ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ଆସନ୍ତାକାଲିଠୁ ଆବେଦନ, ସେପ୍ଟେମ୍ବର ୪ରେ ପ୍ରକାଶ ପାଇବ ମେଧା ତାଲିକା
ଭୁବନେଶ୍ୱର: +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି […]
ଭୁବନେଶ୍ୱର: +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଆହୁରି ପଢ଼ନ୍ତୁ: ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ
ସେହିପରି ସେପ୍ଟେମ୍ୱର ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯେଉଁମାନେ ମେଧା ତାଲିକାରେ ସ୍ଥାନ ପାଇଥିବେ ସେମାନେ ୫ରୁ ୭ ତାରିଖ ମଧ୍ୟରେ ସଂପୃକ୍ତ କଲେଜମାନଙ୍କରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ । ସେହିପରି ୧୨ ତାରିଖରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୩ ତାରିଖରେ ସ୍ପଟ ନାମଲେଖା ହେବ





