ପୁଣି ଟ୍ରାକ୍‌କୁ ଫେରିବ ରାଜ୍ୟର ଅର୍ଥନୀତି ଓ ବିକାଶ, କୋଭିଡ୍‌ ଚିତ୍ରରେ ବଡ଼ ପରିବର୍ତ୍ତନ ପରେ ସରକାରୀ ତନାଘନା ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ବାର୍ଷିକ ବଜେଟ୍ ଆକାର ପାଖାପାଖି ୧୭ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷକୁ ମାପକାଠି ଭାବେ ଧରି ହିସାବ କଲେ ଦେଖାଯାଉଛି ଯେ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ପ୍ରାୟ ୨୩ ପ୍ରତିଶତ ଅଧିକ ଅର୍ଥ ବିନିଯୋଗ ଲାଗି ଲକ୍ଷ୍ୟ ରଖିଛନ୍ତି। ପରିବହନ କ୍ଷେତ୍ରରେ ଏହା ୨୦ ପ୍ରତିଶତ ହେବ। ୨୦୨୧-୨୨ ଆର୍ଥିକ ବର୍ଷ […]

ଭୁବନେଶ୍ବର: ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ବାର୍ଷିକ ବଜେଟ୍ ଆକାର ପାଖାପାଖି ୧୭ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷକୁ ମାପକାଠି ଭାବେ ଧରି ହିସାବ କଲେ ଦେଖାଯାଉଛି ଯେ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ପ୍ରାୟ ୨୩ ପ୍ରତିଶତ ଅଧିକ ଅର୍ଥ ବିନିଯୋଗ ଲାଗି ଲକ୍ଷ୍ୟ ରଖିଛନ୍ତି। ପରିବହନ କ୍ଷେତ୍ରରେ ଏହା ୨୦ ପ୍ରତିଶତ ହେବ।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

୨୦୨୧-୨୨ ଆର୍ଥିକ ବର୍ଷ ଲାଗି ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଏଭଳି ଏକ ବଡ଼ ବଜେଟ୍ ଅନୁମୋଦନ କରି ଯେବେ ରାଜ୍ୟ ବିକାଶକୁ ତ୍ବରାନ୍ବିତ କରିବାକୁ ଉଦ୍ୟମ କରିଥିଲେ, ସେବେ ଏପ୍ରିଲ ମାସରେ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଥିଲା। ଫଳରେ ବିକାଶ କାର୍ଯ୍ୟ କରୋନା ମହାମାରୀ ଭିତରେ ଏକରକମ ରୁନ୍ଧି ହୋଇଗଲା। ଏମିତି ହେଲା ଯେ ରାଜ୍ୟ ସରକାରଙ୍କ ସବୁ ମେଗା ପ୍ରକଳ୍ପ ପ୍ରାୟ ଅଟକିଯାଇଥିଲା।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ସଂପ୍ରତି  ରାଜ୍ୟରେ କୋଭିଡ୍ ସ୍ଥିତି ସ୍ବାଭାବିକ ଆଡ଼କୁ ଆସୁଥିବା ଘଟଣା ସମସ୍ତଙ୍କୁ ଆଶ୍ବସ୍ତ କରିଛି। ଯଦିଓ ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରାଯାଇଛି; ତଥାପି କରୋନା ଚିତ୍ରରେ ଏଭଳି ଦ୍ରୁତ ପରିବର୍ତ୍ତନ ରାଜ୍ୟରେ ଜୀବନଜୀବିକା ଯନ୍ତ୍ରଣାକୁ ଅନେକ ପରିମାଣରେ ଉପସମ କରିବ ବୋଲି ଆଶା କରାଯାଉଛି। ଏହାକୁ ନଜରରେ ରଖି ରାଜ୍ୟରେ ବିକାଶ ପ୍ରକ୍ରିୟା ଏବଂ ଅର୍ଥନୀତିକୁ ପୁଣିଥରେ ଚଳଚଞ୍ଚଳ କରିବା ଲାଗି ସରକାର ପାଗ ଭିଡ଼ିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଯେଉଁସବୁ ଟାର୍ଗେଟ ନିଆଯାଇଥିଲା, ତାହା କିଭଳି ବାକି ୮ମାସ ମଧ୍ୟରେ ଶେଷ ହେବ, ସେ ନେଇ ସରକାରୀ ତନାଘନା ଆରମ୍ଭ ହୋଇଛି। ଜଣେ ବରିଷ୍ଠ ପ୍ରଶାସକଙ୍କର କହିବା କଥା ହେଉଛି, କୋଭିଡ୍ କାଳରେ ଯଦିଓ ନିର୍ମାଣ ଆଦି କାର୍ଯ୍ୟ ଅନେକାଂଶରେ ପ୍ରଭାବିତ ହୋଇଥିଲା; ରାଜ୍ୟ ସରକାର ସେ ସମୟରେ ନିରବରେ ନ ବସି ଟେଣ୍ଡର ଆଦି କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଏବେ କରୋନା ସ୍ଥିତି ସ୍ବାଭାବିକ ଆଡ଼କୁ ଯାଉଛି ଓ ଲୋକମାନେ ପୁଣିଥରେ କାମକୁ ଫେରିବା ଲାଗି ବାଟ ଖୋଲିଦିଆଯାଇଛି। ଏଣୁ ଏବେ ସବୁ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ କାରଣରୁ ବଜେଟ ବ୍ୟୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଗତ ସପ୍ତାହରେ ସରକାର ଅନୁଧ୍ୟାନ କରି ଦେଖିଥିଲେ ଯେ ମାତ୍ର ୩୩ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ୧.୭୦ଲକ୍ଷ କୋଟିର ଏକ ବିଶାଳ ବଜେଟ ଅନୁସାରେ, ଏହି ବ୍ୟୟ ନଗଣ୍ୟ। ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସ୍ବଚ୍ଛଳ ଅବସ୍ଥାରେ ରହିଛି। ଏମିତି ଯେ ସରକାରଙ୍କ ପାଇଁ ଅର୍ଥ ଅଭାବ ଆଦୌ ନାହିଁ। ଏଣୁ କିଭଳି ଠିକ୍ ସମୟରେ ଅର୍ଥ ବ୍ୟୟ କରାଯିବ ତାହା ଏବେ ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି।

ଉଦାହରଣ ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖÒଛନ୍ତି। ସହରାଞ୍ଚଳରେ ସମସ୍ତଙ୍କ ଘରେ ପିଇବା ପାଣି ପହଞ୍ଚିବ। ଏଥିପାଇଁ ଏକ ବିଶାଳ ଅର୍ଥରାଶି ବଜେଟରେ ବ୍ୟବସ୍ଥା ହୋଇଛି। ୨୦୧୯-୨୦ରେ ଏ ବାବଦରେ ୭୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ୧୦ ହଜାର ୬୮୬ କୋଟିକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ସାଢେ ତିନି ହଜାର କୋଟି ଟଙ୍କା ଅଧିକ ଏ ବାବଦରେ ସରକାର ଖର୍ଚ୍ଚ କରିବେ। କେନ୍ଦ୍ର ସରକାର ଜଳ ଜୀବନ ମିସନ କାର୍ଯ୍ୟକ୍ରମରେ ଏବର୍ଷ ଲାଗି ୩୩୨୩ କୋଟି ଟଙ୍କା ଦେଇଛନ୍ତି। ଏହି ଯୋଜନାରେ ବାକି ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ। ଏହାବ୍ୟତୀତ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ୧୦୦୦ କୋଟିରୁ ଅଧିକ ଟଙ୍କା ଗ୍ରାମାଞ୍ଚଳରେ ବିନିଯୋଗ ହେବ। ପୁଣି ସହରାଞ୍ଚଳ ବାବଦ ଅର୍ଥ ଅଲଗା ରହିଛି। ଏଣୁ ଏହି ଅର୍ଥ କିଭଳି ଶତ ପ୍ରତିଶତ ବିନିଯୋଗ ହେବ, ତାହା ଏବେ ସଂପୃକ୍ତ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

ସେହିଭଳି ଯଦି ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଖାଯିବ, ତେବେ ୨୦୧୯ରେ ଏହି ବିଭାଗ ପାଇଁ ୬୧୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏବର୍ଷ ଏହାର ପରିମାଣ ୯୩୪୦ କୋଟି ଟଙ୍କା ଛୁଇଁଛି। ରାଜ୍ୟ ସରକାର ଏବେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଦୌ ଗୁରୁତ୍ବ ଦେଉଛନ୍ତି। ଏକାଧିକ ମେଡିକାଲ କଲେଜ ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ଏହିବର୍ଷ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏ କ୍ଷେତ୍ରରେ ସବୁଠାରୁ ବ଼ଡ ଚ୍ୟାଲେଞ୍ଜ ହେଲା, କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ଏମ୍‌ସ ପ୍ଲସ ଅର୍ଥାତ୍ ବିଶ୍ବସ୍ତରୀୟ ହସ୍ପିଟାଲରେ ପରିଣତ କରିବା। ଏଥିପାଇଁ ଏହିବର୍ଷଟି ଗୁରୁତ୍ବପୂର୍ଣ୍ଣ ଅଟେ।

ସେହିଭଳି ଶିକ୍ଷା, କ୍ରୀଡା, ସଂସ୍କୃତି ଆଦି ବିଭାଗର ଖର୍ଚ୍ଚକୁ ହିସାବ କଲେ, ୨୦୧୯ ତୁଳନାରେ ପାଖାପାଖି ୪ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ସେବେ ୧୭ ହଜାର ୯୮୭ କୋଟି ଟଙ୍କା ଖର୍ଚ୍ଚ ହିସାବ କରାଯାଇଥିବା ବେଳେ ଏବର୍ଷ ଏହାର ପରିମାଣ ୨୧ ହଜାର ୫୯୧ କୋଟିକୁ ଛୁଇଁଛି। ଏହାବ୍ୟତୀତ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ସେବର୍ଷ ତୁଳନାରେ ପ୍ରାୟ ୧୭ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ ହେବ। ଅର୍ଥାତ୍ ସେବେ ୬, ୦୫୪ କୋଟି ଟଙ୍କା ଅଟକଳ କରାଯାଇଥିବା ବେଳେ ଚଳିତବର୍ଷ ୮,୩୦୦ କୋଟି ଟଙ୍କା ବିନିଯୋଗ ହେବ। ଏଣୁ ଏସବୁ କ୍ଷେତ୍ରକୁ ଏବେଠାରୁ ଅଧିକ ଗୁରୁତ୍ବ ମିଳିବ ଓ ଠିକ୍ ସମୟ ଭିତରେ କିଭଳି ଏହି ପରିମାଣ ଅର୍ଥ ଖର୍ଚ୍ଚ ହେବ, ତାହା ଏବେ ବିଭାଗୀୟ ସଚିବମାନଙ୍କୁ ଦେଖିବାକୁ ହେବ।

କେବଳ ସେତିକ ନୁହେଁ; ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ସହିତ ପୁରୀକୁ ବିଶ୍ବ ଐତିହ୍ୟ ପ୍ରକଳ୍ପର ମାନ୍ୟତା ଦେବା ଲାଗି ଘୋଷଣା କରିଛନ୍ତି। ଏଣୁ ଏହିବର୍ଷ ଯଦି ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ ନ ହୁଏ, ତେବେ ୨୦୨୪ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ରାଜ୍ୟର ଅନ୍ୟ ମନ୍ଦିର ସଂପର୍କିତ ପ୍ରକଳ୍ପ ହେଉ କିମ୍ବା ଭୁବନେଶ୍ବର ବରମୁଣ୍ଡା ଅନ୍ତଃରାଜ୍ୟ ବସ୍ ଟର୍ମିନାଲ, କଟକର ନେତାଜୀ ବସ୍‌ ଟର୍ମିନାଲ ଆଦି କାର୍ଯ୍ୟକୁ ନିର୍ଦିଷ୍ଟ ସମୟ ମଧ୍ୟରେ ସାରିବାକୁ ହେଲେ, ୨୦୨୧-୨୨ ଆର୍ଥିକ ବର୍ଷ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଣୁ ଅଗଷ୍ଟ ମାସରେ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନର ବାରମ୍ବାର ସମୀକ୍ଷା କରି କେଉଁ ପ୍ରକଳ୍ପ କେତେ ଶୀଘ୍ର ଶେଷ ହେବ, ପ୍ରକଳ୍ପରେ କେଉଁଠି ସମସ୍ୟା ରହିଛି, ତାହାର ସମାଧାନ କରିବା ଆଦି ଦିଗରେ ଅଧିକ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଜଣାଇ ସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର