ଘାତକ ସାଜୁଛି ଅନ୍‌ଲାଇନ୍‌ ଗେମ୍‌; ରାତାରାତି କୋଟିପତି ହେବା ନିଶାରେ ସର୍ବସ୍ୱ ହରାଉଛନ୍ତି…

The Sakala Picture
Published On

ଭୁବନେଶ୍ୱର: ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି ଅନ୍‌ଲାଇନ୍‌ ଗେମ୍‌। ରାତାରାତି କୋଟିପତି ହେବା ଲୋଭରେ ସେମାନେ ସର୍ବସ୍ୱ ହରାଉଛନ୍ତି। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ରାସ୍ତା ବାଛି ନେଉଛନ୍ତି। ହାତଗଣତି ଅଳ୍ପକିଛି ସଫଳ ହେଉଥିବା ବେଳେ ଅଧିକାଂଶ ବିଫଳ ହୋଇ ଆତ୍ମହତ୍ୟା କରୁଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଗତ ୩ ବର୍ଷରେ ୬୦ରୁ ଅଧିକ ଯୁବକ ଆତ୍ମହତ୍ୟା କରିଛନ୍ତି। ବିଶେଷକରି ଖୋର୍ଦ୍ଧା, କଟକ, ପୁରୀରେ ଅଧିକ ସଂଖ୍ୟକ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଅନେକ […]

ଭୁବନେଶ୍ୱର: ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି ଅନ୍‌ଲାଇନ୍‌ ଗେମ୍‌। ରାତାରାତି କୋଟିପତି ହେବା ଲୋଭରେ ସେମାନେ ସର୍ବସ୍ୱ ହରାଉଛନ୍ତି। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ରାସ୍ତା ବାଛି ନେଉଛନ୍ତି। ହାତଗଣତି ଅଳ୍ପକିଛି ସଫଳ ହେଉଥିବା ବେଳେ ଅଧିକାଂଶ ବିଫଳ ହୋଇ ଆତ୍ମହତ୍ୟା କରୁଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଗତ ୩ ବର୍ଷରେ ୬୦ରୁ ଅଧିକ ଯୁବକ ଆତ୍ମହତ୍ୟା କରିଛନ୍ତି। ବିଶେଷକରି ଖୋର୍ଦ୍ଧା, କଟକ, ପୁରୀରେ ଅଧିକ ସଂଖ୍ୟକ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଅନେକ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସଂପ୍ରତି ଆଇପିଏଲ୍‌ କ୍ରିକେଟ ଚାଲିଥିବା ବେଳେ ଯାଜପୁର, କେନ୍ଦୁଝର, ପୁରୀ ଜିଲ୍ଲାର କିଛି ଯୁବକ ଗେମ୍‌ରେ ଟଙ୍କା ଖଟାଇ କୋଟିପତି ହେବା ପରେ ଓଡ଼ିଶାର ଯୁବପିଢ଼ି ଏହି ଗେମ୍‌ ପଛରେ ପଡ଼ିଯାଇଛନ୍ତି। ନିକଟରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକ ୭ ଲକ୍ଷ ଟଙ୍କା କ୍ଷତି ସହିିବା ପରେ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱରରେ ଜଣେ ଇଂଜିନିୟର ୭ ଲକ୍ଷ ଟଙ୍କା ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପୂର୍ବରୁ ଅକ୍ଟୋବର ୨୦୨୦ରେ ଫ୍ରି ଫାୟାର ଗେମ୍‌ ଖେଳି ଟଙ୍କା ହରାଇ କେନ୍ଦୁଝରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିଲେ। ଅକ୍ଟୋବର ୨୦୨୧ରେ ମୋବାଇଲ୍‌ ଗେମ୍‌ ଖେଳିବାକୁ ମନା କରିବାରୁ କୋରାପୁଟରେ ଜଣେ ୧୩ ବର୍ଷ ବୟସର ବାଳକ ଆତ୍ମହତ୍ୟା କରିଥିଲେ। ଜୁଲାଇ ୨୦୨୨ରେ ଲକ୍ଷାଧିକ ଟଙ୍କା ହରାଇ ଜଗତସିଂହପୁରରେ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ। ଜୁଲାଇ ୨୦୨୨ରେ ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହରାଇ କେନ୍ଦ୍ରାପଡ଼ାର ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ସେହିପରି ଜୁଲାଇ ୨୦୨୩ରେ ପବ୍‌ଜୀ ଗେମ୍‌ରେ ଲକ୍ଷ ଲକ୍ଷ ଟଙ୍କା ହରାଇ ବାଲେଶ୍ୱରର ଯୁକ୍ତ ୩ ଛାତ୍ର ଆତ୍ମହତ୍ୟା କରିଥିଲେ। ଅଗଷ୍ଟ ୨୦୨୪ରେ ଟଙ୍କା ହରାଇବା ଓ ଋଣ ବୋଝରେ ଯାଜପୁରରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ମାର୍ଚ୍ଚ ୨୦୨୫ରେ ଲକ୍ଷାଧିକ ଟଙ୍କା ହରାଇ ରାୟଗଡ଼ାରେ ୧୫ ବର୍ଷର ଜଣେ ବାଳିକା ଆତ୍ମହତ୍ୟା କରିଥିଲେ। ଏପ୍ରିଲ ୨୦୨୫ରେ ୫ ଲକ୍ଷ ଟଙ୍କା ହରାଇ ବାଲେଶ୍ୱରରେ ଜଣେ ଘରୋଇ ଟ୍ୟୁସନ ସାର୍‌ ଆତ୍ମହତ୍ୟା କରିଥିଲେ। ଏହିଭଳି ଅନେକ ଯୁବକ ଅନ୍‌ଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଛନ୍ତି।

ଏଭଳି ଅନ୍‌ଲାଇନ୍‌ ଗେମ୍‌ ଦ୍ୱାରା ଠକାମି ବଢୁଥିବାରୁ ୨୦୨୨ରେ ଭାରତ ସରକାର ବ୍ୟକ୍ତିଗତ ଗୋପନୀୟତା ଓ ଡାଟା ଚୋରି ଅଭିଯୋଗରେ ଫ୍ରି ଫାୟାର ଭଳି ୫୩ଟି ଆପ୍‌କୁ ବ୍ଲକ୍‌ କରିଥିଲେ। ଆଇଟି ଆକ୍ଟରେ ତିନି ବର୍ଷରେ ୧୪୧୦ ଗେମ୍‌ ସାଇଟ୍‌ ବ୍ୟାନ୍‌ ବା ବ୍ଲକ୍‌ କରାଯାଇଛି। କିନ୍ତୁ ଗୋଟିଏ ଗେମ୍‌ ଆପ୍‌ ବନ୍ଦ ହେଲେ ଅନ୍ୟଟି ଖୋଲୁଛନ୍ତି ଠକମାନେ। ୧୮୭୬ରେ ଭାରତରେ ପବ୍ଲିକ୍‌ ଗାମ୍ୱଲିଂ ଆକ୍ଟ ତିଆରି କରାଗଲା ବେଳେ ଧାରା-୧୨ରେ କୌଶଳ ବା ବୁଦ୍ଧିର ଖେଳକୁ ଆଇନସମ୍ମତ ରଖାଯାଇଥିଲା। ସେହି ଅନୁସାରେ ଅନେକ ରାଜ୍ୟରେ ଫାଣ୍ଟାସି ସ୍ପୋର୍ଟସ, ରମି, ପୋକର୍‌ ଭଳି କାର୍ଡ ଖେଳକୁ କୌଶଳର ଖେଳ ବା ଆଇନସମ୍ମତ ଭାବେ ବିବେଚନା କରାଯାଏ। ମାତ୍ର ସମ୍ୱିଧାନର ଅନୁଚ୍ଛେଦ-୭ ଅନୁସାରେ “ଗାମ୍ୱଲିଂ ଓ ବେଟିଂ’ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଓଡ଼ିଶା, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ଟଙ୍କା ଲାଗିଥିବା ସବୁ ପ୍ରକାର ଖେଳକୁ ଗାମ୍ୱଲିଂ ବା ଜୁଆ ଭାବରେ ବିବେଚନା କରାଯାଉଛି। କିନ୍ତୁ ଠକମାନେ ଏକାଧିକ ଆପ୍‌ ଖୋଲି ଲୋକଙ୍କୁ ଠକୁଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ, ୩୦୦୦ ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଲା ବିଭାଗ

29 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର