ବିଜେଡି ଗଡ଼଼ରେ ଅଣନିଶ୍ୱାସୀ ବିରୋଧୀ

The Sakala Picture
Published On

ଯାଜପୁର : ପଞ୍ଚାୟତ ନିର୍ବାଚନକୁ ନେଇ ଯାଜପୁର ରାଜନୀତି ସରଗରମ। ଅତୀତ ନିର୍ବାଚନଗୁଡ଼ିକରେ ବିଜେଡି ଏଠାରେ ଏକତରଫା ବିଜୟଲାଭ କରି ଆସୁଥିବାବେଳେ ଚଳିତ ନିର୍ବାଚନରେ ବିଜେଡ଼ି ସହ କାହାର ମୁକାବିଲା ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ବିଜେଡିର କ୍ରମାଗତ ବିଜୟ ଜିଲ୍ଲାରେ ବିରୋଧୀଶିବିରକୁ ଏକପ୍ରକାର ବଳହୀନ କରି ଦେଇଛି। ଏହି ସ୍ଥିତିରେ ଅଣନିଃଶ୍ୱାସୀ ବିରୋଧୀ ଦ୍ୱିତୀୟ ସ୍ଥାନ ପାଇଁ ନିଜନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ କରାଯାଉଛି। ଜିଲ୍ଲାର ୩୯ଟି ଜୋନ ରେ ବିଭିନ୍ନ […]

ଯାଜପୁର : ପଞ୍ଚାୟତ ନିର୍ବାଚନକୁ ନେଇ ଯାଜପୁର ରାଜନୀତି ସରଗରମ। ଅତୀତ ନିର୍ବାଚନଗୁଡ଼ିକରେ ବିଜେଡି ଏଠାରେ ଏକତରଫା ବିଜୟଲାଭ କରି ଆସୁଥିବାବେଳେ ଚଳିତ ନିର୍ବାଚନରେ ବିଜେଡ଼ି ସହ କାହାର ମୁକାବିଲା ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ବିଜେଡିର କ୍ରମାଗତ ବିଜୟ ଜିଲ୍ଲାରେ ବିରୋଧୀଶିବିରକୁ ଏକପ୍ରକାର ବଳହୀନ କରି ଦେଇଛି। ଏହି ସ୍ଥିତିରେ ଅଣନିଃଶ୍ୱାସୀ ବିରୋଧୀ ଦ୍ୱିତୀୟ ସ୍ଥାନ ପାଇଁ ନିଜନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ କରାଯାଉଛି। ଜିଲ୍ଲାର ୩୯ଟି ଜୋନ ରେ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ସମର୍ଥନରେ ଲଢିବାକୁ ଜିଲ୍ଲା ପରିଷଦଠାରୁ ନେଇ ଅନ୍ୟାନ୍ୟ ପଦବୀ ପାଇଁ ବହୁ ଦାବିଦାର ରହିଥିବା ଦେଖିବାକୁ ମିଳିଥିଲା। ଯାହା ଦଳ ନେତୃତ୍ୱକୁ ଚିନ୍ତାରେ ପକାଇଥିଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡା ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଂଖ୍ୟାଧିକ ଆଶାୟୀଙ୍କୁ ନେଇ ଦଳ କିଭଳି ପ୍ରାର୍ଥୀ ଚୟନ କରିବ ତାହା ବିଜେଡି ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲାବେଳେ ବହୁ ଉଦ୍ୟମ ପରେ ଦଳ ପ୍ରାର୍ଥୀ ଚୟନ କରିଛି। ହେଲେ ପଞ୍ଚାୟତସ୍ତରରେ କିଛି ସ୍ଥାନରେ ବିଜେଡି ବନ୍ଧୁତ୍ୱପୂର୍ଣ୍ଣ ଲଢେଇର ଦ୍ୱାହି ଦେଇ ଯିଏ ଜିତିବ ସେ ଦଳର ନ୍ୟାୟରେ ଛାଡି ଦେଇଥିବା ଜଣାଯାଇଛି। ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନରେ ଭୋଟ ଲଢୁଥିବାରୁ ଦଳ ଏହି ପ୍ରାର୍ଥୀ ମାନଙ୍କୁ ଗୁରୁତ୍ୱ ଦେବା ସହିତ ଏମାନଙ୍କ ବିଜୟ ପାଇଁ ବଳ କଷିବା ଆରମ୍ଭ କରିଛି। ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୩୯ଟି ଜୋନ ମଧ୍ୟରୁ ବିଜେଡି ୩୩ଟିରେ ବିଜୟୀ ହୋଇଥିଲାବେଳେ ୬ଟି ଜିଲ୍ଲା ପରିଷଦ ଜୋନରେ ବିଜେପି ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ଯାହା ଯାଜପୁର ଜିଲ୍ଲାରେ ବିଜେପିର ବଢ଼ୁଥିବା ପ୍ରଭାବକୁ ସୂଚାଇ ଦେଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ବିଜେପି ପୂର୍ବ ସ୍ଥିତି ରଖିବାରେ ବିଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ବଢ଼ୁଛି କିଶୋରୀ ମାତୃତ୍ୱ ସଂଖ୍ୟା: ବାଲ୍ୟବିବାହ, ଶିକ୍ଷାର ଅଭାବ ମୁଖ୍ୟ କାରଣ

୨୯ ନମ୍ବର ଜୋନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଭାସ୍କର ଜେନା ଶେଷ ମୁହୂର୍ତ୍ତରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦଳକୁ ଅକଳରେ ପକାଇ ଦେଇଛନ୍ତି। ସେହିଦିନ ୪ ନମ୍ବର ଜିଲ୍ଲା ପରିଷଦ ଜୋନର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ଯୁବ ମୋର୍ଚ୍ଚା ସଭାପତି ମଧ୍ୟ ଦଳ ଛାଡି ଦେଇଥିଲେ। ଯାହାକୁ ନେଇ ଜିଲ୍ଲାରେ ବିଜେପି ଲୋକହସା ହେବା ସାର ହୋଇଛି। ଫଳରେ ଦଳ ସବୁ ଜିଲ୍ଲା ପରିଷଦରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇନାହିଁ। ପୁନଶ୍ଚ ଦଳରେ ଗୋଟିଏ ଗୋଷ୍ଠୀ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିଲାବେଳେ ଦଳ କିଭଳି ଭୋଟରଙ୍କୁ ସମ୍ମୁଖୀନ ହେବ ତାହା ଚିନ୍ତାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଜିଲ୍ଲାର କିଛି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ କଂଗ୍ରେସର ରାଜନୈତିକ ଗତିବିଧି ଶୂନ୍ୟ ପ୍ରାୟ। ଏହା ସତ୍ୱେ ନିର୍ବାଚନ ରଣାଙ୍ଗନରେ ବଳ ଦେଖାଇବାକୁ ଦଳ ଅଣ୍ଟା ଭିଡ଼ିଛି।

ଆହୁରି ପଢ଼ନ୍ତୁ: ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....

ସଶକ୍ତ ବିଜେଡିକୁ ମୁକାବିଲା କରବାକୁ ସବୁୁ ଜୋନରେ ନିଜର ପ୍ରାର୍ଥୀ ଦେଇଛି। ଗୋଟିଏ ପଟରେ ସଶକ୍ତ ବିଜେଡି ତ ଅନ୍ୟ ପଟରେ ବିଜେପି। ଗୋଟିଏ ଦଳ ରାଜ୍ୟ ଶାସନ ଗାଦିରେ ରହିଥିଲାବେଳେ ଅନ୍ୟ ଦଳ କେନ୍ଦ୍ର ଶାସନ ଗାଦିରେ। ଗତ ପଞ୍ଚାୟତ ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ଉଭୟରେ ଦଳ ଦୟନୀୟ ପ୍ରଦର୍ଶନ କରିବା ସତ୍ତ୍ବେ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିବାକୁ ଆପ୍ରାଣ ଉଦ୍ୟମ କରୁଛି। ଜିଲ୍ଲାରେ କଂଗ୍ରେସ ଦଳର ବହୁ ବରିଷ୍ଠ ରାଜନେତା ଏବେ ମଧ୍ୟ ରହିଛନ୍ତି। କିଛି ଯୁବକ ମଧ୍ୟ ସାମିଲ ହୋଇଛନ୍ତି ଦଳରେ। ଏପରି ସ୍ଥଳେ ଯଦି ସମସ୍ତ କଂଗ୍ରେସ ନେତା ଏକତ୍ରିତ ହେବେ, ତେବେ ବିଗତ ଦିନରେ କଂଗ୍ରେସ ହାତରୁ ଚାଲିଯାଇଥିବା ଭୋଟକୁ ପୁଣି କଂଗ୍ରେସକୁ ଫେରାଇ ଆଣି ଜିଲ୍ଲାରେ ଦଳ ବଢ଼ାଇବାକୁ ସକ୍ଷମ ହେବେ ବୋଲି ଆଲୋଚନା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp