ସରକାରୀ ଅଧିକାରୀଙ୍କ ଘରୋଇ ବ୍ୟାଙ୍କ ପ୍ରୀତି, କ୍ଷୋଭ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ

The Sakala Picture
Published On

ଭୁବନେଶ୍ୱର : ଅଧିକାଂଶ ଘରୋଇ ବ୍ୟାଙ୍କଗୁଡ଼ିକର ରାଜ୍ୟ ବିକାଶରେ ଅବଦାନ ଅତ୍ୟନ୍ତ ନଗଣ୍ୟ। ଘରୋଇ ବ୍ୟାଙ୍କଗୁଡ଼ିକର ଜମା ଓ ଋଣ ଅନୁପାତ ଅତ୍ୟନ୍ତ ନୈରାଶ୍ୟଜନକ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହାର ନିରୁତ୍ସାହଜନକ। ଯୁବଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଏହି ବ୍ୟାଙ୍କଗୁଡ଼ିକ ଅମନଯୋଗୀ। ବିଭିନ୍ନ ସମୟରେ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହୋଇଛି। ଏହା ସତ୍ତ୍ବେ ବିଭିନ୍ନ ସରକାରୀ ଦେୟ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ […]

ଭୁବନେଶ୍ୱର : ଅଧିକାଂଶ ଘରୋଇ ବ୍ୟାଙ୍କଗୁଡ଼ିକର ରାଜ୍ୟ ବିକାଶରେ ଅବଦାନ ଅତ୍ୟନ୍ତ ନଗଣ୍ୟ। ଘରୋଇ ବ୍ୟାଙ୍କଗୁଡ଼ିକର ଜମା ଓ ଋଣ ଅନୁପାତ ଅତ୍ୟନ୍ତ ନୈରାଶ୍ୟଜନକ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହାର ନିରୁତ୍ସାହଜନକ। ଯୁବଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଏହି ବ୍ୟାଙ୍କଗୁଡ଼ିକ ଅମନଯୋଗୀ। ବିଭିନ୍ନ ସମୟରେ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହୋଇଛି। ଏହା ସତ୍ତ୍ବେ ବିଭିନ୍ନ ସରକାରୀ ଦେୟ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ ରାଶି ଆଦି ଏହି ଘରୋଇ ବ୍ୟାଙ୍କଗୁଡ଼ିକରେ ଜମା ରଖିବା ନିମନ୍ତେ ସରକାରୀ ବାବୁମାନେ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଘରୋଇ ବ୍ୟାଙ୍କ ପରିବର୍ତ୍ତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବାକୁ ସେ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ବିଚ୍‌ ରାସ୍ତାରେ ଯୁବକଙ୍କ ଉପରକୁ ଗୁଳିମାଡ଼, ଦୁର୍ବୃତ୍ତ ଅଟକ

ରାଜ୍ୟରେ ଚାଷୀମାନଙ୍କୁ ଯେତିକି ଅର୍ଥ ଋଣ ପ୍ରଦାନ କରାଯାଉଛି ତାହାର ସିଂହଭାଗ ସମବାୟବ୍ୟାଙ୍କ ପ୍ରଦାନ କରୁଛି। ମୋଟ ଋଣର ପ୍ରାୟ ୫୦%ରୁ ଊର୍ଦ୍ଧ୍ବ କେବଳ ସମବାୟ ବ୍ୟାଙ୍କ ମଞ୍ଜୁର କରୁଛି। ଅନୁରୂପ ଭାବରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ୫୫% ରହିଥିବାବେଳେ ଘରୋଇ ବ୍ୟାଙ୍କଗୁଡ଼ିକ ଏ କ୍ଷେତ୍ରରେ ମାତ୍ର ୧୫.୫୪% ସଫଳତା ହାସଲ କରିଛନ୍ତି। ତେଣୁ ଘରୋଇ ବ୍ୟାଙ୍କ ପରିବର୍ତ୍ତେ ସରକାରୀ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବା ନିମନ୍ତେ ଅନେକ ସମୟରେ ମତ ପ୍ରକାଶ ପାଇ ଆସୁଛି।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ

ଅତୀତରେ ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ଜମାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରି ସରକାରୀ ଅର୍ଥ ନିଜ ବ୍ୟାଙ୍କରେ ଜମା ରଖିବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ପ୍ରକାର ଉପହାର, ବିଦେଶ ଭ୍ରମଣ ପ୍ରଲୋଭନ ଦେଇ ନିଜର ଜମାରାଶି ବୃଦ୍ଧି କରିବାରେ ସକ୍ଷମ ହେଉଥିବା ଘରୋଇ ବ୍ୟାଙ୍କଗୁଡ଼ିକ ସରକାରଙ୍କ କାର୍ଯ୍ୟକ୍ରମରେ କମ୍‍ ସହଯୋଗ କରୁଛନ୍ତି। ଏ ପ୍ରକାର ଅନେକ ଅଭିଯୋଗ ଅତୀତରେ ଆସିଛି। ଏଥିପାଇଁ କିଛି ବରିଷ୍ଠ ଅଧିକାରୀ ଏପରିକି କିଛି ଆଇଏଏସ୍‍ ଅଧିକାରୀ ମଧ୍ୟ ବିବାଦୀୟ ହୋଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନର ଶିକାର ମଧ୍ୟ ହୋଇଛନ୍ତି। ଏହା ସତ୍ତ୍ବେ ଘରୋଇ ବ୍ୟାଙ୍କଗୁଡ଼ିକରେ ସରକାରୀ ଅର୍ଥ ଜମା ରଖିବା ନେଇ ଯେଉଁ ପରମ୍ପରା ଚାଲି ଆସିଛି ତାହା ବନ୍ଦ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ମୁଖ୍ୟ ସଚିବ ଏହି ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ପ୍ରକଟ କରିବା ସହ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ସରକାରୀ ଅର୍ଥ ଜମା ରଖିବା ନେଇ ନିର୍ଦ୍ଦିଷ୍ଟ ପରାମର୍ଶ ପ୍ରଦାନ କରିଛନ୍ତି। ଯେଉଁ ବ୍ୟାଙ୍କଗୁଡ଼ିକ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ସହଯୋଗ କରୁଛନ୍ତି ସେହି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ସରକାରୀ କାର୍ଯ୍ୟକ୍ରମ ବାବଦ ଅର୍ଥ ଏବଂ କେନ୍ଦ୍ରୀୟ ଅନୁଦାନ ରାଶି ଜମା ରଖିବା ନିମନ୍ତେ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର