ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ, ଜୋରଦାର ହେଲା ଅପରେସନ ହ୍ୱାଇଟ ସ୍ପାଇଡର

The Sakala Picture
Published On

ଭୁବନେଶ୍ୱର: ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ଜୋରଦାର ହେଲା ଅପରେସନ ହ୍ବାଇଟ ସ୍ପାଇଡର । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଡ୍ରାଇଭ ଜାରି । ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ […]

ଭୁବନେଶ୍ୱର: ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ଜୋରଦାର ହେଲା ଅପରେସନ ହ୍ବାଇଟ ସ୍ପାଇଡର । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଡ୍ରାଇଭ ଜାରି । ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ, ରାଜ୍ୟସ୍ତରୀୟ ଖଡ଼ିଛୁଆଁ ପ୍ରବେଶ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲେଡ଼ି ଡ଼ନର ଘର ଭାଙ୍ଗୁଛି ପୋଲିସ । ବୁଲ ଡ୍ରୋଜର ଲଗାଇ ଲେଡ଼ି ଡ଼ନ୍ ଘର ଭଙ୍ଗା ଯାଉଛି । ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାରେ ରଞ୍ଜୁ ଓ କାହ୍ନାକୁ ବୁଧବାର ଗିରଫ କରିଥିଲା ପୋଲିସ । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଥିଲା ।

ଆହୁରି ପଢ଼ନ୍ତୁ: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ସାତପଡ଼ା ମହାବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର ଉଦଯାପିତ

ଅନ୍ୟପଟେ ଭୁବନେଶ୍ୱରରେ ଥିବା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ସେମାନଙ୍କ ଘର ସବୁ ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିବ କମିଶନରେଟ ପୋଲିସ ।

17 Sep 2022 By The Sakala

ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ, ଜୋରଦାର ହେଲା ଅପରେସନ ହ୍ୱାଇଟ ସ୍ପାଇଡର

ଭୁବନେଶ୍ୱର: ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ଜୋରଦାର ହେଲା ଅପରେସନ ହ୍ବାଇଟ ସ୍ପାଇଡର । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଡ୍ରାଇଭ ଜାରି । ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲେଡ଼ି ଡ଼ନର ଘର ଭାଙ୍ଗୁଛି ପୋଲିସ । ବୁଲ ଡ୍ରୋଜର ଲଗାଇ ଲେଡ଼ି ଡ଼ନ୍ ଘର ଭଙ୍ଗା ଯାଉଛି । ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାରେ ରଞ୍ଜୁ ଓ କାହ୍ନାକୁ ବୁଧବାର ଗିରଫ କରିଥିଲା ପୋଲିସ । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଥିଲା ।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।

ଅନ୍ୟପଟେ ଭୁବନେଶ୍ୱରରେ ଥିବା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ସେମାନଙ୍କ ଘର ସବୁ ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିବ କମିଶନରେଟ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର