କଳିଙ୍ଗା ଘାଟିରେ ବଢୁଥିବା ଦୁର୍ଘଟଣାକୁ ନେଇ ତତ୍ପର ହେଲା ପରିବହନ ବିଭାଗ : ଏଣିକି ରାଜ୍ୟ ବାହାର ଗାଡିକୁ କଳିଙ୍ଗା ଘାଟି ମନା

The Sakala Picture
Published On

ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ଘାଟି ରାସ୍ତାକୁ ଠିକ ଭାବେ ଜାଣିପାରୁନାହାନ୍ତି। ଯାହା ଫଳରେ ସେମାନେ […]

ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ଘାଟି ରାସ୍ତାକୁ ଠିକ ଭାବେ ଜାଣିପାରୁନାହାନ୍ତି। ଯାହା ଫଳରେ ସେମାନେ ଘାଟି ରାସ୍ତାରେ ଗାଡିକୁ ଦ୍ରୁତ ଗତିରେ ନେଇଛନ୍ତି। ଘାଟିର ଅଙ୍କା-ବଙ୍କା ରାସ୍ତରେ ବେଗ ନିୟନ୍ତ୍ରଣ କରିନପାରି ଦୁର୍ଘଟଣା ଘଟାଉଛନ୍ତି। ଦୁର୍ଘଟଣା ଫଳରେ ବହୁ ଜନ-ଜୀବନ ହାନୀ ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ତେବେ ବାରମ୍ବାର କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ। ଏଣିକି ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ଘାଟି ରାସ୍ତାରେ ଯିବାକୁ ଦିଆଯିବ ନାହିଁ। ଜିଲ୍ଲା ସୀମାରେ ଚେକିଂ ବ୍ଲକିଂକୁ ବ୍ୟାପକ କରାଯିବ। ବାହାର ରାଜ୍ୟର ଗାଡି ଯିବାକୁ ଚାହିଁଲେ, ବିପଦଜନକ ଘାଟି ରାସ୍ତାରେ ସେମାନଙ୍କୁ ଯିବାକୁ ଦିଆ ଯିବନାହିଁ। ଅନ୍ୟ ରାସ୍ତା ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗତକାଲି ପଶ୍ଚିମବଙ୍ଗ ନମ୍ବର ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବରୁ ଗୁଜୁରାଟ ନମ୍ବରର ଗାଡି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଧନଜୀବନ ହାନି ଘଟିଥିଲା ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

25 May 2022 By The Sakala

କଳିଙ୍ଗା ଘାଟିରେ ବଢୁଥିବା ଦୁର୍ଘଟଣାକୁ ନେଇ ତତ୍ପର ହେଲା ପରିବହନ ବିଭାଗ : ଏଣିକି ରାଜ୍ୟ ବାହାର ଗାଡିକୁ କଳିଙ୍ଗା ଘାଟି ମନା

ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ଘାଟି ରାସ୍ତାକୁ ଠିକ ଭାବେ ଜାଣିପାରୁନାହାନ୍ତି। ଯାହା ଫଳରେ ସେମାନେ ଘାଟି ରାସ୍ତାରେ ଗାଡିକୁ ଦ୍ରୁତ ଗତିରେ ନେଇଛନ୍ତି। ଘାଟିର ଅଙ୍କା-ବଙ୍କା ରାସ୍ତରେ ବେଗ ନିୟନ୍ତ୍ରଣ କରିନପାରି ଦୁର୍ଘଟଣା ଘଟାଉଛନ୍ତି। ଦୁର୍ଘଟଣା ଫଳରେ ବହୁ ଜନ-ଜୀବନ ହାନୀ ହେଉଛି।

ତେବେ ବାରମ୍ବାର କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ। ଏଣିକି ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ଘାଟି ରାସ୍ତାରେ ଯିବାକୁ ଦିଆଯିବ ନାହିଁ। ଜିଲ୍ଲା ସୀମାରେ ଚେକିଂ ବ୍ଲକିଂକୁ ବ୍ୟାପକ କରାଯିବ। ବାହାର ରାଜ୍ୟର ଗାଡି ଯିବାକୁ ଚାହିଁଲେ, ବିପଦଜନକ ଘାଟି ରାସ୍ତାରେ ସେମାନଙ୍କୁ ଯିବାକୁ ଦିଆ ଯିବନାହିଁ। ଅନ୍ୟ ରାସ୍ତା ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗତକାଲି ପଶ୍ଚିମବଙ୍ଗ ନମ୍ବର ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବରୁ ଗୁଜୁରାଟ ନମ୍ବରର ଗାଡି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଧନଜୀବନ ହାନି ଘଟିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର