ପୁରୀରୁ ଜବତ ହେଲା ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର, ଜଣେ ଗିରଫ

The Sakala Picture
Published On

ପୁରୀ: ପୁରୀ ଚନ୍ଦନପୁର ପୁଲିସକୁ ବଡ ସଫଳତା । ଗିରଫ ହେଲା ଧଳା ଜହରର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୁଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକ ଠାରୁ ଗିରଫ କରିଥିବା ବେଳେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୁଲ୍ୟ ୧୦ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହାସହ ନଗଦ ୫,୧୫୦ ଟଙ୍କା, ଗୋଟିଏ ମୋବାଇଲ […]

ପୁରୀ: ପୁରୀ ଚନ୍ଦନପୁର ପୁଲିସକୁ ବଡ ସଫଳତା । ଗିରଫ ହେଲା ଧଳା ଜହରର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୁଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକ ଠାରୁ ଗିରଫ କରିଥିବା ବେଳେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୁଲ୍ୟ ୧୦ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହାସହ ନଗଦ ୫,୧୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟର ସାଇକେଲ ପୋଲିସ ଜବତ କରିଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାକୁ ଧଳା ଜହର ମୁକ୍ତ କରିବା ପାଇଁ ଏସପି କନୱର ବିଶାଳ ସିଂ ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ ହୋଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ପୂର୍ବରୁ ମଧ୍ୟ ପୁରୀ ଗ୍ରାମାଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର