ମାଓ ଇଲାକାରେ ପଞ୍ଚାୟତ ନିର୍ବାଚନ : ନକ୍ସା ପ୍ରସ୍ତୁତ କରୁଛି ପୁଲିସ

The Sakala Picture
Published On

ଭୁବନେଶ୍ୱର : ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଉଛି; ଆଉ ଦିନ କେଇଟା ପରେ ହେବ ପଞ୍ଚାୟତ ନିର୍ବାଚନ। ମାତ୍ର ମାଓ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ଭଣ୍ଡୁର କରିବା ଏବଂ ଅଘଟଣ ଘଟାଇବା ନିମନ୍ତେ ମାଓବାଦୀମାନେ ଯୋଜନା ପ୍ରସ୍ତୁତ କରୁଥିବା ଖବର ପୁଲିସ ନିକଟରେ ପହଞ୍ଚିଛି। ବିଗତ ଦିନରେ ନିର୍ବାଚନ ସମୟରେ ମାଓବାଦୀମାନେ ଅନେକ ହିଂସା ଘଟାଇଛନ୍ତି। ଏପରିକି ବୁଥ୍‍ ଦାୟିତ୍ୱରେ ଥିବା ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ଅପହରଣ କରିବାର ନଜିର ରହିଛି। ବୁଥ୍‍ରେ ପଶି […]

ଭୁବନେଶ୍ୱର : ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଉଛି; ଆଉ ଦିନ କେଇଟା ପରେ ହେବ ପଞ୍ଚାୟତ ନିର୍ବାଚନ। ମାତ୍ର ମାଓ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ଭଣ୍ଡୁର କରିବା ଏବଂ ଅଘଟଣ ଘଟାଇବା ନିମନ୍ତେ ମାଓବାଦୀମାନେ ଯୋଜନା ପ୍ରସ୍ତୁତ କରୁଥିବା ଖବର ପୁଲିସ ନିକଟରେ ପହଞ୍ଚିଛି। ବିଗତ ଦିନରେ ନିର୍ବାଚନ ସମୟରେ ମାଓବାଦୀମାନେ ଅନେକ ହିଂସା ଘଟାଇଛନ୍ତି। ଏପରିକି ବୁଥ୍‍ ଦାୟିତ୍ୱରେ ଥିବା ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ଅପହରଣ କରିବାର ନଜିର ରହିଛି। ବୁଥ୍‍ରେ ପଶି ବନ୍ଧୁକ ମୁନରେ ସେମାନେ ଭୋଟ୍‍ ବାକ୍ସକୁ ଲୁଟି ଥିବା ଘଟଣା ବିରଳ ନୁହେଁ। ତେଣୁ ମାଓ ପ୍ରଭାବିତ ଅଞ୍ଚଳରେ ଯେପରି ଶାନ୍ତି ଶୃଙ୍ଖଳାରେ ପଞ୍ଚାୟତ ନିର୍ବାଚନ ହେବ ସେଥିଲାଗି ଓଡ଼ିଶା ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ସବୁ ଥର ପରି ଏଥର ନୂଆ ଧରଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ବୁଥ୍‍ଗୁଡିକ ସମ୍ବେଦନଶୀଳ ସେହି ଅଞ୍ଚଳରୁ ପ୍ରଥମେ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରାଯାଉଛି ଏବଂ ସେହି ଆଧାରରେ ସେଠାରେ ସୁରକ୍ଷା ଗ୍ରହଣ କରାଯିବ। ଗତ କିଛି ବର୍ଷ ହେବ ଓଡ଼ିଶା ପୁଲିସ ମାଓବାଦୀଙ୍କ ଉପରେ ଭାରି ପଡ଼ିଛି। ତେଣୁ ମାଓବାଦୀମାନେ ଏଥର ନଜର ପତିଆରା ଦେଖାଇବା ପାଇଁ କିଛି ବଡଧରଣର ଅଘଟଣ ଘଟାଇବା ଲକ୍ଷ୍ୟରେ ଥିବା କୁହାଯାଉଛି। ଏହାକୁ ନଜରରେ ରଖି ପୁଲିସ ଡିଜି ସୁନୀଲ ବଂଶଲ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଥମ ଥର ନୂଆପଡ଼ା ଆଉ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରି ପଞ୍ଚାୟତ ନିର୍ବାଚନ ସମୟରେ କିଭଳି ଆଇନ୍‍ ଶୃଙ୍ଖଳା ବଜାର ରହିବ ସେନେଇ ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଜାନୁଆରୀ ୨ରେ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଛତିଶଗଡ଼଼ ଏସ୍‍ଟିଏଫକୁ ଚକ୍‍ମା ଦେଇଥିଲେ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଗୁଳି ବିନିମୟ ହୋଇଥିଲା। କିନ୍ତୁ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏସ୍‍ଟିଏଫ ଆଗକୁ ବଢ଼ିପାରିନଥିଲା। ଏହି ମଉକାରେ ମାଓବାଦୀମାନେ ଭୟରେ ଓଡ଼ିଶାକୁ ପଳାଇ ଆସିଥିଲେ। ଏମାନଙ୍କୁ ସାବାଡ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରି ଦୁଇଥର ଅପରେସନ୍‍ ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ। ମାତ୍ର ପଞ୍ଚାୟତ ନିର୍ବାଚନରେ ମାଓବାଦୀ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରିଥିବା ଗୁଇନ୍ଦା ତଥ୍ୟ ଦେଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ନକ୍ସଲମାନଙ୍କ ହାତରେ ଏବେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ରକେଟ୍‍ ଲଞ୍ଚର, ଏକେ-୪୭, ଗ୍ରେନେଡ୍‍ ଭଳି ଅନେକ ମାରାଣାସ୍ତ୍ର ସେମାନଙ୍କ ପାଖରେ ଥାଇପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ପୂର୍ବ ଆକ୍ରମଣରେ ପୁଲିସ ଉପରକୁ ସେମାନେ ଘନଘନ ରକେଟ୍‍ ମାଡ଼ କରିଥିଲେ। ତେଣୁ ବର୍ତ୍ତମାନ ପୁଲିସ ପାଇଁ ଏହା ଆହ୍ୱାନ ହୋଇଛି। ପୁଣିି ଜଙ୍ଗଲରେ ମାଟିତଳେ ପୋତି ରଖିଥିବା ଗ୍ରେନେଡ୍‍ ମଧ୍ୟ ପୁଲିସ ପାଇଁ ସମସ୍ୟା ପାଲଟିଛି। ଏହି ପରିପ୍ରେକ୍ଷୀରେ ସେମାନେ ଅଘଟଣ ଘଟାଇବା ପୂର୍ବରୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ଜବତ କରିବା ପୁଲିସ ଯୋଜନା କରୁଛି। ଏଥିଲାଗି ଏକ ବଡ଼ ଧରଣର ଅପରେସନ୍‍ କରାଯିବ ବୋଲି କୁହାଯାଉଛି। ଏପରିକି ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗ ନେଇଛି। ଯଦି ସେମାନଙ୍କ ଅଞ୍ଚଳରେ ମାଓବାଦୀଙ୍କ ସମ୍ପର୍କରେ କିଛି ସୂଚନା ମିଳେ, କିମ୍ବା କିଛି ବଡ଼ଧରଣର ଅଘଟଣ ପାଇଁ ଯୋଜନା କରୁଥିଲେ ସେନେଇ ସୂଚନା ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଓଡ଼ିଶାରେ ଏବେ ମୁଖ୍ୟତଃ ମାଓବାଦୀଙ୍କର ୩ଟି ଗୋଷ୍ଠୀ ସକ୍ରିୟ ରହିଛି। ପ୍ରାୟ ୯ଟି ଡିଭିଜନ୍‍ ଅଧିନରେ ୨୫୮ ପାଖାପାଖି ନକ୍ସଲ ସକ୍ରିୟ ଅଛନ୍ତି। ଓଡ଼ିଶା ରାଜ୍ୟ କମିଟି ଅଧୀନରେ ୫ଟି, ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନ୍‍ କମିଟି ଅଧିନରେ ୨ଟି ଓ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ୍‍ କମିଟି ଅଧୀନରେ ୨ଟି ଡିଭିଜନ୍‍ କାର୍ଯ୍ୟ କରୁଛି। ମାତ୍ର ୨୩ଜଣ ଓଡ଼ିଶା କ୍ୟାଡରକୁ ବାଦ ଦେଲ ବାକି ସବୁ ଅନ୍ୟ ରାଜ୍ୟର। ଓଡ଼ିଶାରେ ଅଧିକାଂଶ ଛତିଶଗଡ଼଼ ନକ୍ସଲ ଅଛନ୍ତି। ସେମାନଙ୍କ ସଂଖ୍ୟା ୧୮୭ ବୋଲି କୁହାଯାଉଛି। ସେହିପରି ଆନ୍ଧ୍ରପ୍ରଦେଶ ୧୮, ତେଲଙ୍ଗାନା ୧୨, ଝାଡ଼ଖଣ୍ଡ ୧୧, ମହାରାଷ୍ଟ୍ର୪ ଏବଂ ପଶ୍ଚିମବଙ୍ଗର ଜଣେ ନକ୍ସଲ ସକ୍ରିୟ ଥିବା ସୂଚନାମିଳିଛି। ତେଣୁ ଏହି ସବୁ ଅଣଓଡ଼ିଆ ମାଓବାଦୀମାନେ ନିର୍ବାଚନରେ ହିଂସା ଘଟାଇବାର ଯୋଜନା ରଖିଥିବା କୁହାଯାଉଛି।

17 Jan 2022 By The Sakala

ମାଓ ଇଲାକାରେ ପଞ୍ଚାୟତ ନିର୍ବାଚନ : ନକ୍ସା ପ୍ରସ୍ତୁତ କରୁଛି ପୁଲିସ

ଭୁବନେଶ୍ୱର : ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଉଛି; ଆଉ ଦିନ କେଇଟା ପରେ ହେବ ପଞ୍ଚାୟତ ନିର୍ବାଚନ। ମାତ୍ର ମାଓ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ଭଣ୍ଡୁର କରିବା ଏବଂ ଅଘଟଣ ଘଟାଇବା ନିମନ୍ତେ ମାଓବାଦୀମାନେ ଯୋଜନା ପ୍ରସ୍ତୁତ କରୁଥିବା ଖବର ପୁଲିସ ନିକଟରେ ପହଞ୍ଚିଛି। ବିଗତ ଦିନରେ ନିର୍ବାଚନ ସମୟରେ ମାଓବାଦୀମାନେ ଅନେକ ହିଂସା ଘଟାଇଛନ୍ତି। ଏପରିକି ବୁଥ୍‍ ଦାୟିତ୍ୱରେ ଥିବା ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ଅପହରଣ କରିବାର ନଜିର ରହିଛି। ବୁଥ୍‍ରେ ପଶି ବନ୍ଧୁକ ମୁନରେ ସେମାନେ ଭୋଟ୍‍ ବାକ୍ସକୁ ଲୁଟି ଥିବା ଘଟଣା ବିରଳ ନୁହେଁ। ତେଣୁ ମାଓ ପ୍ରଭାବିତ ଅଞ୍ଚଳରେ ଯେପରି ଶାନ୍ତି ଶୃଙ୍ଖଳାରେ ପଞ୍ଚାୟତ ନିର୍ବାଚନ ହେବ ସେଥିଲାଗି ଓଡ଼ିଶା ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ସବୁ ଥର ପରି ଏଥର ନୂଆ ଧରଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ବୁଥ୍‍ଗୁଡିକ ସମ୍ବେଦନଶୀଳ ସେହି ଅଞ୍ଚଳରୁ ପ୍ରଥମେ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରାଯାଉଛି ଏବଂ ସେହି ଆଧାରରେ ସେଠାରେ ସୁରକ୍ଷା ଗ୍ରହଣ କରାଯିବ। ଗତ କିଛି ବର୍ଷ ହେବ ଓଡ଼ିଶା ପୁଲିସ ମାଓବାଦୀଙ୍କ ଉପରେ ଭାରି ପଡ଼ିଛି। ତେଣୁ ମାଓବାଦୀମାନେ ଏଥର ନଜର ପତିଆରା ଦେଖାଇବା ପାଇଁ କିଛି ବଡଧରଣର ଅଘଟଣ ଘଟାଇବା ଲକ୍ଷ୍ୟରେ ଥିବା କୁହାଯାଉଛି। ଏହାକୁ ନଜରରେ ରଖି ପୁଲିସ ଡିଜି ସୁନୀଲ ବଂଶଲ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଥମ ଥର ନୂଆପଡ଼ା ଆଉ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରି ପଞ୍ଚାୟତ ନିର୍ବାଚନ ସମୟରେ କିଭଳି ଆଇନ୍‍ ଶୃଙ୍ଖଳା ବଜାର ରହିବ ସେନେଇ ସମୀକ୍ଷା କରିଛନ୍ତି।

ଜାନୁଆରୀ ୨ରେ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଛତିଶଗଡ଼଼ ଏସ୍‍ଟିଏଫକୁ ଚକ୍‍ମା ଦେଇଥିଲେ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଗୁଳି ବିନିମୟ ହୋଇଥିଲା। କିନ୍ତୁ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏସ୍‍ଟିଏଫ ଆଗକୁ ବଢ଼ିପାରିନଥିଲା। ଏହି ମଉକାରେ ମାଓବାଦୀମାନେ ଭୟରେ ଓଡ଼ିଶାକୁ ପଳାଇ ଆସିଥିଲେ। ଏମାନଙ୍କୁ ସାବାଡ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରି ଦୁଇଥର ଅପରେସନ୍‍ ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ। ମାତ୍ର ପଞ୍ଚାୟତ ନିର୍ବାଚନରେ ମାଓବାଦୀ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରିଥିବା ଗୁଇନ୍ଦା ତଥ୍ୟ ଦେଇଛି।

ନକ୍ସଲମାନଙ୍କ ହାତରେ ଏବେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ରକେଟ୍‍ ଲଞ୍ଚର, ଏକେ-୪୭, ଗ୍ରେନେଡ୍‍ ଭଳି ଅନେକ ମାରାଣାସ୍ତ୍ର ସେମାନଙ୍କ ପାଖରେ ଥାଇପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ପୂର୍ବ ଆକ୍ରମଣରେ ପୁଲିସ ଉପରକୁ ସେମାନେ ଘନଘନ ରକେଟ୍‍ ମାଡ଼ କରିଥିଲେ। ତେଣୁ ବର୍ତ୍ତମାନ ପୁଲିସ ପାଇଁ ଏହା ଆହ୍ୱାନ ହୋଇଛି। ପୁଣିି ଜଙ୍ଗଲରେ ମାଟିତଳେ ପୋତି ରଖିଥିବା ଗ୍ରେନେଡ୍‍ ମଧ୍ୟ ପୁଲିସ ପାଇଁ ସମସ୍ୟା ପାଲଟିଛି। ଏହି ପରିପ୍ରେକ୍ଷୀରେ ସେମାନେ ଅଘଟଣ ଘଟାଇବା ପୂର୍ବରୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ଜବତ କରିବା ପୁଲିସ ଯୋଜନା କରୁଛି। ଏଥିଲାଗି ଏକ ବଡ଼ ଧରଣର ଅପରେସନ୍‍ କରାଯିବ ବୋଲି କୁହାଯାଉଛି। ଏପରିକି ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗ ନେଇଛି। ଯଦି ସେମାନଙ୍କ ଅଞ୍ଚଳରେ ମାଓବାଦୀଙ୍କ ସମ୍ପର୍କରେ କିଛି ସୂଚନା ମିଳେ, କିମ୍ବା କିଛି ବଡ଼ଧରଣର ଅଘଟଣ ପାଇଁ ଯୋଜନା କରୁଥିଲେ ସେନେଇ ସୂଚନା ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଓଡ଼ିଶାରେ ଏବେ ମୁଖ୍ୟତଃ ମାଓବାଦୀଙ୍କର ୩ଟି ଗୋଷ୍ଠୀ ସକ୍ରିୟ ରହିଛି। ପ୍ରାୟ ୯ଟି ଡିଭିଜନ୍‍ ଅଧିନରେ ୨୫୮ ପାଖାପାଖି ନକ୍ସଲ ସକ୍ରିୟ ଅଛନ୍ତି। ଓଡ଼ିଶା ରାଜ୍ୟ କମିଟି ଅଧୀନରେ ୫ଟି, ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନ୍‍ କମିଟି ଅଧିନରେ ୨ଟି ଓ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ୍‍ କମିଟି ଅଧୀନରେ ୨ଟି ଡିଭିଜନ୍‍ କାର୍ଯ୍ୟ କରୁଛି। ମାତ୍ର ୨୩ଜଣ ଓଡ଼ିଶା କ୍ୟାଡରକୁ ବାଦ ଦେଲ ବାକି ସବୁ ଅନ୍ୟ ରାଜ୍ୟର। ଓଡ଼ିଶାରେ ଅଧିକାଂଶ ଛତିଶଗଡ଼଼ ନକ୍ସଲ ଅଛନ୍ତି। ସେମାନଙ୍କ ସଂଖ୍ୟା ୧୮୭ ବୋଲି କୁହାଯାଉଛି। ସେହିପରି ଆନ୍ଧ୍ରପ୍ରଦେଶ ୧୮, ତେଲଙ୍ଗାନା ୧୨, ଝାଡ଼ଖଣ୍ଡ ୧୧, ମହାରାଷ୍ଟ୍ର୪ ଏବଂ ପଶ୍ଚିମବଙ୍ଗର ଜଣେ ନକ୍ସଲ ସକ୍ରିୟ ଥିବା ସୂଚନାମିଳିଛି। ତେଣୁ ଏହି ସବୁ ଅଣଓଡ଼ିଆ ମାଓବାଦୀମାନେ ନିର୍ବାଚନରେ ହିଂସା ଘଟାଇବାର ଯୋଜନା ରଖିଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର