ଓଲିଉଡ୍‌ ଷ୍ଟାର ବାବୁସାନ ଅସୁସ୍ଥ, ଶରୀରରେ ଅମ୍ଳଜାନ ସ୍ତର ହଠାତ୍‍ କମି ଯିବାରୁ ହସ୍ପିଟାଲରେ ଭର୍ତ୍ତି

The Sakala Picture
Published On

ଭୁବନେଶ୍ୱର: ଓଲିଉଡ୍‍ ଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍‍ ମହାନ୍ତି ଅସୁସ୍ଥ। ଶରୀରର ଅମ୍ଳଜାନ ସ୍ତର ହଠାତ୍‍ କମିଯିବାରୁ ସେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍‍ ପାଇଁ ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‍ ଦମନ୍‍’ ପାଇଁ ଲଦାଖ ଯାଇଥିଲେ। ସେଠାରେ ବାଇକ୍‍ ଚଳାଇବା ପରେ ତାଙ୍କର ଅମ୍ଳଜାନ ସ୍ତର କମିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରି ପୁଣି ଅସୁସ୍ଥ ଅନୁଭବ କରିବାରୁ […]

ଭୁବନେଶ୍ୱର: ଓଲିଉଡ୍‍ ଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍‍ ମହାନ୍ତି ଅସୁସ୍ଥ। ଶରୀରର ଅମ୍ଳଜାନ ସ୍ତର ହଠାତ୍‍ କମିଯିବାରୁ ସେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍‍ ପାଇଁ ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‍ ଦମନ୍‍’ ପାଇଁ ଲଦାଖ ଯାଇଥିଲେ। ସେଠାରେ ବାଇକ୍‍ ଚଳାଇବା ପରେ ତାଙ୍କର ଅମ୍ଳଜାନ ସ୍ତର କମିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରି ପୁଣି ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ୫ଦିନ ହେବ ସେ ଚିକିତ୍ସାଧୀନ ଅଛନ୍ତି। ପତ୍ନୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଦୁଇ ତିନି ଦିନ ମଧ୍ୟରେ ଘରକୁ ଫେରିବେ ବୋଲି ସୂଚନା ମିଳିଛି। ସୋସିଆଲ୍‍ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ତାଙ୍କ ଅସୁସ୍ଥ ହେବାର ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

23 Sep 2022 By The Sakala

ଓଲିଉଡ୍‌ ଷ୍ଟାର ବାବୁସାନ ଅସୁସ୍ଥ, ଶରୀରରେ ଅମ୍ଳଜାନ ସ୍ତର ହଠାତ୍‍ କମି ଯିବାରୁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ୍‍ ଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍‍ ମହାନ୍ତି ଅସୁସ୍ଥ। ଶରୀରର ଅମ୍ଳଜାନ ସ୍ତର ହଠାତ୍‍ କମିଯିବାରୁ ସେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍‍ ପାଇଁ ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‍ ଦମନ୍‍’ ପାଇଁ ଲଦାଖ ଯାଇଥିଲେ। ସେଠାରେ ବାଇକ୍‍ ଚଳାଇବା ପରେ ତାଙ୍କର ଅମ୍ଳଜାନ ସ୍ତର କମିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରି ପୁଣି ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ୫ଦିନ ହେବ ସେ ଚିକିତ୍ସାଧୀନ ଅଛନ୍ତି। ପତ୍ନୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଦୁଇ ତିନି ଦିନ ମଧ୍ୟରେ ଘରକୁ ଫେରିବେ ବୋଲି ସୂଚନା ମିଳିଛି। ସୋସିଆଲ୍‍ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ତାଙ୍କ ଅସୁସ୍ଥ ହେବାର ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର