ମନୋରଞ୍ଜନ
ପରୀକ୍ଷା ଓ ପରୀକ୍ଷଣର ବର୍ଷ ୨୦୨୨
ଭୁବନେଶ୍ୱର: ସମୟସ୍ରୋତରେ ବହି ଯାଇଛି ଘଟଣାବହୁଳ ୨୦୨୧। ସମୟ ସ୍ମୃତିରେ ବନ୍ଦୀ ହୋଇ ଯାଇଛି ଅନେକ ଅଲିଭା କାହାଣୀ, ଅପାସୋରା ସ୍ମୃତି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ୨୦୨୧ ର ଆନନ୍ଦ, ଯନ୍ତ୍ରଣା, ବ୍ୟଥାକୁ ଅତିକ୍ରମ କରି ନୂଆ ସ୍ୱପ୍ନକୁ ସାକାର କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ସତ୍ତ୍ବେ ୨୦୨୨ ଯେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଆହ୍ୱାନର ବର୍ଷ ହେବ ତାହା କେହି ଅସ୍ୱୀକାର କରିନାହାନ୍ତି। ବିଗତ ବର୍ଷର ଆହ୍ୱାନକୁ କିଏ […]
ଭୁବନେଶ୍ୱର: ସମୟସ୍ରୋତରେ ବହି ଯାଇଛି ଘଟଣାବହୁଳ ୨୦୨୧। ସମୟ ସ୍ମୃତିରେ ବନ୍ଦୀ ହୋଇ ଯାଇଛି ଅନେକ ଅଲିଭା କାହାଣୀ, ଅପାସୋରା ସ୍ମୃତି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ୨୦୨୧ ର ଆନନ୍ଦ, ଯନ୍ତ୍ରଣା, ବ୍ୟଥାକୁ ଅତିକ୍ରମ କରି ନୂଆ ସ୍ୱପ୍ନକୁ ସାକାର କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ସତ୍ତ୍ବେ ୨୦୨୨ ଯେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଆହ୍ୱାନର ବର୍ଷ ହେବ ତାହା କେହି ଅସ୍ୱୀକାର କରିନାହାନ୍ତି। ବିଗତ ବର୍ଷର ଆହ୍ୱାନକୁ କିଏ କେଉଁପ୍ରକାର ମୁକାବିଲା କରିଛନ୍ତି, କେତେ ସଫଳ ହୋଇଛନ୍ତି ତାହାର ଆକଳନ ଦଳୀୟସ୍ତରରେ ହେବ ବା ନ ହେବ ତାହା ଭିନ୍ନ କଥା; ମାତ୍ର ସବୁ ଦଳଗୁଡ଼ିକୁ ଆଗାମୀ ଦିନରେ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ତିନି ଦଳ ପାଇଁ ଅତ୍ୟନ୍ତ କଠିନ ସମୟ ହେବ। ପଞ୍ଚାୟତ ନିର୍ବାଚନ, ପୌର ଓ ମହାନଗର ନିର୍ବାଚନ ସହ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ହେବାକୁଥିବା ବିଧାନସଭା ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିବ।
ଏହା ବ୍ୟତୀତ ଆଉ ଦୁଇ ବର୍ଷ ପରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ୨୦୨୨ ତିନି ଦଳ ପାଇଁ ପରୀକ୍ଷା ଓ ପରୀକ୍ଷଣର ବର୍ଷ ପାଲଟିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ୨୦୨୧ରେ ବିଜେଡି ବିଭିନ୍ନ କ୍ଷେତ୍ରରେ ବିପୁଳ ସଫଳତା ପାଇଛି। ଲୋକହିତକର ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାର ପ୍ରଶଂସିତ ହୋଇଛନ୍ତି; ଅନୁରୂପ ଭାବରେ ବିଭିନ୍ନ ନିର୍ବାଚନରେ ସଫଳତା ଦଳକୁ ଅଧିକ ସଂଗଠିତ କରିଛି। ଦଳର ଈର୍ଷଣୀୟ ସଫଳତା ବିରୋଧୀଙ୍କ ନିଦ ହଜାଇ ଦେଇଛି। ବିଭିନ୍ନ ଉପନିର୍ବାଚନରେ ଦଳ ବିପୁଳ ସଫଳତା ପାଇଛି। ସାଙ୍ଗଠନିକ କ୍ଷେତ୍ରରେ ଦଳ ଦୃଢ଼ୀଭୂତ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସରକାର ମଧ୍ୟ ଲୋକଙ୍କର ଅଧିକ ନିକଟତର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳି ଦାୟିତ୍ୱ ନେବା ପରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ, ମଠ-ମନ୍ଦିର ସୁରକ୍ଷା, ଶ୍ରୀ ମନ୍ଦିର ପରିକ୍ରମା, ବିଭିନ୍ନ ଧାର୍ମିକ ସ୍ଥଳୀର ନବକଳେବରକୁ ପ୍ରାଥମିକତା ଦେଇଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଏସ୍କେୱାଇ କାର୍ଡ, ସ୍କୁଲ ରୂପାନ୍ତରଣ, ଗ୍ରାମାଞ୍ଚଳରେ ପିଇବା ପାଣି, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାରୀ, ଘର ମରାମତି ସହାୟତା ପ୍ରଦାନକୁ ପ୍ରାଧାନ୍ୟ ଦେଇଛନ୍ତି। ଏହା ଆଧାରରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ, ପୌର ଏବଂ ବ୍ରଜରାଜନଗର ଉପନିର୍ବାଚନ ଜିତି ବିଜେଡି ନିଜର ପତିଆରା ଆହୁରି ଦୃଢ଼ୀଭୂତ କରିବାକୁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି। ଗତ ଦଶନ୍ଧି ମଧ୍ୟରେ ବିଜେଡି କେବଳ ସାଧାରଣ ବା ବିଧାନସଭା ନିର୍ବାଚନରେ ନୁହେଁ, ଉପନିର୍ବାଚନରେ ଅପରାଜେୟ ରହିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ବିଜେଡିର ମାଲିକ ବୋଲି ଘୋଷଣା କରିଛନ୍ତି; ଦଳର କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ଲୋକଙ୍କ ସେବା କରିବାକୁ ନିର୍ଦେଶ ଦେଇଛନ୍ତି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ଦଳ ଅଧିକ ସଂଗଠିତ ହେବାରେ ଲାଗିଛି। ତେଣୁ ଓଡ଼ିଶା ଗଠନ ଶତବାର୍ଷିକୀ ୨୦୩୬ବେଳକୁ ଓଡ଼ିଶାକୁ ଦେଶର ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ରଖିଥିବା ଲକ୍ଷ୍ୟ ୨୦୨୨ରୁ ଆରମ୍ଭ କରିବ ବୋଲି କୁହାଯାଉଛି।
ରାଜ୍ୟ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ୨୦୨୧ କୌଣସି ବିରାଟ ସଫଳତା ଆଣିପାରିନାହିଁ। ବିଜେପି ପ୍ରଥମ ଥର ପାଇଁ କୋର କମିଟି ଗଠନ କରିଛି। ୨୦୧୭ର ପଞ୍ଚାୟତ ନିର୍ବାଚନରେ ବିଜେପି ଅପ୍ରତ୍ୟାଶିତ ସଫଳତା ପାଇବା ସହ ଆଶାଠାରୁ ଅଧିକ ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା। ଏପରିକି ୮ଟି ଜିଲ୍ଲାରେ ଦଳ ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେହି ସଫଳତା ବଜାୟ ରଖିବା ଦଳ ପାଇଁ ସମ୍ଭବ ହୋଇନାହିଁ। ବିଧାନସଭାରେ ଦଳ ମାତ୍ର ୨୩ଟି ଆସନ ମଧ୍ୟରେ ସୀମିତ ରହିଛି। ବିଜେପୁର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ରହିନାହିଁ। ବାଲେଶ୍ୱର ଉପନିର୍ବାଚନରେ ଦଳ ଗୋଟିଏ ଆସନ ହରାଇଛି। ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସେହି ସଫଳତା ବଜାୟ ରଖିବା ହିଁ ଦଳର ପ୍ରମୁଖ ଆହ୍ୱାନ ହେବ। ପୌର ନିର୍ବାଚନରେ ବିଜେପି ଏକାକୀ ପୂର୍ବରୁ କୌଣସି ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ। ତେଣୁ ସମ୍ଭାବ୍ୟ ପୌର ନିର୍ବାଚନରେ ଛାପ ଛାଡିବା ସହ ବ୍ରଜରାଜନଗର ଉପନିର୍ବାଚନରେ ଭଲ ଫଳ କରିବା ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ। ପୁନଶ୍ଚ ଦଳରେ ପୁରୁଣା ଓ ନୂଆ କର୍ମୀଙ୍କ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ ଓ ଗୋଷ୍ଠୀ କନ୍ଦଳ ଦୂର ନ ହେଲେ ତାହା ଭବିଷ୍ୟତରେ ଘାତକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ଏହି କାରଣରୁ ବହୁ କର୍ମୀ ଓ ନେତା ଇତିମଧ୍ୟରେ ଦଳ ଛାଡ଼ି ସାରିଛନ୍ତି। ତେଣୁ ଦଳକୁ ଏକାଠି କରି ରଖିବା ଦଳୀୟ ନେତୃତ୍ୱ ପାଇଁ ସର୍ବାଧିକ ଗୁରୁତ୍ୱ ବହନ କରିବ।
ତୁଳନାତ୍ମକ ଭାବରେ ବିଜେଡି ଓ ବିଜେପି ଅପେକ୍ଷା ୨୦୨୨ ସବୁଠାରୁ ଅଧିକ କଷ୍ଟକର ସମୟ ଦେଇ କଂଗ୍ରେସ ଗତି କରିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି। ଦଳର ସ୍ଥିତି ଗତ ୨୦ ବର୍ଷ ହେଲା ନିୟମିତ ନିମ୍ନଗାମୀ ହେବାରେ ଲାଗିଛି। ଲୋକସଭା, ବିଧାନସଭା, ଜିଲ୍ଲା ପରିଷଦ ନିର୍ବାଚନଗୁଡ଼ିକରେ ଦଳର ପ୍ରଦର୍ଶନ ଆଦୌ ଉଲ୍ଲେଖନୀୟ ରହିନାହିଁ। ଦଳର ଭୋଟ ବ୍ୟାଙ୍କ ଲୋପ ପାଇ ଯାଇଛି। ଭୋଟ ହାର ହ୍ରାସ ପାଇ ୧୨ରୁ ୧୩% ମଧ୍ୟରେ ସୀମିତ ରହିଛି। ଏପରି କ୍ଷେତ୍ରରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପୂର୍ବ ସ୍ଥିତି ସୁଧାରିବା ସହ ସାଙ୍ଗଠନିକ ସ୍ଥିତି ମଜଭୁତ୍ କରିବା କଂଗ୍ରେସ ପାଇଁ ପ୍ରାଥମିକତା ହେବ। ୨୦୧୮ରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିଯୁକ୍ତ କରାଯିବା ପରେ ୨୦୨୧ରେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା ଜୋର ଧରିଥିଲା। କଂଗ୍ରେସର ବହୁ ପୂର୍ବତନ ବିଧାୟକ, ଏମ୍ପି ଏବଂ କାର୍ଯ୍ୟକାରୀ ସଭାପତି ଦଳ ଛାଡ଼ି ଚାଲି ଯାଇଥିଲେ। ତେଣୁ ୨୦୨୨ରେ ନେତାମାନଙ୍କ ଦଳତ୍ୟାଗ କରିବାର ଏହି ଧାରାରେ ଅଙ୍କୁଶ ଲଗାଇବା ଦଳୀୟ ନେତୃତ୍ୱ ପାଇଁ ଚାଲେଞ୍ଜ ହେବ। ଡକ୍ଟର ଚେଲ୍ଲା କୁମାରଙ୍କ ଗସ୍ତ କଂଗ୍ରେସକୁ କେବଳ ଗଣମାଧ୍ୟମରେ ସୀମିତ ରଖିଛି, ଏହାଦ୍ୱାରା ଦଳ ଭୋଟ ରାଜନୀତିରେ ଫାଇଦା ପାଇବ ଏ ବିଶ୍ୱାସ ସାଧାରଣ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇନାହିଁ। ଓଡ଼ିଶାକୁ ଯଥେଷ୍ଟ ସମୟ ଦେଇ ପାରୁ ନ ଥିବା ଚେଲ୍ଲା କୁମାରଙ୍କୁ ପଶ୍ଚିମ ବଙ୍ଗ ପିସିସି ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପାଇଁ ୨୦୨୨ କେବଳ କଣ୍ଟିକତ ନୁହେଁ, ସବୁଠାରୁ ଆହ୍ୱାନପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।