ଆଉ ଦୁଇ ଦିନ କୋହଲା ପାଗ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିଛି। ରବିବାର କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବା ବେଳେ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପରେ ପଶ୍ଚିମାଝଡ଼ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିଛି। ରବିବାର କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବା ବେଳେ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପରେ ପଶ୍ଚିମାଝଡ଼ ପ୍ରଭାବ ଜାରି ରହିଛି। ଏହା ସହିତ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍‍ ଲାଇନ ମଧ୍ୟ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ କୁହୁଡି ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋମବାର ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ କୁହୁଡି ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଉଛି। ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟ ବାଷ୍ପର ଉପସ୍ଥିତି ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବବ। ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବାରୁ ସବର୍ବମିନ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ଅର୍ଥାତ ୨୭ ତାରିଖରୁ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର