ଅଫଲାଇନ ପାଠ ପଢ଼ାରେ ଲାଗିଲା କଟକଣା, ୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

The Sakala Picture
Published On

ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ […]

ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

ଆସନ୍ତା ସୋମବାର ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍‌ ପାଠପଢ଼ା ବନ୍ଦ ରହିବ। ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ଏବଂ ଖାଲି କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ହୋଇଛି। ସିଲାବସ ଶେଷ ହେବା ପର୍ଯ୍ଯନ୍ତ ଅନଲାଇନରେ କ୍ଲାସ କରାଯିବ। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ। ରୋଟେସନ ଭିତିରେ ଅଫିସ, ଏକାଡେ଼ମିକ, ପ୍ରଶାସନିକ କାର୍ଯ୍ଯ ହେବ। ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ । ଯେଉଁମାନେ ଅଫିସ ନ ଆସିବେ ଘରେ ରହି କାମ କରିବେ। ମେଡିକାଲ ସମ୍ପୃକ୍ତ ପାଠ୍ୟକ୍ରମରେ ଏହା ଲାଗୁ କରାଯିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ଯକାରୀ ହେବ।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

16 Apr 2021 By The Sakala

ଅଫଲାଇନ ପାଠ ପଢ଼ାରେ ଲାଗିଲା କଟକଣା, ୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଆସନ୍ତା ସୋମବାର ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍‌ ପାଠପଢ଼ା ବନ୍ଦ ରହିବ। ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ଏବଂ ଖାଲି କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ହୋଇଛି। ସିଲାବସ ଶେଷ ହେବା ପର୍ଯ୍ଯନ୍ତ ଅନଲାଇନରେ କ୍ଲାସ କରାଯିବ। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ। ରୋଟେସନ ଭିତିରେ ଅଫିସ, ଏକାଡେ଼ମିକ, ପ୍ରଶାସନିକ କାର୍ଯ୍ଯ ହେବ। ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ । ଯେଉଁମାନେ ଅଫିସ ନ ଆସିବେ ଘରେ ରହି କାମ କରିବେ। ମେଡିକାଲ ସମ୍ପୃକ୍ତ ପାଠ୍ୟକ୍ରମରେ ଏହା ଲାଗୁ କରାଯିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ଯକାରୀ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର