୨୪ରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ରାତି ୧ଟାରୁ ସ୍ନାନଯାତ୍ରା ପହଣ୍ଡି

The Sakala Picture
Published On

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଗତବର୍ଷ ଭଳି ଏଥର ମଧ୍ୟ କରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ତେବେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୁରୂପେ ସମ୍ପାଦନ କରାଯିବ ସେ ନେଇ ରବିବାର ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି। ତେବେ […]

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଗତବର୍ଷ ଭଳି ଏଥର ମଧ୍ୟ କରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ତେବେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୁରୂପେ ସମ୍ପାଦନ କରାଯିବ ସେ ନେଇ ରବିବାର ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ।

ଆହୁରି ପଢ଼ନ୍ତୁ: ସରକାରୀ ITIରେ ଶିକ୍ଷାର୍ଥୀଙ୍କ ଅଭିଯୋଗ! କାମ କରିବାକୁ ଚାପ, ମନା କଲେ ହଷ୍ଟେଲ ଛାଡ଼ିବାକୁ ଧମକ!

ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି। ତେବେ ଆଗକୁ ସ୍ନାନ ପୂର୍ଣ୍ଣିମା ଥିବାରୁ ଏହା ଉପରେ ବିଶେଷ ଭାବେ ଆଲୋଚନା କରାଯାଇ ନୀତି ଚୂଡାନ୍ତ ହୋଇଛି।

ପୂର୍ବ ରାତି ୧ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ କରାଯିବ । ପୂର୍ବାହ୍ନ ସାଢେ ୧୦ଟାରେ ଛେରାପହଁରା, ୧୧ଟାରୁ ୧୨ଟା ମଧ୍ୟରେ ମହାପ୍ରଭୁଙ୍କୁ ହାତୀ ବେଶ କରାଯିବ। ସେହିପରି ବାହୁଡା଼ ପହଣ୍ଡି ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ସରିବ। ସେହିଦିନଠାରୁ ଅଣସର ବିଧି ଆରମ୍ଭ କରାଯାଇ ଏଥର ୧୫ ଦିନିଆ ଅଣସର କରିବା ଲାଗି ସ୍ଥିର ହୋଇଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର