କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁ ବଢୁଛି ଦରଦାମ୍-ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

The Sakala Picture
Published On

ଭୁବନେଶ୍ବର: କେବଳ ଯୁଦ୍ଧ ଯୋଗୁ ଦରଦାମ ବଢୁନି। ଗତ ୧୩ ମାସରୁ ଦର ବଢି ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା। ପେଟ୍ରୋଲ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି। ଯାହା ଆଗରୁ କେବେ ନଥିଲା। ଯୁଦ୍ଧ ବଢିଲେ, ସପ୍ଲାଏ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ। ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଲ ରଖିଛୁ। ଆମେ ନିବେଦନ କରିଛୁ ଯେ, ସେସ ଓ ଟିକସ ଛାଡ଼ କରି ସବୁ ରାଜ୍ୟ […]

ଭୁବନେଶ୍ବର: କେବଳ ଯୁଦ୍ଧ ଯୋଗୁ ଦରଦାମ ବଢୁନି। ଗତ ୧୩ ମାସରୁ ଦର ବଢି ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା। ପେଟ୍ରୋଲ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି। ଯାହା ଆଗରୁ କେବେ ନଥିଲା। ଯୁଦ୍ଧ ବଢିଲେ, ସପ୍ଲାଏ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ। ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଲ ରଖିଛୁ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଆମେ ନିବେଦନ କରିଛୁ ଯେ, ସେସ ଓ ଟିକସ ଛାଡ଼ କରି ସବୁ ରାଜ୍ୟ ସହ ଆଲୋଚନା କରି କାମ କରନ୍ତୁ। ଗ୍ୟାସରେ ମିଳୁଥିବା ସବସିଡିକୁ ଗତ ବଜେଟରେ ଶୂନ୍ୟ କରି ଦେଲେ। ଗରିବଙ୍କ ଉପରେ ମହଙ୍ଗା ମାଡ଼ ହେଉଛି । ବଡ଼ବଡ଼ିଆ ଖସିଯାଉଛନ୍ତି। କର୍ପୋରେଟ ଟିକସ କମିଛି। ଭାରତ ବର୍ଷର ଅର୍ଥନୀତିକୁ କେନ୍ଦ୍ର ସରକାର ବିଗାଡି ଦେଇଛନ୍ତି। ସେଥି ପାଇଁ ଦରଦାମ ଗତ ୧୩ ମାସରୁ ବଢି ଚାଲିଛି। ସଠିକ ପଦକ୍ଷେପ ନେବାକୁ ଆମେ କେନ୍ଦ୍ର ସରକାରଙ୍କୁ କହୁଛୁ, ହେଲେ ସେମାନେ ନେଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଗ୍ରାହକ ମୂଲ୍ୟ ସୂଚକାଙ୍କ ଦେଖିଲେ ଜଣାପଡୁଛି ଯେ, ହୋଲସେଲ ମୂଲ୍ୟ କମ ରହିଛି ଓ ଗ୍ରାହକ ମୂଲ୍ୟ ଅଧିକ ରହିଛି। ଯାହା ଓଲଟା ରହୁଛି। ଏହା ବିଚିତ୍ର ଦେଶ। ଏଥିରୁ ଛୋଟ ବ୍ୟବସାୟୀ ମାଡ଼ ଖାଇବେ। ବଡ଼ ବ୍ୟବସାୟୀଙ୍କ ପାଇଁ ଏହି ଖେଳ ଚାଲିଛି। Consumer Price Indexରେ retail inflation ୭.୭୯ ପ୍ରତିଶତ ରହିଛି। ଯାହା ବାରମ୍ବାର ବଢି ଚାଲିଛି। ସେହିପରି Wholesale Price Index ୧୫.୦୮ ପ୍ରତିଶତ। ଯାହା ସର୍ବାଧିକ। ଗତ ୧୭ ବର୍ଷରୁ ଏହା ବଢି ବଢି ଚାଲିଛି। ଦେଶରେ ଅଭାବନୀୟ ପରିସ୍ଥିତି ହେବାକୁ ଯାଉଛି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର