ଆଜି ବସିବ ପ୍ରାକ୍‌ ମୌସୁମୀ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ : ବିଭାଗୀୟ ସମନ୍ବୟ ଓ ତ୍ବରିତ ପୁନରୁଦ୍ଧାରକୁ ଗୁରୁତ୍ବ

The Sakala Picture
Published On

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରିଆସୁଛନ୍ତି। ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ […]

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରିଆସୁଛନ୍ତି। ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ମାର୍ଚ୍ଚରୁ ମେ ମାସ ଭିତରେ ରାଜ୍ୟରେ ଫନି ଓ ଅମ୍ଫନ ଭଳି ବଡ଼ ବାତ୍ୟା ହୋଇଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିପାରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା: ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କଲା ପ୍ରଶାସନ

ବୈଠକରେ ଆଇଏମ୍‌ଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବ। ଡପଲାର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହେବ। ଲୋକମାନଙ୍କୁ କିପରି ଏସଏମ୍‌‌ଏସ ଯୋଗେ ସତର୍କ କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ରୋଡ୍‌‌ମ୍ୟାପ୍‌‌ ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡ୍ରାଫ୍‌‌ ବାହନୀ ସହିତ ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌‌ ଏବଂ ଆବଶ୍ୟକ ସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ। ବନ୍ଦରଗୁଡ଼ିକରେ ସତର୍କତା, ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ରୋଡମ୍ୟାପ ପ୍ରସ୍ତୁତ ହେବ। ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ତ୍ବରିତ ପୁନରୁଦ୍ଧାର ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ

ଏହି ବୈଠକରେ ମୁଖ୍ୟ ସଚିବ ଓ ଏସ୍‌‌ଆରସିଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ, ବିଭାଗ ସଚିବ, ପଞ୍ଚାୟତିରାଜ, କୃଷି, ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଆଇଟି ସଚିବ, ପୁଲିସ ଡିଜି, ଅଗ୍ନଶମ ଡିଜି, ଏନ୍‌‌ଡିଆର୍‌‌ଏଫ୍‌‌ କମାଣ୍ଡାଣ୍ଟ ଓ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ।

26 Apr 2023 By The Sakala

ଆଜି ବସିବ ପ୍ରାକ୍‌ ମୌସୁମୀ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ : ବିଭାଗୀୟ ସମନ୍ବୟ ଓ ତ୍ବରିତ ପୁନରୁଦ୍ଧାରକୁ ଗୁରୁତ୍ବ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରିଆସୁଛନ୍ତି। ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ମାର୍ଚ୍ଚରୁ ମେ ମାସ ଭିତରେ ରାଜ୍ୟରେ ଫନି ଓ ଅମ୍ଫନ ଭଳି ବଡ଼ ବାତ୍ୟା ହୋଇଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିପାରିଥିଲେ।

ବୈଠକରେ ଆଇଏମ୍‌ଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବ। ଡପଲାର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହେବ। ଲୋକମାନଙ୍କୁ କିପରି ଏସଏମ୍‌‌ଏସ ଯୋଗେ ସତର୍କ କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ରୋଡ୍‌‌ମ୍ୟାପ୍‌‌ ପ୍ରସ୍ତୁତ କରାଯିବ।

ଓଡ୍ରାଫ୍‌‌ ବାହନୀ ସହିତ ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌‌ ଏବଂ ଆବଶ୍ୟକ ସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ। ବନ୍ଦରଗୁଡ଼ିକରେ ସତର୍କତା, ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ରୋଡମ୍ୟାପ ପ୍ରସ୍ତୁତ ହେବ। ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ତ୍ବରିତ ପୁନରୁଦ୍ଧାର ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଯୋଜନା ରହିଛି।

ଏହି ବୈଠକରେ ମୁଖ୍ୟ ସଚିବ ଓ ଏସ୍‌‌ଆରସିଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ, ବିଭାଗ ସଚିବ, ପଞ୍ଚାୟତିରାଜ, କୃଷି, ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଆଇଟି ସଚିବ, ପୁଲିସ ଡିଜି, ଅଗ୍ନଶମ ଡିଜି, ଏନ୍‌‌ଡିଆର୍‌‌ଏଫ୍‌‌ କମାଣ୍ଡାଣ୍ଟ ଓ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର