ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ: ଗରଗରା ଉଠି ଗୟଳ ମୋଡା ଗଲା

The Sakala Picture
Published On

ପୁରୀ: ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ ଧରିଥିବାବେଳେ ରଥଖଳାରେ କାମ ମଧ୍ୟ ଆଗେଇ ଚାଲିଛି। ରବିବାର ତିନିରଥ ଉପରକୁ ଗରଗରା ଉଠିଥିଲା। ପାଞ୍ଚଦଣ୍ଡା ଉପରେ ଏହି ଗରଗରା ସ୍ଥାପନ କରାଯାଇଥିଲା। ମୁଖ୍ୟ ମହାରଣାମାନେ ଗରଗରାରେ ମାପ କରି ଚିହ୍ନ ଦେଇଥିଲେ। ଅନ୍ୟ ମହାରଣାମାନେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କରିଥିଲେ। ଏହାପରେ କମାର ସେବକମାନେ ଗରାଗରାରେ କଣ୍ଟା ବାଡିଆ କାମ ସମ୍ପନ୍ନ କରିଥିଲେ। ଏତଦ୍‌ବ୍ୟତୀତ ତିନିରଥ ଉପରକୁ ଦୁଇଟି […]

ପୁରୀ: ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ ଧରିଥିବାବେଳେ ରଥଖଳାରେ କାମ ମଧ୍ୟ ଆଗେଇ ଚାଲିଛି। ରବିବାର ତିନିରଥ ଉପରକୁ ଗରଗରା ଉଠିଥିଲା। ପାଞ୍ଚଦଣ୍ଡା ଉପରେ ଏହି ଗରଗରା ସ୍ଥାପନ କରାଯାଇଥିଲା। ମୁଖ୍ୟ ମହାରଣାମାନେ ଗରଗରାରେ ମାପ କରି ଚିହ୍ନ ଦେଇଥିଲେ। ଅନ୍ୟ ମହାରଣାମାନେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କରିଥିଲେ। ଏହାପରେ କମାର ସେବକମାନେ ଗରାଗରାରେ କଣ୍ଟା ବାଡିଆ କାମ ସମ୍ପନ୍ନ କରିଥିଲେ। ଏତଦ୍‌ବ୍ୟତୀତ ତିନିରଥ ଉପରକୁ ଦୁଇଟି ଲେଖାଏ ପୋଲ ଗୟଳ ଉଠାଯାଇ ଏହାକୁ ମୋଡା ଯାଇଛି। ମୁଖ୍ୟତଃ ଭୋଇ ସେବକମାନେ ବଳ ଓ କୌଶଳ ପ୍ରୟୋଗ କରି ଆଗ ଓ ପଛ ନିରାଡି ଉପରେ ପୋଲ ଗୟଳକୁ ଧନୁ ପରି ମୋଡି ଦଣ୍ଡା ଫ୍ରେମର ମଝି ଭାଗରେ ସେଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୂତଖାନା ପାଲଟିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ସୋମବାର ତିନିରଥ ଉପରକୁ ଚାରିନାହାକା ଉଠିବ। ରଥଚାଳିରେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ତାଳଧ୍ୱଜ ରଥର ସିଂହାସନରେ ମାଛ ଥାଇ ପୂର୍ଣ୍ଣ କୁମ୍ଭ, ଡାଳିଲତା, ହଂସ ଏବଂ ପଦ୍ମ ପାଖୁଡାର ଚିତ୍ର ଖୋଦେଇ କରାଯାଉଥିବା ବେଳେ ଦେବଦଳନ ରଥ ସିଂହାସନରେ ମାଛ ସହ ପୂର୍ଣ୍ଣ କୁମ୍ଭ, ପଦ୍ମ ଡାଳି ଓ ମୟୁର ସହ ପୂଛ କରାଯାଉଛି। ନନ୍ଦିଘୋଷ ରଥ ସିଂହାସନରେ ମାଛ ସହ ପୂର୍ଣ୍ଣ କୁମ୍ଭ, ପଦ୍ମ ଡାଳି, ହାତୀ, ପଦ୍ମ ପାଖୁଡା ଚିତ୍ର ଖୋଦେଇ ହେଉଛି। ଦୋଳବେଦୀ ପରିସର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଯୋକା ଓ ଚନାକ କଣ୍ଟା ତିଆରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ‎ବନ ମହୋତ୍ସବରେ "ମା ପାଇଁ ଗଛଟିଏ" ସପ୍ତାହ ପାଳିତ

16 Jun 2024 By The Sakala

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ: ଗରଗରା ଉଠି ଗୟଳ ମୋଡା ଗଲା

ପୁରୀ: ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ ଧରିଥିବାବେଳେ ରଥଖଳାରେ କାମ ମଧ୍ୟ ଆଗେଇ ଚାଲିଛି। ରବିବାର ତିନିରଥ ଉପରକୁ ଗରଗରା ଉଠିଥିଲା। ପାଞ୍ଚଦଣ୍ଡା ଉପରେ ଏହି ଗରଗରା ସ୍ଥାପନ କରାଯାଇଥିଲା। ମୁଖ୍ୟ ମହାରଣାମାନେ ଗରଗରାରେ ମାପ କରି ଚିହ୍ନ ଦେଇଥିଲେ। ଅନ୍ୟ ମହାରଣାମାନେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କରିଥିଲେ। ଏହାପରେ କମାର ସେବକମାନେ ଗରାଗରାରେ କଣ୍ଟା ବାଡିଆ କାମ ସମ୍ପନ୍ନ କରିଥିଲେ। ଏତଦ୍‌ବ୍ୟତୀତ ତିନିରଥ ଉପରକୁ ଦୁଇଟି ଲେଖାଏ ପୋଲ ଗୟଳ ଉଠାଯାଇ ଏହାକୁ ମୋଡା ଯାଇଛି। ମୁଖ୍ୟତଃ ଭୋଇ ସେବକମାନେ ବଳ ଓ କୌଶଳ ପ୍ରୟୋଗ କରି ଆଗ ଓ ପଛ ନିରାଡି ଉପରେ ପୋଲ ଗୟଳକୁ ଧନୁ ପରି ମୋଡି ଦଣ୍ଡା ଫ୍ରେମର ମଝି ଭାଗରେ ସେଟ୍‌ କରିଛନ୍ତି।

ସୋମବାର ତିନିରଥ ଉପରକୁ ଚାରିନାହାକା ଉଠିବ। ରଥଚାଳିରେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ତାଳଧ୍ୱଜ ରଥର ସିଂହାସନରେ ମାଛ ଥାଇ ପୂର୍ଣ୍ଣ କୁମ୍ଭ, ଡାଳିଲତା, ହଂସ ଏବଂ ପଦ୍ମ ପାଖୁଡାର ଚିତ୍ର ଖୋଦେଇ କରାଯାଉଥିବା ବେଳେ ଦେବଦଳନ ରଥ ସିଂହାସନରେ ମାଛ ସହ ପୂର୍ଣ୍ଣ କୁମ୍ଭ, ପଦ୍ମ ଡାଳି ଓ ମୟୁର ସହ ପୂଛ କରାଯାଉଛି। ନନ୍ଦିଘୋଷ ରଥ ସିଂହାସନରେ ମାଛ ସହ ପୂର୍ଣ୍ଣ କୁମ୍ଭ, ପଦ୍ମ ଡାଳି, ହାତୀ, ପଦ୍ମ ପାଖୁଡା ଚିତ୍ର ଖୋଦେଇ ହେଉଛି। ଦୋଳବେଦୀ ପରିସର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଯୋକା ଓ ଚନାକ କଣ୍ଟା ତିଆରି କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର