ଗାଧୋଉଥିବା ବେଳେ ପୁରୀ ସମୁଦ୍ରରେ ଭାସିଗଲେ ଜଣେ ଯୁବକ

The Sakala Picture
Published On

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ବୋଲି ଜଣାପଡ଼ିଛି । ସେ ଆଜି ଅପରାହ୍ନ ସମୟରେ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ ଦୁଇଜଣ ଯୁବକ ହଠାତ୍ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ୍‌ ଗାର୍ଡମାନେ ବିହାରର […]

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ବୋଲି ଜଣାପଡ଼ିଛି । ସେ ଆଜି ଅପରାହ୍ନ ସମୟରେ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ଏପରି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ ଦୁଇଜଣ ଯୁବକ ହଠାତ୍ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ୍‌ ଗାର୍ଡମାନେ ବିହାରର ସାଗର କୁମାର ଚୌଧୁରୀଙ୍କୁ ଉଦ୍ଧାର କରିଥିବା ବେଳେ ରବି ସିଂଙ୍କୁ ପାଇ ନ ଥିଲେ । ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କର ପତ୍ତା ମିଳିନାହିଁ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର