ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଲିମ୍ପିଆନ ପି. ଶ୍ରୀଜେଶଙ୍କ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର : ଏସିଆନ୍ ଆ‌ଥଲେଟିକ୍ସ ଚାମ୍ପିଅନସିପ୍ ଓ ୨୦୧୮ ପୁରୁଷ ହକି ବିଶ୍ବକପ୍ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଖେଳାଯାଇଥିବା ପୂର୍ବଭାରତର ଶ୍ରେଷ୍ଠ କ୍ରୀଡ଼ାଙ୍ଗନ କଳିଙ୍ଗ ଷ୍ଟାଡିୟମ୍‌ରେ କନିଷ୍ଠ ପୁରୁଷ ବିଶ୍ବକପ୍ ରୂପରେ ଆଉ ଏକ ହକି ମହାମେଳା ଅନୁଷ୍ଠିତ ହେବ। ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ କନିଷ୍ଠ ହକି ବିଶ୍ୱକପ। ପୂର୍ବରୁ ଗୈାହାଟୀରେ କନିଷ୍ଠ ପୁରୁଷ ବିଶ୍ବକପ୍ ଖେଳାଯିବାର ଥିଲା କିନ୍ତୁ କରୋନା ସଙ୍କଟ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ପାଇଁ ଆସାମ ଶେଷ […]

ଭୁବନେଶ୍ୱର : ଏସିଆନ୍ ଆ‌ଥଲେଟିକ୍ସ ଚାମ୍ପିଅନସିପ୍ ଓ ୨୦୧୮ ପୁରୁଷ ହକି ବିଶ୍ବକପ୍ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଖେଳାଯାଇଥିବା ପୂର୍ବଭାରତର ଶ୍ରେଷ୍ଠ କ୍ରୀଡ଼ାଙ୍ଗନ କଳିଙ୍ଗ ଷ୍ଟାଡିୟମ୍‌ରେ କନିଷ୍ଠ ପୁରୁଷ ବିଶ୍ବକପ୍ ରୂପରେ ଆଉ ଏକ ହକି ମହାମେଳା ଅନୁଷ୍ଠିତ ହେବ। ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ କନିଷ୍ଠ ହକି ବିଶ୍ୱକପ। ପୂର୍ବରୁ ଗୈାହାଟୀରେ କନିଷ୍ଠ ପୁରୁଷ ବିଶ୍ବକପ୍ ଖେଳାଯିବାର ଥିଲା କିନ୍ତୁ କରୋନା ସଙ୍କଟ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ପାଇଁ ଆସାମ ଶେଷ ମୁହୂର୍ତରେ ଏଭଳି ଏକ ବୃହତ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା। ଫଳରେ ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ପ୍ରତିଯୋଗିତାର ଆୟୋଜକ ହେବାକୁ ଅନୁରୋଧ କରିଥିଲେ। ପ୍ରତିଯୋଗିତାକୁ ଆଉ ମାତ୍ର ଦୁଇ ମାସ ସମୟ ବାକିଥିଲେ ମଧ୍ୟ ହକିକୁ ଏବଂ କ୍ରିଡାକୁ ଭଲ ପାଉଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ବାନକୁ ଗ୍ରହଣ କରିଥିଲେ । ଆଉ ଏକ ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିବାକୁ ରାଜ୍ୟ ସରକାର ବି ଦମ୍ଭ ଭରିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ, ହେଲେ ଥାର୍ଡଡିଗ୍ରୀରେ ସଫଳ: ବିଜେଡି

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଯେତେବେଳେ ଅନ୍ୟରାଜ୍ୟମାନେ ସାହସ କୁଳେଇ ପାରୁନାହାନ୍ତି, ସେତେବେଳେ ନବୀନଙ୍କର ଏଭଳି ସାହସିକତା ଓ କ୍ରୀଡା ପ୍ରତି ଭଲପାଇବା ଦେଖି ଭାରତୀୟ ହକି ଦଳର ଗୋଲକିପର ଅଲିମ୍ପିଆନ ପି. ଶ୍ରୀଜେଶ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ଭାରତର ଜାତୀୟ ଖେଳ ହକିର ବିକାଶ କ୍ଷେତ୍ରରେ ନବୀନଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିବା ସହ ଉନ୍ନତ୍ତ ହକି ଭିତ୍ତିଭୂମି ଉପଲବ୍ଧ କରାଇବା ଏବଂ ରାଜ୍ୟରେ ହକି ଏବଂ ଅନ୍ୟକ୍ରିଡାର ବିକାଶ ପାଇଁ ଓଡ଼ିଶା ସରକାର ନିରନ୍ତର ଭାବେ ଯେଉଁ କାର୍ଯ୍ୟ ଜାରି ରଖୁଛନ୍ତି ତାହାକୁ ପ୍ରଶଂସା କରିଛନ୍ତି ଅଲିମ୍ପିଆନ ପି. ଶ୍ରୀଜେଶ।

ଆହୁରି ପଢ଼ନ୍ତୁ: ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

କନିଷ୍ଠ ହକି ବିଶ୍ୱକପ ପାଇଁ ଭାରତୀୟ ଜୁନିଅର ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ପାଇଁ ଯେଉଁ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି ତାହାକୁ ପ୍ରଶଂସା କରିଛନ୍ତି ଶ୍ରୀଜେଶ। ଏଥି ସହିତ ରାଜ୍ୟ ସରକାରଙ୍କ ଆତିଥ୍ୟତା ଏବଂ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରତି ଦର୍ଶକଙ୍କ ଯେଉଁ ଦୁର୍ବଳତା ତାହା ଭାରତରେ ଅନ୍ୟ କେଉଁଠି ନାହିଁ ବୋଲି ଅଲିମ୍ପିଆନ ପି. ଶ୍ରୀଜେଶ କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ଓଡ଼ିଶା ସରକାର ମାତ୍ର ୯୦ ଦିନ ମଧ୍ୟରେ ୨୦୧୮ରେ ୨୨ତମ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିଥିଲେ। କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଯେତେବେଳେ ଅନ୍ୟରାଜ୍ୟମାନେ ସାହସ କୁଳେଇ ପାରୁନାହାନ୍ତି, ସେତେବେଳେ ନବୀନ ପ୍ରତିଯୋଗିତାକୁ ଆଉ ମାତ୍ର ଦୁଇ ମାସ ସମୟ ବାକିଥିଲେ ମଧ୍ୟ କନିଷ୍ଠ ପୁରୁଷ ବିଶ୍ବକପ୍ ଆୟୋଜନ ପାଇଁ ଯେଉଁ ସାହସିକତା ଦେଖାଇଛନ୍ତି ତାହା ଅବଶିଷ୍ଟ ରାଜ୍ୟମାନଙ୍କୁ ବିସ୍ମିତ କରିଛି। ଯେତେବେଳେ ହକିର ପ୍ରାୟୋଜକ ଦାୟିତ୍ବରୁ ଭାରତବର୍ଷର ଗୋଟିଏ ନାମୀଦାମୀ କଂପାନି ଓହରି ଆସିଥିଲା, ସେବେ ନବୀନ ସାମ୍ନାକୁ ଆସିଥିଲେ।

ଏବେ ଓଡ଼ିଶାର ସଂପୃକ୍ତି ପରେ ଚାରିଦଶନ୍ଧି ପରେ ଅଲମ୍ପିକ୍ସରେ ମିଳିଥିବା ସଫଳତା ନବୀନ ଓ ଭାରତର ହକି ଦଳ ସଂପର୍କକୁ ଆହୁରି ଘନିଷ୍ଠ କରିଦେଇଛି। ସେହିଭଳି ଫୁଟବଲ୍‌ ଓ ରଗ୍‌ବୀ କ୍ଷେତ୍ରରେ ବି ଓଡ଼ିଶା ଇତିମଧ୍ୟରେ ସାହସିକ ପଦକ୍ଷେପ ନେଇସାରିଲାଣି। ରଗ୍‌ବୀ ପ୍ରାୟୋଜକ ଦାୟିତ୍ଵ ବି ଓଡ଼ିଶା ସରକାର ନେଇଛନ୍ତି। ତେବେ ହକି କ୍ଷେତ୍ରରେ ନବୀନଙ୍କର ଏଭଳି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବିଶ୍ବ ସମୁଦାୟ ଆଗରେ ଭାରତର ଜାତୀୟ ଖେଳ ପ୍ରତି ଆଦୃରି ବଢାଉଛି ଓ ରାଜ୍ୟକୁ ଗୋଟିଏ ଭିନ୍ନସ୍ତରକୁ ନେଇଗଲେଣି । କ୍ରିକେଟ୍ ମନସ୍କ ଯୁବ ବର୍ଗ ଏବେ ହକି ପାଇଁ ପାଗଳ ହେବା ଆରମ୍ଭ କଲେଣି ଏବଂ ହକି ଖେଳାଳିମାନଙ୍କୁ ମଧ୍ୟ ସ୍ବୀକୃତି ଦେଲେଣି।

ରାଜନୀତିରେ ଅତ୍ୟନ୍ତ ସଫଳ ନବୀନ ହକି ଖେଳକୁ ସର୍ବକାଳୀନ ଲୋକାଦୃତି କରିବା ସହିତ ଓଡ଼ିଶାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବିଭିନ୍ନ କ୍ଷେତ୍ରରେ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ତାହା ଏବେ ଅଧିକ ପରିପୁଷ୍ଟ ହେବାରେ ଲାଗିଛି ଆଥଲେଟ ଏବଂ କ୍ରୀଡ଼ାବିତଙ୍କୁ ସହାୟତା କରିବା କ୍ଷେତ୍ରରେ ଓଡ଼ିଶା ପ୍ରୟୋଗଶାଳା ପାଲଟିଛି।ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍ ସହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ (ରାଉରକେଲାଠାରେ) ଦେଶର ବଡ ହକି ଷ୍ଟାଡିୟମ୍ ନିର୍ମାଣ କରୁଛି । ଓଡ଼ିଶା ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି । ଏହାଦ୍ବାରା କେବଳ କ୍ରୀଡାର ବିକାଶ ହେଉଛି ତାହା ନୁହେଁ, ବରଂ ଯୁବ ପିଢି ମନ ବଦଳାଇଲେଣି । ଖେଳ ପ୍ରତି ଗାଁ ଗାଁରେ ଆଦୃଦ୍ଧି ବଢୁଛି ଓ ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ସାରା ଓଡ଼ିଶାରେ ଷ୍ଟାଡିୟମ୍ ନିର୍ମାଣ ଲାଗି ୭୦୦ କୋଟିର ଟଙ୍କାର ଗୋଟିଏ ବଡ ବଜେଟ୍ ଖର୍ଚ୍ଚ କରିବା ଲାଗି ଟ୍ରେଜେରି ଖୋଲିଦେଇଛନ୍ତି।

27 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର