ମାସେ ହେବ ଯନ୍ତ୍ରଣା ଭିତରେ ‘ପ୍ରୀତି’ : ସହାୟତାର ପ୍ରତିଶ୍ରୁତି ଦେଲେ ଶ୍ରୀତମ

The Sakala Picture
Published On

କଟକ : ମାଟ୍ରିକ ଫଳ ପ୍ରକାଶ ପାଇ ନଥିଲା। ଫଳାଫଳ ଭଲ ହେବ ବୋଲି ଆଶା ରଖିଥିଲେ। ହେଲେ ଏହା ଭିତରେ ଘଟିଲା ଏକ ଆକସ୍ମିକ ଦୁର୍ଘଟଣା। ଟ୍ରେନରେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏସ୍‍ସିବି ମେଡ଼ିକାଲରେ ମାସେ ହେବ ଚିକିତ୍ସିତ ହେଉଛନ୍ତି ବ୍ରହ୍ମପୁରର ଝିଅ ପ୍ରୀତି ଦାନ୍ତିଆ। ଦୁଇଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ଡାହାଣ ଗୋଡ଼ରେ ମଧ୍ୟ ଗଭୀର ଆଘାତ ଲାଗିଛି। ଯନ୍ତ୍ରଣା ଭିତରେ ପ୍ରୀତି ଛଟପଟ ହେଉଥିବା ବେଳେ […]

କଟକ : ମାଟ୍ରିକ ଫଳ ପ୍ରକାଶ ପାଇ ନଥିଲା। ଫଳାଫଳ ଭଲ ହେବ ବୋଲି ଆଶା ରଖିଥିଲେ। ହେଲେ ଏହା ଭିତରେ ଘଟିଲା ଏକ ଆକସ୍ମିକ ଦୁର୍ଘଟଣା। ଟ୍ରେନରେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏସ୍‍ସିବି ମେଡ଼ିକାଲରେ ମାସେ ହେବ ଚିକିତ୍ସିତ ହେଉଛନ୍ତି ବ୍ରହ୍ମପୁରର ଝିଅ ପ୍ରୀତି ଦାନ୍ତିଆ। ଦୁଇଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ଡାହାଣ ଗୋଡ଼ରେ ମଧ୍ୟ ଗଭୀର ଆଘାତ ଲାଗିଛି। ଯନ୍ତ୍ରଣା ଭିତରେ ପ୍ରୀତି ଛଟପଟ ହେଉଥିବା ବେଳେ ଆଜି ତାଙ୍କୁ ଭେଟିଥିଲେ ଓଲିଉଡର ଆଗଧାଡ଼ିର କଳାକାର ଶ୍ରୀତମ ଦାସ। କିଛି ସମୟ ଧରି ପ୍ରୀତିଙ୍କ ସହ ଆଲୋଚନା କରିବା ପରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀତମ ପ୍ରତିଶ୍ରୁତି ଦେଇଛନ୍ତି। ସିନେତାରକା ଶ୍ରୀତମ କରୋନା ସମୟରେ ସମାଜସେବାକୁ ଆଦରି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏସ୍‍ସିବିକୁ ଜଣେ ଗୁରୁତର ୮ବର୍ଷର ବାଳକକୁ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ଯାଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀରେ ନିଃଶୁଳ୍କ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

ଏହି ବାଳକଟି ମଧ୍ୟ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି। ବାଳକର ଡାହାଣପଟ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆଉ କିଛି ଦିନ ଭିତରେ ବାଳକଟିର ଗୋଡ଼ରେ ଅସ୍ତ୍ରୋପଚାର ହେବ। ଏଣୁ ୭ଟି ବ୍ଲଡ ଦରକାର। ୪ଟି ଯୋଗାଡ଼ ହୋଇଥିବା ବେଳେ ୩ଟି ବ୍ଲକର ଆବଶ୍ୟକତା ପୂରଣ କରିବାକୁ ଶ୍ରୀତମ ସେଠାରେ କିଛି ଯୁବ ସମାଜସେବୀଙ୍କୁ ଧରି ପହଞ୍ଚିଥିଲେ। ତେବେ ଯେଉଁଠାରେ ଏହି ବାଳକଟି ଚିକିତ୍ସିତ ହେଉଛି ତା’ର ସାମ୍ନାରେ ବେଡ୍‍ରେ ଶୋଇଥିଲା ପ୍ରୀତି। ଦୁର୍ଘଟଣା ପରେ ପ୍ରୀତି ଗୋଟିଏ ମାସ ଆଇସିୟୁରେ ଥିଲା। କିଛି ଦିନ ହେବ ୱାର୍ଡ଼କୁ ସ୍ଥାନାନ୍ତରିତ ହୋଇଛି। ଶ୍ରୀତମ ୱାର୍ଡ଼ରେ ପହଞ୍ଚିବା ପରେ ପ୍ରୀତି ବଲବଲ କରି ତାଙ୍କୁ ଚାହିଁଥିଲା। କିଛି କହିବାକୁ ଚାହୁଁଛି ବୋଲି ଜାଣିପାରି ତା’ ନିକଟରେ ପହଞ୍ଚିଥିଲେ ଏହି ସିନେତାରକା ଜଣକ। ଶ୍ରୀତମଙ୍କ ହାତକୁ ଧରିବା ସହ ବେଶ ଖୁସି ହୋଇଯାଇଥିଲା ପ୍ରୀତି।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କଲେଜ ଯିବାକୁ ଚାହେଁ ବୋଲି କହିଥିଲା। ପ୍ରୀତି ମୁହଁରୁ ସବୁ ଶୁଣିବା ପରେ ତାକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀତମ ପ୍ରତିଶ୍ରୁତି ଦେଇଛନ୍ତି। ମାସାଧିକ କାଳ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରୀତିର ଏଭଳି ଖୁସି ଦେଖି ୱାର୍ଡ଼ର ଅନ୍ୟମାନେ ମଧ୍ୟ ଶ୍ରୀତମଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀତମ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରୀତିର ଖୁସି ଦେଇ ମୋ କଳାକାର ଜୀବନ ସାର୍ଥକ ହୋଇଛି ବୋଲି ମୁଁ ଭାବୁଛି। ବିନା ଅଭିନୟରେ ଯଦି ଅନ୍ୟ ମୁହଁରେ ହସ ଆଣି ପାରୁଛି ତା’ଠାରୁ ମୋ ପାଇଁ ଆଉ କିଛି ଅଧିକ ନାହିଁ ବୋଲି ଶ୍ରୀତମ କୁହନ୍ତି।

ଆହୁରି ପଢ଼ନ୍ତୁ: ରିଲ୍ ନିଶା ନେଲା ଜୀବନ: ବିଷଧର ନାଗ ସାପ କାମୁଡ଼ାରେ ସାପୁଆଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର