ମନୋରଞ୍ଜନ
ଓଡ଼ିଶା
ଗ୍ୟାସ୍ ଟାଙ୍କି ଫାଟି ଘରେ ଲାଗିଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ୩ ବଖରା ଘର
କୃଷ୍ଣପ୍ରସାଦ : ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦି ଗ୍ରାମରେରେ ଗ୍ୟାସ ଲିକ ହୋଇ ଜଳିଯାଇଛି ୩ ବଖରା ଘର। ସୂଚନା ମୁତାବକ ଦିବା ୩ ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା। ଦେଖୁ ଦେଖୁ ଘର, ଚାଳ ଆସବାବପତ୍ର କୁ ନିଆଁ ଲାଗିଥିଲା। ମାୟାଧର ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ଵଂସ ହୋଇଗଲା। ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଂଚି […]
କୃଷ୍ଣପ୍ରସାଦ : ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦି ଗ୍ରାମରେରେ ଗ୍ୟାସ ଲିକ ହୋଇ ଜଳିଯାଇଛି ୩ ବଖରା ଘର। ସୂଚନା ମୁତାବକ ଦିବା ୩ ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା। ଦେଖୁ ଦେଖୁ ଘର, ଚାଳ ଆସବାବପତ୍ର କୁ ନିଆଁ ଲାଗିଥିଲା। ମାୟାଧର ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ଵଂସ ହୋଇଗଲା।
ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମର ଅନ୍ୟ ଘର ସୁରକ୍ଷିତ ହୋଇଥିଲା। ଘରେ ଥିବା ଟିଭି, ଫ୍ରୀଜ଼, ଆସବାବପତ୍ର, କଂସା, ବାସନ, ଲୁଗାପଟା, ବର୍ଷକ ଖାଦ୍ୟ ପଦାର୍ଥ ପୋଡି ପାଉଁଶ ହୋଇ ଯାଇଛି। ଝିଆରୀ ବାହାଘର ପାଇଁ ରଖିଥିବା ସମସ୍ତ ଅଳଙ୍କାର, ଟଙ୍କା, ଆଦି ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି।
ଖବରପାଇ କୃଷ୍ଣପ୍ରସାଦ ଆରଆଇ ଦିଲୀପ କିଷାନ, ତହସିଲଦାର ବିକାଶ ସେଠୀ, ସରପଞ୍ଚ ବୀଣାପାଣି ପ୍ରଧାନ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଗୃହଶୂନ୍ୟ ପରିବାରକୁ ଗୃହ ଯୋଗାଣ କରିବା ଖାଦ୍ୟ, ବସ୍ତ୍ର ସହ କ୍ଷତି ପୁରଣ ଯୋଗାଇ ଦେବାକୁ ଦାବି ଦେଉଛି।





