ରାଜ୍ଯରେ ବଢିବ ତାତି: ମାର୍ଚ୍ଚ ମାସରୁ ମେ’ ପର୍ଯ୍ଯନ୍ତ ଭୀଷଣ ଖରା, ସତର୍କ କରାଇଲା ପାଣିପାଗ ବିଭାଗ

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଲାଣି। ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି।  ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ଚିତ୍ର ସାମ୍ନାକୁ ଆସୁଛି। ରାଜ୍ଯରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ  ବୃଦ୍ଧି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି […]

ଭୁବନେଶ୍ୱର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଲାଣି। ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି।  ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ଚିତ୍ର ସାମ୍ନାକୁ ଆସୁଛି। ରାଜ୍ଯରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ  ବୃଦ୍ଧି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ , ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର

ଚଳିତ ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଭୀଷଣ ତାତି ଅନୁଭୂତ ହେବ। କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବି ଖରାର ପ୍ରକୋପ ଦେଖିବାକୁ ମିଳିପାରେ। ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆହୁରି ପଢ଼ନ୍ତୁ: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

01 Mar 2021 By The Sakala

ରାଜ୍ଯରେ ବଢିବ ତାତି: ମାର୍ଚ୍ଚ ମାସରୁ ମେ’ ପର୍ଯ୍ଯନ୍ତ ଭୀଷଣ ଖରା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଲାଣି। ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି।  ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ଚିତ୍ର ସାମ୍ନାକୁ ଆସୁଛି। ରାଜ୍ଯରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ  ବୃଦ୍ଧି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ , ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଚଳିତ ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଭୀଷଣ ତାତି ଅନୁଭୂତ ହେବ। କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବି ଖରାର ପ୍ରକୋପ ଦେଖିବାକୁ ମିଳିପାରେ। ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର