ପିକଅପ୍‌ ଭ୍ୟାନ ଓଲଟି ୨ ଦଣ୍ଡୁଆଙ୍କ ମୃତ୍ୟୁ, ୧୫ ଗୁରୁତର

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

ସୂଚନା ଅନୁଯାୟୀ, ଆଜି ଭୋରୁ ଦୁଇଟି ପିକଅପ୍ ଭ୍ୟାନରେ ଦଣ୍ଡୁଆମେନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଯାଉଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ସୋମପୁର ନିକଟରେ ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

06 Apr 2024 By The Sakala

ପିକଅପ୍‌ ଭ୍ୟାନ ଓଲଟି ୨ ଦଣ୍ଡୁଆଙ୍କ ମୃତ୍ୟୁ, ୧୫ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋରୁ ଦୁଇଟି ପିକଅପ୍ ଭ୍ୟାନରେ ଦଣ୍ଡୁଆମେନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଯାଉଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ସୋମପୁର ନିକଟରେ ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଗୁରୁତର ହୋଇଥିବା ସମସ୍ତ ୧୫ ଜଣଙ୍କୁ ପ୍ରଥମେ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର