍‌ରେ ଏହି ଭାର ରଖାଯାଇଛି ଶ୍ରୀଶ୍ରୀମାଧବାନନ୍ଦଜୀଉ ବିକାଶ ପରିଷଦ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର