ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌, ଆଜି ଅନୁମୋଦନ ଦେବ ପରିଚାଳନା କମିଟି

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଅର୍ଥ ସବ୍‌‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ବଜେଟ୍‌‌। ଏ ବର୍ଷ ନିର୍ବାଚନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌‌ ବିଳମ୍ବ ହୋଇଥିଲା। ତେବେ ଅର୍ଥ ସବ୍‌‌-କମିଟିରେ ଶ୍ରୀମନ୍ଦିର ପାଇଁ ମୋଟ ୩୮୬ କୋଟିର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ବୈଠକରେ ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା […]

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଅର୍ଥ ସବ୍‌‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ବଜେଟ୍‌‌। ଏ ବର୍ଷ ନିର୍ବାଚନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌‌ ବିଳମ୍ବ ହୋଇଥିଲା। ତେବେ ଅର୍ଥ ସବ୍‌‌-କମିଟିରେ ଶ୍ରୀମନ୍ଦିର ପାଇଁ ମୋଟ ୩୮୬ କୋଟିର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ବୈଠକରେ ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ବଜେଟ୍‌‌ ଆଗତ କରାଯିବ। ଆଲୋଚନା ପରେ ଶ୍ରୀମନ୍ଦିରର ଚୂଡ଼ାନ୍ତ ବଜେଟ୍‌‌ କରାଯାଇ ପରିଚାଳନା କମିଟି ଅନୁମୋଦନ ଦେବ। ତେଣୁ ଉପରୋକ୍ତ ବଜେଟ୍‌‌ରେ ପରିବର୍ତ୍ତନ ହୋଇପାରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେହିପରି ଶ୍ରୀମନ୍ଦିରର ଆୟବୃଦ୍ଧି ପାଇଁ ଅର୍ଥ ସବ୍‌‌-କମିଟି ବୈଠକରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋଲ୍ଡ ବଣ୍ଡ୍‌‌ କିଣିପାରିବେ, ସେନେଇ ବ୍ୟବସ୍ଥା ପାଇଁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ବିଭିନ୍ନ ପର୍ବପର୍ବାଣି ଦିନରେ ମହାପ୍ରଭୁ ଯେଉଁ ବେଶ ହେଉଛନ୍ତି ଏବଂ ସେଥିରେ ଲାଗୁଥିବା ସୁନା ଅଳଙ୍କାର ମଧ୍ୟରୁ କେତେକ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେବ ଏହା ମରାମତି ହୋଇନାହିଁ। ଫଳରେ ଅସୁନ୍ଦର ଦେଖାଯାଉଛି। ତେଣୁ ଆଉ ଗୋଟିଏ ସୁବର୍ଣ୍ଣ ଅଳଙ୍କାର ସେଟ୍‌‌ ତିଆରି ପାଇଁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ଆଲୋଚନା କରାଯାଇ ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୁପା ଛାଉଣି କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ତା’ ଉପରେ ଆଲୋଚନା କରାଯାଇଛି। ଏ ପ୍ରସଙ୍ଗ ମଧ୍ୟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏତଦ୍‌‌ବ୍ୟତୀତ ସେବାୟତଙ୍କ କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ବୈଠକରେ ଆଗତ ହୋଇଥିଲା। ଆଇନଗତ ବିବାଦ ଚାଲିଥିବାରୁ ସେବାୟତଙ୍କ ପାଇଁ ବାସଗୃହ ଯୋଜନା କାମ ଆରମ୍ଭ ହୋଇପାରୁନାହିଁ। ସେହିପରି ଆଦର୍ଶ ଗୁରୁକୁଳ କାମ ମଧ୍ୟ ଆରମ୍ଭ ହୋଇନାହିଁ। ଏ ପ୍ରସଙ୍ଗ ଉଠାଯାଇଥିବା ବେଳେ ସେବାୟତ ପିଲାଙ୍କୁ ଦିଆଯାଉଥିବା ବୃତ୍ତି ରାଶିର ପରିମାଣ ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର