ଅନ୍ୟ ରାଜ୍ୟଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର କୌଶଳ ଶିଖାଇବ ଓଡିଶା

The Sakala Picture
Published On

ଭୁବନେଶ୍ବର : ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତି ପାଇଁ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ବିଶ୍ବସ୍ତରରେ ପ୍ରଶଂସା ମିଳୁଥିବାବେଳେ ନିକଟରେ ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ […]

ଭୁବନେଶ୍ବର : ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତି ପାଇଁ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ବିଶ୍ବସ୍ତରରେ ପ୍ରଶଂସା ମିଳୁଥିବାବେଳେ ନିକଟରେ ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଓଡ଼ିଶାକୁ ବିପର୍ଯ୍ୟୟ ଶିକ୍ଷା ଦେବାପାଇଁ ମନୋନୀତ କରାଯାଇଛି। ଯେଉଁଥିରେ ଓଡିଶା ଅନ୍ୟ ରାଜ୍ୟଙ୍କୁ କିପରି ପ୍ରାକୃତିକ ବିପର୍ଯ୍ୟୟ ସଫଳ ଭାବେ ପରିଚାଳନା କରାଯାଉଛି ତାହା ଶିଖାଇବ। ଏହାକୁ ନେଇ ଆସନ୍ତାକାଲିଠାରୁ ଗୋପବନ୍ଧୁ ଏକାଡେମୀରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ସୁନାବେଡ଼ା 'ହାଲ୍‌' ପରିଦର୍ଶନ କାର୍ଯ୍ୟକ୍ରମ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିବେ । ଏହି ବିପର୍ଯ୍ୟୟ ମୁକାବିଲା କର୍ମଶାଳାରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ , କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଯୋଗ ଦେବେ । ସେଠାରେ ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କୁ ପାଣିରେ ବୁଡ଼ି ଉଦ୍ଧାର କରିବା, ଯାନ୍ତ୍ରିକ ଡଙ୍ଗାର ବିଭିନ୍ନ କୌଶଳ ସହିତ ଗଛ କଟା, ରାସ୍ତା ସଫା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବାସ୍ତବିକ ଶିକ୍ଷା ପ୍ରଦାନ କରାଯିବାକୁ ରହିଛି।  ସେମାନେ କୋଣାର୍କର ରାମଚଣ୍ଡୀଠାରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବିକ ଶିକ୍ଷା ଗ୍ରହଣ କରିବେ ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ଗଣେଶ ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ: ଡିଜେ ସିଷ୍ଟମ୍ ଜବତ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର